Shani Dosh Upay: ଶନି ଦୋଷର ୫ଟି ସଙ୍କେତ, କରନ୍ତୁ ଏହି ୪ଟି ପ୍ରତିକାର
Advertisement
Article Detail0/zeeodisha/odisha1741382

Shani Dosh Upay: ଶନି ଦୋଷର ୫ଟି ସଙ୍କେତ, କରନ୍ତୁ ଏହି ୪ଟି ପ୍ରତିକାର

ଶନି ଗ୍ରହକୁ ନେଇ ଅନେକ ବିଶ୍ୱାସ ରହିଛି । କାରଣ କୁହାଯାଏ ଶନିଙ୍କ କୋପ ଦୃଷ୍ଟି ଥିଲେ ଜୀବନରେ ଅନେକ ବଡ଼ ସମସ୍ୟା (problems) ଆସିଥାଏ । ତେଣୁ ଶନି ଦେବଙ୍କୁ ପୂଜା କରି ସନ୍ତୁଷ୍ଟ କରିବାକୁ ପଡିଥାଏ । ଯଦି ଶନି ରାଶିଫଳର ତୃତୀୟ, ସପ୍ତମ କିମ୍ବା ଦଶମ ଘରେ ଅବସ୍ଥିତ ରୁହନ୍ତି, ତେବେ ଶନି ଦୋଷ କାରଣରୁ ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରକାରର ସମସ୍

Shani Dosh Upay: ଶନି ଦୋଷର ୫ଟି ସଙ୍କେତ, କରନ୍ତୁ ଏହି ୪ଟି ପ୍ରତିକାର

Shani Dosh Upay: ଶନି ଗ୍ରହକୁ ନେଇ ଅନେକ ବିଶ୍ୱାସ ରହିଛି । କାରଣ କୁହାଯାଏ ଶନିଙ୍କ କୋପ ଦୃଷ୍ଟି ଥିଲେ ଜୀବନରେ ଅନେକ ବଡ଼ ସମସ୍ୟା (problems) ଆସିଥାଏ । ତେଣୁ ଶନି ଦେବଙ୍କୁ ପୂଜା କରି ସନ୍ତୁଷ୍ଟ କରିବାକୁ ପଡିଥାଏ । ଯଦି ଶନି ରାଶିଫଳର ତୃତୀୟ, ସପ୍ତମ କିମ୍ବା ଦଶମ ଘରେ ଅବସ୍ଥିତ ରୁହନ୍ତି, ତେବେ ଶନି ଦୋଷ କାରଣରୁ ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଆସିବା ଆରମ୍ଭ (start) ହୋଇଯାଏ । ଯଦି କୌଣସି ରାଶିରେ ଶନି ଦୋଷ ଅଛି, ତେବେ ବ୍ୟକ୍ତିଙ୍କ ସମ୍ପତ୍ତି ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ । ଅନେକ ଅଘଟଣ ଘଟିଥାଏ ଶନିଙ୍କ ପ୍ରଭାବରୁ । କୌଣସି କ୍ଷତି ହେବା ପୂର୍ବରୁ ଅନେକ ସଙ୍କେତ (signal) ଦେଖାଯିବା ମଧ୍ୟ ଆରମ୍ଭ ହୋଇଥାଏ । ତେବେ କଣ ସେ ସଙ୍କେତ ? କିପରି ଆପଣ ସେଥିରୁ ପାଇବେ ମୁକ୍ତି ?  ଏନେଇ କିଛି ସରଳ ଉପାୟ କହିଛନ୍ତି ତିରୁପତିର ଜ୍ୟୋତିଷ (astrologer) କ୍ରିଷ୍ଣା କୁମାର । ଯାହାଦ୍ୱାରା ଆପଣ ଶନିଙ୍କ କୋପ କୃଷ୍ଟିରୁ ରକ୍ଷା ପାଇପାରିବେ ।

