ମଜହବ ତୋ ଦୋ ହତେଲିୟାଁ ବତାତୀ ହେ...
Advertisement

ମଜହବ ତୋ ଦୋ ହତେଲିୟାଁ ବତାତୀ ହେ...

ବିଗ ବି ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ...

ମଜହବ ତୋ ଦୋ ହତେଲିୟାଁ ବତାତୀ ହେ...

ମୁମ୍ବାଇ: ବଲିଉଡ଼ର ମହାନାୟକ ବିଗ ବି ଅମିତାଭ ବଚ୍ଚନ ଏବେ କୋରୋନା ଗ୍ରସ୍ତ। କୋରୋନା ପାଇଁ ନାନାବତୀ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି। ଏହା ସହିତ ତାଙ୍କ ପରିବାରର ଅଭିଷେକ ବଚ୍ଚନ, ନାତୁଣୀ ଆରାଧ୍ୟ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଚିକିତ୍ସାଧିନ ରହିଛନ୍ତି। ତେବେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ରହିଛନ୍ତି ବିଗ ବି। ନିଜର ସୁସ୍ଥତା କାମନା କରି ଶୁଭକାମନା ଜଣାଉଥିବା ପ୍ରତିଟି ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଦେଉଛନ୍ତି ବିଗ ବି। 

fallback

ତେବେ ଆଡି ଅମିତାଭ ବଚ୍ଚନ ନିଜର ଦୁଇଟି ଫଟୋକୁ ପୋଷ୍ଟ କରି ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି। ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି କି, ମଜହବ ତୋ ୟେ ଦୋ ହଥେଲିୟାଁ ବତାତୀ ହେ, ଜୁଡ଼େ ତୋ 'ପୂଜା', ଖୁଲେ ତୋ 'ଦୁଆ' କେହେଲାତି ହେ। ଅର୍ଥାତ ଆମର ଦୁଇ ହାତ ହିଁ ଆମର ଧର୍ମ ସମ୍ପର୍କରେ ସୂଚନା ଦେଇଥାଏ। ଯଦି ଦୁଇ ହାତ ଯୋଡ଼ି ହୋଇଥାଏ ତାହା ହେଲେ ହିନ୍ଦୁ, ହାତ ଯଦି ଖୋଲା ରୁହେ, ତେବେ ଆମର ଧର୍ମ ସମ୍ପର୍କରେ କହିଥାଏ। 

ସେହି ପୋଷ୍ଟରେ ସେ ତାଙ୍କର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଫଟୋ ଗୁଡ଼ିକରେ ବିଭିନ୍ନ ବେଶରେ ଦେଖିବାକୁ ମିଳିଛନ୍ତି। ଏହା ସହିତ ବିଗ ବି ଆହୁରି ମଧ୍ୟ ଲେଖିଛନ୍ତି କି, ଖାମୋଶି କି ତହ ଛୁପା ଲୋ ସାରୀ ଉଲଝନେ କୋ, ସୋର କଭି ମୁସକିଲୋ କୋ ଆସାନ ନେହିଁ କରତା...। ସୂଚନା ଯୋଗ୍ୟ ଅମିତାଭ ବଚ୍ଚନଙ୍କ ବାପା ହରିବଂଶରାୟ ବଚ୍ଚନ ଜଣେ ପ୍ରସିଦ୍ଧ କବି ଭାବେ ସୁଖ୍ୟାତ ଅର୍ଜନ କରିଛନ୍ତି।