Aghori Secret Life: କଞ୍ଚା ମାଂସ ଖାଇଥାନ୍ତି, ମୃତଦେହ ସହିତ ଶାରିରୀକ ସମ୍ପର୍କ ରଖିଥାନ୍ତି; ଏଭଳି ବିତିଥାଏ ଅଘୋରୀ ବାବାଙ୍କ ଜୀବନ
Advertisement
Article Detail0/zeeodisha/odisha1837027

Aghori Secret Life: କଞ୍ଚା ମାଂସ ଖାଇଥାନ୍ତି, ମୃତଦେହ ସହିତ ଶାରିରୀକ ସମ୍ପର୍କ ରଖିଥାନ୍ତି; ଏଭଳି ବିତିଥାଏ ଅଘୋରୀ ବାବାଙ୍କ ଜୀବନ

ହିନ୍ଦୁ ଧର୍ମ (Hinduism) ରେ ସାଧୁ-ସନ୍ଥ ମାନଙ୍କର ମହତ୍ୱ ରହିଛି । ସେମାନଙ୍କର ଅନେକ ରୂପ ଅଛି । ଅନେକ ସାଧୁ ଓ ସନ୍ଥ ମାନେ ଅତି ସୌଭ୍ୟ ସ୍ୱଭାବର ହୋଇଥିବାବେଳେ କେତେକଙ୍କୁ ନେଇ ଲୋକଙ୍କ ମନରେ ଉଭୟ ଭୟ ଓ ରହସ୍ୟର ଭାବନା ରହିଥାଏ । ଏହା ଅଘୋରୀ (Aghori) ସମ୍ପ୍ରଦାୟର ସାଧୁମାନଙ୍କୁ ନେଇ ରହିଛି । ସାଧୁ ଓ ସନ୍ଥ ମାନଙ୍କର ଏହି ଗୋଷ୍ଠୀ ବହୁ

Aghori Secret Life: କଞ୍ଚା ମାଂସ ଖାଇଥାନ୍ତି, ମୃତଦେହ ସହିତ ଶାରିରୀକ ସମ୍ପର୍କ ରଖିଥାନ୍ତି; ଏଭଳି ବିତିଥାଏ ଅଘୋରୀ ବାବାଙ୍କ ଜୀବନ

Aghori Secret Life: ହିନ୍ଦୁ ଧର୍ମ (Hinduism) ରେ ସାଧୁ-ସନ୍ଥ ମାନଙ୍କର ମହତ୍ୱ ରହିଛି । ସେମାନଙ୍କର ଅନେକ ରୂପ ଅଛି । ଅନେକ ସାଧୁ ଓ ସନ୍ଥ ମାନେ ଅତି ସୌଭ୍ୟ ସ୍ୱଭାବର ହୋଇଥିବାବେଳେ କେତେକଙ୍କୁ ନେଇ ଲୋକଙ୍କ ମନରେ ଉଭୟ ଭୟ ଓ ରହସ୍ୟର ଭାବନା ରହିଥାଏ । ଏହା ଅଘୋରୀ (Aghori) ସମ୍ପ୍ରଦାୟର ସାଧୁମାନଙ୍କୁ ନେଇ ରହିଛି । ସାଧୁ ଓ ସନ୍ଥ ମାନଙ୍କର ଏହି ଗୋଷ୍ଠୀ ବହୁତ ଭିନ୍ନ । ଅଘୋରୀ ବାବା (Aghori Baba) ଙ୍କର ଭଗବାନଙ୍କୁ ପୂଜା କରିବାର ଉପାୟ ବହୁତ ଅଲଗା ରହିଥାଏ । ପାଉଁଶରେ ଆଚ୍ଛାଦିତ ଲମ୍ବା କେଶ ଥିବା ଏହି ଅଘୋରୀ ବାବାଙ୍କ ରୂପ ଯେଭଳି ଅନନ୍ୟ, ସେମାନଙ୍କ ଜୀବନ ସେମାନଙ୍କ ଅପେକ୍ଷା ଅଧିକ ଅନନ୍ୟ । ଆସନ୍ତୁ ଜାଣିବା ଅଘୋରୀ ବାବାଙ୍କ ଜୀବନ ସହିତ ଜଡିତ କିଛି ରହସ୍ୟମୟ କଥା...

