ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା; CHSE ପକ୍ଷରୁ କରାଯାଇଛି ଏହି ସ୍ୱତନ୍ତ୍ର ବ୍ୟବସ୍ଥା
Advertisement
Article Detail0/zeeodisha/odisha997308

ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା; CHSE ପକ୍ଷରୁ କରାଯାଇଛି ଏହି ସ୍ୱତନ୍ତ୍ର ବ୍ୟବସ୍ଥା

ସାରା ରାଜ୍ୟରୁ ମୋଟ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳାରେ ୯ହଜାର ୧୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବିଜ୍ଞାନରେ ୨ହଜାର ୩୧୧, ବାଣିଜ୍ୟରେ ୬୨୨, ଧନ୍ଦାମୂଳକ ଶିକ୍ଷାରେ ୪୪୦ ଏବଂ କରେସପଣ୍ଡାଣ୍ଟ କୋର୍ସରେ ୫୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ମୋଟ ୧୮୫ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ପ୍ରତୀକାତ୍ମକ ଛବି

ଭୁବନେଶ୍ୱର: ଭାରତ ଭୂଷଣ ପରିଡ଼ା; ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା । ପୂର୍ବରୁ ଆସେସମେଣ୍ଟ ଆଧାରରେ ପ୍ରକାଶିତ ପରୀକ୍ଷାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ହେବ । ଏହି ପରୀକ୍ଷା ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ବେଳେ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଫ୍‌ଲାଇନ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହେଉଥିବା ବେଳେ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ସକାଳ ୯ଟା ୧୫ରୁ ଯାଞ୍ଚ ପରେ ପରୀକ୍ଷା ହଲ୍‌ ଭିତରକୁ ପ୍ରବେଶ କରିବେ । ପରୀକ୍ଷା ହଲ୍କୁ ପ୍ରବେଶ ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ହାତ ସାନିଟାଇଜେସନ ସହ ପିଇବା ପାଣି ସାଙ୍ଗରେ ନେଇ ପରୀକ୍ଷା ହଲକୁ ଯାଇପାରିବେ ପରୀକ୍ଷାର୍ଥୀ ।

ଅଫ୍‌ଲାଇନ ପରୀକ୍ଷା ତିନୋଟି ଷ୍ଟ୍ରିମ୍ (କଳା, ବିଜ୍ଞାନ ଓ ବାଣିଜ୍ୟ) ପାଇଁ କରାଯାଉଥିବା ବେଳେ ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । ସାରା ରାଜ୍ୟରୁ ମୋଟ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳାରେ ୯ହଜାର ୧୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବିଜ୍ଞାନରେ ୨ହଜାର ୩୧୧, ବାଣିଜ୍ୟରେ ୬୨୨, ଧନ୍ଦାମୂଳକ ଶିକ୍ଷାରେ ୪୪୦ ଏବଂ କରେସପଣ୍ଡାଣ୍ଟ କୋର୍ସରେ ୫୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ମୋଟ ୧୮୫ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୪ଟି ସେଣ୍ଟର ହୋଇଥିବା ବେଳେ କଟକରେ ୧୨ଟି, ବାଲେଶ୍ୱରରେ ୧୦ଟି ଓ ଭୁବନେଶ୍ୱରରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଅନ୍ୟପଟେ ଷ୍ଟ୍ରଙ୍ଗରୁମରେ ସିସିଟିଭି ନଜରରେ ରହିଛି ପ୍ରଶ୍ନପତ୍ର । ପ୍ରଥମ ଦିନରେ ବିଜ୍ଞାନ ଷ୍ଟିମର ଭୌତିକ ବିଜ୍ଞାନ(Physics)ପରୀକ୍ଷା ହେବ।

ସେପଟେ ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେଣ୍ଟ୍ରାଲ ସ୍କ୍ବାର୍ଡ ସହ ଜିଲ୍ଲା ସ୍ତରରେ ଅଚାନକ ଚେକିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଗତକାଲିଠୁ ହେବାକୁ ପରୀକ୍ଷାର ରେଜଲ୍ଟ ନଭେମ୍ୱର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ଏହାସହ ପରୀକ୍ଷାରେ ଛାତ୍ରଛାତ୍ରୀ ଯେଉଁ ରେଜଲ୍ଟ ପାଇବେ ତାହା ହିଁ ଚୂଡ଼ାନ୍ତ ରେଜଲ୍ଟ ବୋଲି ଧରାଯିବ।