ଜ୍ୟୋତିଷ ଶାସ୍ତ୍ର ହିସାବରେ ଶନି ଦେବତାଙ୍କୁ ବିଚାରପତି ଗ୍ରହ ଭାବରେ ବିବେଚନା କରାଯାଇଥାଏ । ଶନି ଦେବ କାର୍ଯ୍ୟ ଅନୁଯାୟୀ ବ୍ୟକ୍ତିଙ୍କୁ ଫଳାଫଳ ଦେଇଥାନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଶନି ଦେବଙ୍କର ପ୍ରାୟ ୧୦ ବର୍ଷର ପ୍ରଭାବ ରହିଛି ।  ଯଦି ଶନି ରାଶିଫଳର ତୃତୀୟ, ସପ୍ତମ କିମ୍ବା ଦଶମ ଘରେ ଅବସ୍ଥି ହୁଅନ୍ତି, ତେବେ ଶନି ଦୋଷ କାରଣରୁ ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଆସିବା ଆରମ୍ଭ ହୋଇଥାଏ । ଯଦି ଶନି ପାପ ଗ୍ରହ କିମ୍ୱା ଶତୃ ଗ୍ରହ ସହ ସଂସ୍ପର୍ଶରେ ଆସେ ତେବେ ତାହା ଖୁବ୍ କ୍ଷତିକାରକ (Harmful) ହୋଇଥାଏ । ଏହି ସମୟରେ ବ୍ୟକ୍ତିଙ୍କ ଜାବନରେ ଅନେକ ପ୍ରକାରର ଲକ୍ଷଣ ଦେଖାଯାଏ । ଯେତେବେଳେ ଶନି ଆପଣଙ୍କ ରାଶିରେ ଅବସ୍ଥାନ କରିଥାନ୍ତି ସେତେବେଳେ ଉପଯୁକ୍ତ ପ୍ରତିକାର କଲେ ହି ରିଷ୍ଟ ଖଣ୍ଡନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ସବୁ ସଙ୍କେତ ମିଳିଥାଏ ଶନି ଦେବଙ୍କର ।

ଶନି ରିଷ୍ଟର ୫ଟି ବଡ଼ ସଙ୍କେତ ମଧ୍ୟରୁ ପ୍ରଥମଟି ହେଉଛି, ଯଦି ଆପଣଙ୍କ ରାଶିରେ ଶନିଙ୍କର କୋପ ଦୃଷ୍ଟି ଥିବ ତେବେ ପ୍ରଥମେ ଆପଣଙ୍କ ସମ୍ପତି ନଷ୍ଟ ହେବାକୁ ଲାଗିବ । ଯଦି ଆପଣ ସଠିକ ସମୟରେ ପ୍ରତିକାର ନକରନ୍ତି ତେବେ ସମ୍ପତ୍ତି ସମ୍ପୂର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ରହିଛି । ଦ୍ୱିତୀୟରେ ଯଦି ଆପଣଙ୍କ ରାଶିରେ ଶନି ଚଳନ ହେଉଥାଏ ତେବେ, ଆପଣଙ୍କ ନାମରେ ମିଥ୍ୟା ଆରୋପ ଲାଗିପାରେ । କେବଳ ସେତିକି ନୁହେଁ, ପରିସ୍ଥିତି ଏପରି ହୋଇଯାଏ ଯେ, ଶେଷରେ କୋର୍ଟ କଚେରୀ ପର୍ଯ୍ୟନ୍ତ ଆପଣଙ୍କୁ ଧାଇଁବାକୁ ପଡିଥାଏ । ତୃତୀୟରେ ଶନି ଚଳନ ହେଲେ ଖରାପ ଅଭ୍ୟାସ ବଢିବାରେ ଲାଗିଥାଏ । ମଦ୍ୟ ପାନଠୁ ଆରମ୍ଭ କରି ଜୁଆ ଖେଳ ପର୍ଯ୍ୟନ୍ତ, ସମସ୍ତ କ୍ଷେତ୍ରରେ ଅଶାନ୍ତି ମିଳିଥାଏ । କାର୍ଯ୍ୟରେ ବାଧା, ଘର ଭାଙ୍ଗିବା କିମ୍ୱା ଘରେ ନିଆଁ ଲାଗିବା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ । ଶନି ଗ୍ରହ ପ୍ରଭାବରେ କେଶ ଉପରେ ମଧ୍ୟ ସମସ୍ୟା ଆସିଥାଏ । ଯେଉଁ କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଥାଏ । କେଶ ଝଡିବା, ଦୃଷ୍ଟି ଶକ୍ତି କମିବା, ପେଟ ରୋଗ, ଚର୍ମ ରୋଗ, ଆଜମା, ପକ୍ଷାଗାତ, ଥଣ୍ଡା ସମେତ ଅନେକ ଶାରୀରିକ ସମସ୍ୟା (health issues) ଦେଖାଦେଇଥାଏ ।