ଅଘୋରୀ ବାବା (Aghori Baba) ଭଗବାନ ଶିବଙ୍କ (Bhagwan Shiva) ର ଜଣେ ଉପାସକ ଓ ସର୍ବଦା ତାଙ୍କ ଭକ୍ତିରେ ଲୀନ ରୁହନ୍ତି । ଶିବ (Lord Shiva) ଙ୍କ ପରି ସେମାନେ ଶ୍ମଶାନର ପାଉଁଶକୁ ନିଜ ଶରୀରରେ ଲଗାଇ ରଖନ୍ତି । ଜଟା ରଖନ୍ତି, ରୁଦ୍ରାକ୍ଷ ପିନ୍ଧନ୍ତି ଏବଂ ଦୁନିଆରୁ ଦୂରରେ ରହି ନିଜ ଆଧ୍ୟାତ୍ମିକ ସାଧନାରେ ବ୍ୟସ୍ତ ରୁହନ୍ତି । ସେମାନେ କୁମ୍ଭ, ମହାକୁମ୍, ମାଘ ମେଳା ଭଳି ବିଶେଷ ଉତ୍ସବରେ ପବିତ୍ର ନଦୀରେ ସ୍ନାନ କରିବା ପାଇଁ କେବଳ ଦୁନିଆ ସାମ୍ନାକୁ ଆସନ୍ତି ।

ଅଘୋରୀ (Aghori)ଙ୍କ ବିଷୟରେ କୁହାଯାଏ ଯେ ସେମାନେ ମଣିଷର କଞ୍ଚା ମାଂସ ଖାଆନ୍ତି । ବାସ୍ତବରେ, ଅଧିକାଂଶ ଅଘୋରୀ ଶ୍ମଶାନରେ ରୁହନ୍ତି । ସେମାନେ ଅର୍ଦ୍ଧଦଗ୍ଧ ମୃତଦେହର ମାଂସ ଖାଆନ୍ତି । ସେମାନେ ମୃତ ଶରୀରକୁ ଅନେକ ଉପାୟରେ ବ୍ୟବହାର କରନ୍ତି ଓ ବିଶ୍ୱାସ କରନ୍ତି ଯେ ଏହା ଦ୍ୱାରା ସେମାନଙ୍କର ତନ୍ତ୍ର ଶକ୍ତି ମଜବୁତ ହୋଇଥାଏ । ଯେତେବେଳେ କି ସାଧାରଣ ଲୋକ ଏହି ସବୁ ବିଷୟରେ ଚିନ୍ତା କରିଲେ ବି ସେମାନଙ୍କ ଆତ୍ମା କମ୍ପି ଉଠିବ । 

ଅଘୋରୀ ବିଷୟରେ କୁହାଯାଏ ଯେ ସେମାନେ ଶବ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି । ଏହା ପଛରେ ଅଘୋରୀ ବାବାଙ୍କ ଯୁକ୍ତି ହେଉଛି ଏହା ମଧ୍ୟ ସେମାନଙ୍କର ଶିବ ସାଧନାର ଏକ ଉପାୟ । ସେମାନେ ବିଶ୍ୱାସ କରନ୍ତି ଯେ ଯଦି ସେମାନେ ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ରଖିବା ସମୟରେ ମଧ୍ୟ ଶିବଙ୍କୁ ପୂଜା କରିପାରନ୍ତି । ତେବେ ଏହା ସେମାନଙ୍କର ଆଧ୍ୟାତ୍ମିକ ସାଧନାର ଏକ ଉଚ୍ଚ ସ୍ତର ଅଟେ । 

କେବଳ ଏତିକି ନୁହେଁ, ଏହା ମଧ୍ୟ କୁହାଯାଇଛି ଯେ ଅଘୋରୀ ବାବା ଅନ୍ୟ ସାଧୁ ସନ୍ଥମାନଙ୍କ ପରି ବ୍ରହ୍ନଚର୍ଯ୍ୟ ପାଳନ କରନ୍ତି ନାହିଁ, ବରଂ ଋତୁସ୍ରାବ ସମୟରେ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଏହା ସେମାନଙ୍କର ଅଘୋରୀ ବିଦ୍ୟାକୁ ମଜବୁତ କରେ ଓ ସେମାନଙ୍କର ଶକ୍ତି ବୃଦ୍ଧି କରେ । ଏହା ବ୍ୟତୀତ ଆଉ ଏକ ଜିନିଷ ଅଛି ଯାହା ଅଘୋରୀ କୁକୁର ମାନଙ୍କୁ ବହୁତ ଭଲ ପାଆନ୍ତି, ସେମାନେ କୁକୁର ମାନଙ୍କୁ ସେମାନଙ୍କ ସହିତ ରଖିବାକୁ ପସନ୍ଦ କରନ୍ତି ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।

Also Read: Chandrayaan-3 : ଆଜି ଚନ୍ଦ୍ରରେ ତ୍ରିରଙ୍ଗା ଉଡ଼ାଇବ ଚନ୍ଦ୍ରୟାନ-3, ୧୦ଟି ବିନ୍ଦୁରେ ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

Also Read: Ama bus stand: ଆଜି ୨୧ଟି ‘ଆମ ବସଷ୍ଟାଣ୍ତ’ର ଉଦ୍ଦଘାଟନ ସହ ୧୨୪ଟି ବସଷ୍ଟାଣ୍ତର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

Also Read: IND vs IRE: ସିରିଜ ମୂଳପୋଛ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଭାରତ