'ତେଲେଙ୍ଗାନା ସରକାରକୁ ଭାଙ୍ଗିକି ଦେଖାନ୍ତୁ, ମୁଁ କେନ୍ଦ୍ର ସରକାରକୁ ଭାଙ୍ଗିଦେବି'
Advertisement
Article Detail0/zeeodisha/odisha1241163

'ତେଲେଙ୍ଗାନା ସରକାରକୁ ଭାଙ୍ଗିକି ଦେଖାନ୍ତୁ, ମୁଁ କେନ୍ଦ୍ର ସରକାରକୁ ଭାଙ୍ଗିଦେବି'

KCR challenge to BJP: କେସିଆର କହିଛନ୍ତି, "ଦେଶରେ ଯାହା କିଛି ଘଟୁଛି ତାହା ଭୁଲ ଅଟେ । ଆମେ ଚୁପ୍ ରହିବା ଉଚିତ୍ ନୁହେଁ । ଆମକୁ ପରିବର୍ତ୍ତନ ଦରକାର, କିନ୍ତୁ ପରିବର୍ତ୍ତନ ନାମରେ କିଛି ନାହିଁ । ଆମକୁ ଭାରତୀୟ ରାଜନୀତିରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଆବଶ୍ୟକ ।"

ସୌ: ସୋସିଆଲ ମିଡିଆ

KCR challenge to BJP: ତେଲେଙ୍ଗାନା (Telangana) ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (K Chandrashekar Rao) ବିଜେପିକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ରାଜ୍ୟରେ ତାଙ୍କ ସରକାରକୁ ହଟାଇବାକୁ ସେ ଅପେକ୍ଷା କରିବେ । ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ (Yashwant Sinha) ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁଁ ସେଦିନକୁ ଅପେକ୍ଷା କରିଛି । ମୁଁ ମୁକ୍ତ ହୋଇଯିବି ଓ ତାପରେ କେନ୍ଦ୍ରରେ ଆପଣଙ୍କ ସରକାରକୁ ଭାଙ୍ଗିଦେବି ।"

କେସିଆର କହିଛନ୍ତି ଯେ ତେଲେଙ୍ଗାନାରେ ବସିଥିବା କେନ୍ଦ୍ର ମନ୍ତ୍ରୀମାନେ ବର୍ତ୍ତମାନ ଦାବି କରୁଛନ୍ତି ଯେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରଙ୍କ ପତନ ପରେ ତେଲେଙ୍ଗାନାରେ ଟିଆରଏସ ସରକାରଙ୍କ ପତନ ହେବାର ସମୟ ଆସିଛି । କେସିଆର କହିଛନ୍ତି, "ଦେଶରେ ଯାହା ଘଟୁଛି ତାହା ଭୁଲ୍ ଅଟେ । ଏଭଳି ପରିସ୍ଥିତିରେ ଆମେ ନିରବ ରହିବା ଉଚିତ୍ ନୁହେଁ । ଆମକୁ ପରିବର୍ତ୍ତନ ଆବଶ୍ୟକ, କିନ୍ତୁ ପରିବର୍ତ୍ତନ ନାମରେ କିଛି ନାହିଁ । ଆମକୁ ଭାରତୀୟ ରାଜନୀତିରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଆବଶ୍ୟକ ।"

ଯଶୱନ୍ତ ସିହ୍ନାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ପହଞ୍ଚିଥିଲେ KCR 
କେସିଆର ଓ ତାଙ୍କ ମନ୍ତ୍ରୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସ୍ୱାଗତ କରିବାକୁ ବେଗୁମ୍ପେଟ୍ ବିମାନବନ୍ଦରକୁ ଯାଇଥିଲେ । କେସିଆର କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଆଜି ହାଇଦ୍ରାବାଦ ଆସୁଛନ୍ତି । ସେ ଆମ ବିରୁଦ୍ଧରେ କହିବେ, ଆମ ବିରୁଦ୍ଧରେ ଭୁଲ ଅଭିଯୋଗ ଆଣିବେ । କିନ୍ତୁ ଗଣତନ୍ତ୍ରରେ ଏହା ଘଟିବା ଉଚିତ୍ । ଆମର ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତୁ ।"

ଆଜି ପ୍ରଧାନମନ୍ତ୍ରୀ ଗସ୍ତ ସମୟରେ ବିମାନବନ୍ଦରରେ କେବଳ ଜଣେ ଟିଆରଏସ ମନ୍ତ୍ରୀ ଉପସ୍ଥିତ ରହିଥିଲେ । କହିରଖୁଛୁ ଯେ ଛଅ ମାସ ମଧ୍ୟରେ ଏହା ତୃତୀୟ ଥର ଅଟେ, ଯେତବେଳେ CM KCR ପ୍ରଧାନମନ୍ତ୍ରୀ ସ୍ୱାଗତ କରିବାର ପ୍ରୋଟୋକଲ୍ ଭାଙ୍ଗିଛନ୍ତି । ଏହାପୂର୍ବରୁ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନା ଗସ୍ତରେ ଯାଇ ଇଣ୍ଡିଆନ ସ୍କୁଲ ଅଫ୍ ବିଜିନେସ୍ (ଆଇଏସବି) ର ୨୦ ତମ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ, ସେତେବେଳେ ମଧ୍ୟ କେସିଆର ପହଞ୍ଚି ନଥିଲା । ଫେବୃଆରୀରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ସମୟରେ କେସିଆର ଅନୁପସ୍ଥିତ ଥିଲେ ।

ଏହା ବି ପଢ଼ନ୍ତୁ: ସଞ୍ଜୟ ରାଉତଙ୍କ ବଡ଼ ଖୁଲାସା: କହିଲେ- ମୋତେ ମଧ୍ୟ ମିଳିଥିଲା ଗୁଆହାଟି ଯିବାକୁ ଅଫର

ଏହା ବି ପଢ଼ନ୍ତୁ: ଜୁବେରଙ୍କୁ ପାକିସ୍ତାନ ଓ ସିରିଆରୁ ମିଳୁଥିଲା ଫଣ୍ଡିଙ୍ଗ: ଦିଲ୍ଲୀ ପୋଲିସ