ଶନିଙ୍କ ପ୍ରଭାବ ଉଭୟ ବ୍ୟବସାୟ (business) ଓ ଚାକିରୀ କ୍ଷେତ୍ରରେ ମଧ୍ୟ ପଡିଥାଏ । ବ୍ୟବସାୟରେ ଉନ୍ନତୀ ହେବା ପରିବର୍ତ୍ତେ କ୍ଷତି ହୋଇଥାଏ । ସେହିପରି ଚାକିରୀ (job) ଜୀବନରେ ଜଣେ ପରିଶ୍ରମ କରୁଥିଲେ ମଧ୍ୟ ଅନ୍ୟ ଜଣଙ୍କୁ ଶ୍ରେୟ ମିଳିଥାଏ । ପ୍ରମୋଶନ ମିଳିବା କଷ୍ଟକର ହୋଇପଡେ । ଏଥିସହ ଶନି ଚଳନ ହେଲେ ପାରିବାରିକ ସମସ୍ୟା ଦେଖାଯିବା ସହ ବନ୍ଧୁ ସମ୍ପର୍କରେ ଅଯୋଥାରେ ମଧ୍ୟ ଫାଟ ସୃଷ୍ଟି ହୁଏ ।

ଶନି ଚଳନର ପ୍ରତିକାର ।
1. ଯଦି ଶନି ଆପଣଙ୍କ ରାଶି ତଥା କୁଣ୍ଡଳୀରେ ଶନି ଦୁର୍ବଳ, ତେବେ ଆପଣ ଶନି ଦେବଙ୍କର ଲକେଟ୍ କିମ୍ୱା କଳା କିମ୍ୱା ନୀଳ ରଙ୍ଗରେ ତିଆରି ହେଉଥିବା ଷ୍ଟୋନର ମୁଦୀ ପିନ୍ଧି ପାରିବେ । ଶନି ଦେବଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ପରେ ଶନିବାର ଦିନ ଏହି ଉପାୟ ଅବଲମ୍ୱନ କରନ୍ତୁ ।

2. ଶନି ଦୋଷରୁ ରକ୍ଷା ପାଇବା ପାଇଁ କିମ୍ବା ଶନିଙ୍କ କୃପା ପାଇବା ପାଇଁ ଶନିବାର ଦିନ ଡାହାଣ ହାତର ମଝି ଆଙ୍ଗୁଳୀରେ କଳା ଘୋଡା ଆକୃତିର ଏକ ମୁଦି ପିନ୍ଧନ୍ତୁ । ମୁଦିଟିକୁ ଶନିଦେବଙ୍କ ନିକଟରେ ପୂଜା କରିବା ପରେ ଶନିବାର ଦିନ ଧାରଣ କରନ୍ତୁ ।

3. ଶନି ଦେବଙ୍କ କୃପା ଲାଭ କରିବା ପାଇଁ ଶନିବାର ଦିନ ଉପବାସ ରଖିବା ସହ ପୂଜାର୍ଚ୍ଚନା କରନ୍ତୁ । ଏଥିସହ ଶନିଦେବଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ । ଆମିଷ ଏବଂ ମଦ୍ୟ ପାନଠାରୁ ନିଜକୁ ଦୂରେଇ ରଖନ୍ତୁ । 

4. ଶନିଙ୍କ କୋପ ଦୃଷ୍ଟିରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଶନି ମନ୍ଦିର ବାହାରେ ଆପଣଙ୍କ ଜୋତା କିମ୍ୱା କୌଣସି ପୋଷାକ ଛାଡିଦେଇ ଆସନ୍ତୁ । କିମ୍ୱା କୌଣସି ଗରିବ ବ୍ୟକ୍ତିହ୍କୁ କଳା କିମ୍ୱା ନୀଳ ରଙ୍ଗର ଜୋତା, ଛତା କିମ୍ୱା ପୋଷାକ ଦାନ କରନ୍ତୁ ।

5. ଶନି ଦୋଶାରୁ ମୁକ୍ତି ପାଇବା ପାଇଁ, ଶନି ମେଳା କିମ୍ୱା ଶନିଙ୍କର ସ୍ୱତନ୍ତ୍ର ପୂଜା ଆପଣ କରିପାରିବେ ।

Also read- କ୍ଷୀର ପିଇଲେ କମେ କି ଡାଇବେଟିସ ଆଶଙ୍କା? ଆସନ୍ତୁ ଜାଣିବା କଣ କହୁଛି ଅଧ୍ୟୟନ