PM Kisan Yojana: ଆସିବାକୁ ଯାଉଛି ନବମ କିସ୍ତି, ଏହିପରି ଚେକ୍ କରନ୍ତୁ କିସ୍ତି Status
Advertisement

PM Kisan Yojana: ଆସିବାକୁ ଯାଉଛି ନବମ କିସ୍ତି, ଏହିପରି ଚେକ୍ କରନ୍ତୁ କିସ୍ତି Status

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କୁ ଖୁବ ଶୀଘ୍ର କେନ୍ଦ୍ର ସରକାର ଏକ ବଡ଼ ଖବର ଦେବାକୁ ଯାଉଛନ୍ତି । ନବମ କିସ୍ତିର ଟଙ୍କା ଶୀଘ୍ର କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କୁ (Farmers) ଆର୍ଥିକ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାର ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଆରମ୍ଭ କରିଥିଲେ । ଏହି ଯୋଜନା ଅନୁଯାୟୀ ସମସ୍ତ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତି ଚାରିମାସରେ ୨,୦୦୦ ଟଙ୍କା କିସ୍ତି ଯୋଗାଇ ଦିଆଯାଉଛି ।

ନିକଟରେ ଏହି ଯୋଜନାର ଅଷ୍ଟମ କିସ୍ତିର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ ୯ କୋଟିରୁ ଅଧିକ ଚାଷୀଙ୍କୁ ସଂଯୁକ୍ତ ହୋଇସାରିଛନ୍ତି ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ପଞ୍ଜୀକୃତ ପ୍ରତ୍ୟକ କୃଷକଙ୍କ ଆକାଉଣ୍ଟକୁ ୧୬,୦୦୦ ଟଙ୍କା ଲେଖାଏଁ ପଠାଯାଇ ସାରିଛି । ପିଏମ କିସାନ ଯୋଜନାର ନବମ କିସ୍ତି (PM Kisan 9th Installment) ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ରିଲିଜ କରାଯିବ । ଏହି ପରିପ୍ରେକ୍ଷୀରେ ଏହି ଯୋଜନାର ନବମ କିସ୍ତି ଅଗଷ୍ଟ ଆରମ୍ଭରେ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । 

ଅଧିକ ପଢ଼ନ୍ତୁ: ଫ୍ରାନ୍ସରେ ଜବତ ହେବାକୁ ଯାଉଛି ଭାରତର ୨୦ ଟି ସମ୍ପତ୍ତି, ଅର୍ଥ ମନ୍ତ୍ରଣାଳୟ ଦେଲା ଏହି ଜବାବ

ଏହି କୃଷକମାନଙ୍କୁ ମିଳିଥାଏ ଯୋଜନାର ଲାଭ
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରଥମେ ସେହି ଚାଷୀଙ୍କୁ ଦିଆଯାଉଥିଲା ଯେଉଁମାନଙ୍କର ୨ ହେକ୍ଟରରୁ କମ୍ ଚାଷଜମି ଥିଲା । କିନ୍ତୁ ପରେ ଏହି ଯୋଜନାରେ ସଂଶୋଧନ କରାଯାଇଥିଲା, ସେବେଠାରୁ ଯେକୌଣସି କୃଷକ ବର୍ତ୍ତମାନ ଏହି ଯୋଜନାର ଲାଭ ଉଠାଇ ପାରିବେ । ଯଦି ଜଣେ କୃଷକ ଆୟକର ଦେଉଥାନ୍ତି ତେବେ ସେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

ଅଧିକ ପଢ଼ନ୍ତୁ: ଚଣ୍ଡିଗଡ଼ରେ ସଲମାନ ଓ ତାଙ୍କ ଭଉଣୀଙ୍କ ବିରୋଧରେ FIR, ସମନ ପଠାଇଲା ପୋଲିସ

ଲିଷ୍ଟରେ ଏହିପରି ଚେକ୍ କରନ୍ତୁ କିସ୍ତି Status
୧. ସର୍ବପ୍ରଥମେ ଆପଣଙ୍କୁ PM Kisan Yojana ର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in ଭିଜିଟ କରିବାକୁ ପଡିବ ।
୨. ଏହାର ହୋମ୍ ପେଜରେ ଆପଣଙ୍କୁ 'Farmers Corner' ର ଏକ ବିକଳ୍ପ ଦେଖିବାକୁ ପାଇବେ ।
୩. 'Farmers Corner' ବିଭାଗ ମଧ୍ୟରେ ଆପଣଙ୍କୁ 'Beneficiaries List' ଉପରେ କ୍ଲିକ୍ କରିବାକୁ ପଡିବ ।
୪. ଏହାପରେ ଆପଣଙ୍କୁ ଡ୍ରପ୍ ଡାଉନ୍ ତାଲିକାରୁ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଓ ଗ୍ରାମ ଚୟନ କରିବାକୁ ପଡିବ ।
୫. ଏହା ପରେ ଆପଣଙ୍କୁ 'Get Report' ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ହିତାଧିକାରୀମାନଙ୍କର ସମ୍ପୂର୍ଣ୍ଣ ଲିଷ୍ଟ ଆସିଯିବ । ଯେଉଁଥିରେ ଆପଣ ଆପଣଙ୍କର ନାମ ଓ ସ୍ଥିତି ଦେଖିପାରିବେ ।