ପୁରୀରେ ଏନକାଉଁଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ
Advertisement
Article Detail0/zeeodisha/odisha2005665

ପୁରୀରେ ଏନକାଉଁଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Puri Encounter: ଗୁରୁତର ଅବସ୍ଥାରେ ସନ୍ତୁକୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି । ସନ୍ତୁ ନିକଟରୁ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି ।

ପୁରୀରେ ଏନକାଉଁଟର

ପୁରୀ: ଗିରଳ ଜଙ୍ଗଲରେ ଅପରାଧି ସନ୍ତୁ ଓରଫ ସନ୍ତୋଷ ବାରିକକୁ ପୋଲିସ୍ ଏନକାଉଁଟର କରିଛି । ସନ୍ତୋଷ ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରହିଥିଲା । ପୁଲିସ ଆଖିରେ ଧୁଳି ଦେଇ ସେ ଦୀର୍ଘଦିନ ଧରି ଫେରାର ଥିଲା । ସୋମବାର ଦିନ ପୁଲିସ ଖବର ପାଇ ଗିରଳ ଜଙ୍ଗଲରେ ପହଞ୍ଚିଥିଲା । ଖବର ଆନୁସାରେ ସେଠାରେ ସନ୍ତୋଷ ପୁଲିସ ଉପରକୁ ଗୁଳିମାଡ କରିଥିଲା । 

ଏହାପରେ ପୁଲିସ ଓ ସନ୍ତୋଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସନ୍ତୁର ଡାହାଣ ଗୋଡରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ସନ୍ତୁକୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି । ସନ୍ତୁ ନିକଟରୁ ଗୋଟିଏ ପିସ୍ତଲ ଦୁଇ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି । ତେବେ ଗତ ୨୦୨୩ ନଭେମ୍ବର ୨୩ ତାରିଖରେ ସାଇକେଲ ଏକ୍ସିଡେଣ୍ଡକୁ ନେଇ ବଚସା ହୋଇଥିଲା । ସାଇକେଲ ଆରୋହୀକୁ ମାରିବା ପାଇଁ ଆସିଥିବା ସନ୍ତୁ ସନ୍ଦେହରେ ନିକଟସ୍ତ ଜଣେ ଘର ମାଲିକ ଝିଲ୍ଲିସାହୁକୁ ଗୁଳିମାଡ କରିଥିଲା । ଏହି ଗୁଳିକାଣ୍ଡକୁ ନେଇ ବ୍ରହ୍ମଗିରି ଥାନାରେ ସନ୍ତୁ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ୪୪୭, ୩୪୧,୨୯୪,୩୦୭,୫୦୬, ୨୫,୨୭ ପୁଲିସ ଆର୍ମଆକ୍ଟରେ ଗିରଫ କରିଛି  ।