ସରକାରଙ୍କ ମାଳମାଳ ଯୋଜନା ଫେଲ୍! କୋଠା କି ସ୍କୁଲ ଘର ନଥିବାରୁ ଗଛ ତଳେ ମତଦାନ
Advertisement
Article Detail0/zeeodisha/odisha1103454

ସରକାରଙ୍କ ମାଳମାଳ ଯୋଜନା ଫେଲ୍! କୋଠା କି ସ୍କୁଲ ଘର ନଥିବାରୁ ଗଛ ତଳେ ମତଦାନ

Odisha Panchayat Election: ଗାଁକୁ ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧା ଆଜିବି ପହଞ୍ଚି ପାରିନି ବୋଲି ଜଣାପଡିଛି । ଲୋକେ ଭୋଟ ସିନା ଦେଉଛନ୍ତି କିନ୍ତୁ ତାଙ୍କ ମନରେ ଖୁସି ନଥିବା ସେମାନେ କହିଛନ୍ତି । ନିର୍ବାଚନ ଅଧିକାରୀ ମାନେ ପହଞ୍ଚିବା ପରେ ସେଠାରେ କୌଣସି ସୁବିଧା ନଥିବା କହିଛନ୍ତି ।

ସରକାରଙ୍କ ମାଳମାଳ ଯୋଜନା ଫେଲ୍! କୋଠା କି ସ୍କୁଲ ଘର ନଥିବାରୁ ଗଛ ତଳେ ମତଦାନ

ମନୋଜ ଗୌଡ଼; ଭଞ୍ଜନଗର: ରାଜ୍ୟର ପଞ୍ଚାୟତ ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । କିନ୍ତୁ ଏହି ମତଦାନ ସମୟରେ ରାଜ୍ୟର ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ଅଘଟଣ ମଧ୍ୟ ଦେଖିବାକୁ ମିଳିଛି । କେଉଁ କେଉଁ ଜାଗାରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ତ ଆଉ କେଉଁ ଜାଗାରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ଏହି ସବୁ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଧରକୋଟ ବ୍ଲକରେ ଆସିଥିଲା ମତଦାନର ଏକ ଭିନ୍ନ ଚିତ୍ର ।

ଗଞ୍ଜାମ ଧରକୋଟ ବ୍ଲକରେ ଶେଷ ହୋଇଛି ତୃତୀୟ ପ୍ରଜାୟ ଭୋଟ ଗ୍ରହଣ । କିନ୍ତୁ ଏଠାରେ ଦେଖିବାକୁ ମିଳିଥିଲା ପ୍ରଶାସନର ବିଚିତ୍ର ବ୍ୟବସ୍ଥା । ଗାଁରେ ସ୍କୁଲ କି କୋଠଘର ନଥିବାରୁ ଗଛମୂଳେ ଭୋଟର ମତଦାନ ଦେଉଥିବା ଦେଖିବାକୁ ମିଳିଛି । ଏ ଦୃଶ୍ୟ ହେଉଛି ଧରାକୋଟ ବ୍ଲକ ସାବା ପଞ୍ଚାୟତର କୋଟନୀଗଣ୍ଡା ଓ ଅଶୋକ ପଲ୍ଲୀ ଗ୍ରାମରେ ।

fallback

ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଦୁଇ ଗାଁର ଲୋକେ କଷ୍ଟଲବ୍ଧ ଜୀବନ ବିତାଇ ଆସୁଛନ୍ତି । କିନ୍ତୁ ପ୍ରଶାସନର ମାଳମାଳ ବ୍ୟବସ୍ଥା ଥିଲେ ମଧ୍ୟ ଏଠାରେ କୌଣସି ସରକାରୀ ଯୋଜନା ପହଞ୍ଚି ପାରିନଥିବା ଦେଖିବାକୁ ମିଳିଛି ।

fallback

ଗାଁକୁ ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧା ଆଜିବି ପହଞ୍ଚି ପାରିନି ବୋଲି ଜଣାପଡିଛି । ଲୋକେ ଭୋଟ ସିନା ଦେଉଛନ୍ତି କିନ୍ତୁ ତାଙ୍କ ମନରେ ଖୁସି ନଥିବା ସେମାନେ କହିଛନ୍ତି । ନିର୍ବାଚନ ଅଧିକାରୀ ମାନେ ପହଞ୍ଚିବା ପରେ ସେଠାରେ କୌଣସି ସୁବିଧା ନଥିବା କହିଛନ୍ତି । ନିର୍ବାଚନ ଅଧିକାରୀଙ୍କ ମତରେ କେବଳ ଆଜି ନୁହେଁ ଯେତବେଳେ ବି ନିର୍ବାଚନ ଆସେ ଗାଁଲୋକେ ଗଛମୂଳେ ମତଦାନ ଦେଉଛନ୍ତି ।