Advertisement
Article Detail0/zeeodisha/odisha2281428
Zee OdishaOdisha LifeStyle and OthersBudh Gochar 2024: ରଜ ସଂକ୍ରାନ୍ତିରୁ ଖୋଲିବ ଏହି ସବୁ ରାଶିଙ୍କ ଭାଗ୍ୟ, ବୁଧ-ସୂର୍ଯ୍ୟ କରିବେ ଧନ ବର୍ଷା!

Budh Gochar 2024: ରଜ ସଂକ୍ରାନ୍ତିରୁ ଖୋଲିବ ଏହି ସବୁ ରାଶିଙ୍କ ଭାଗ୍ୟ, ବୁଧ-ସୂର୍ଯ୍ୟ କରିବେ ଧନ ବର୍ଷା!

Mercury Transit 2024:  ଗ୍ରହ ମାନଙ୍କର ରାଜକୁମାର ବୁଧ ଜୁନ୍ ୧୪ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ମିଥୁନ ରାଶିରେ ପ୍ରବେଶ କରିବେ। ଏବଂ ସେହି ରାଶିରେ ସୂର୍ଯ୍ୟଦେବ ଜୁନ୍ ୧୫ ତାରିଖ ସକାଳ ୧୦ଟା ୫ ମିନିଟ୍ ରେ ଚଳନ କରିବେ। ଗୋଟିଏ ରାଶିରେ ବୁଧ-ସୂର୍ଯ୍ୟଙ୍କ ମିଳନ ବୁଧ-ସୂର୍ଯ୍ୟ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିର ଭାଗ୍ୟ ଫିଟାଇବ।

Budh Gochar 2024: ରଜ ସଂକ୍ରାନ୍ତିରୁ ଖୋଲିବ ଏହି ସବୁ ରାଶିଙ୍କ ଭାଗ୍ୟ, ବୁଧ-ସୂର୍ଯ୍ୟ କରିବେ ଧନ ବର୍ଷା!

Mercury Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ବୁଧଙ୍କୁ ଅର୍ଥ, ବ୍ୟବସାୟ ,ବୁଦ୍ଧି ଓ ବକ୍ତବ୍ୟର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଗ୍ରହ ମାନଙ୍କର ରାଜକୁମାର ବୁଧ ଜୁନ୍ ୧୪ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ମିଥୁନ ରାଶିରେ ପ୍ରବେଶ କରିବେ। ଏବଂ ସେହି ରାଶିରେ ସୂର୍ଯ୍ୟଦେବ ଜୁନ୍ ୧୫ ତାରିଖ ସକାଳ ୧୦ଟା ୫ ମିନିଟ୍ ରେ ଚଳନ କରିବେ। ଗୋଟିଏ ରାଶିରେ ବୁଧ-ସୂର୍ଯ୍ୟଙ୍କ ମିଳନ ବୁଧ-ସୂର୍ଯ୍ୟ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ରଜ ସଂକ୍ରାନ୍ତିରେ ଏହି ଦୁର୍ଲଭ ସଂଯୋଗ କିଛି ରାଶିର ଭାଗ୍ୟ ଫିଟାଇବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ALSO READ: Today Horoscope: ଏହି ରାଶିଙ୍କୁ ରହିଛି ଆକସ୍ମିକ ଧନପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Sabitri Brata 2024: ସାବିତ୍ରୀ ଦିନ କାହିଁକି ଏହି ଗୋଟିଏ ବୃକ୍ଷକୁ ପୂଜା କରନ୍ତି ସଧବା, ଜାଣିଛନ୍ତି କି?

Add Zee News as a Preferred Source

ଧନବାନ୍ ହେହେ ଏହି ସବୁ ରାଶି:

ବୃଷ: ରଜ ସଂକ୍ରାନ୍ତିରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବୁଧ ବୃଷ ରାଶିର ଦ୍ବୀତିୟ ଘରକୁ ଚଳନ କରିବେ। ଯାହା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ମଙ୍ଗଳମୟ ହେବ।  ବିଶେଷ କରି, ଆର୍ଥିକ ସ୍ଥିତି ମଜବୁତ୍ ହେବ। ଋଣ ଆଣିଥିବା ଟଙ୍କାକୁ ସୁଝିବାକୁ ସକ୍ଷମ ହେବେ। ବ୍ୟବସାୟୀମାନେ ଲାଭରେ ରହିବ। ଯଦି କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ତେବେ, ତାହାକୁ କାର୍ଯ୍ୟକାରୀ କରନ୍ତୁ । ବ୍ୟବସାୟରେ ଦ୍ବିଗୁଣିତ ଲାଭ ପାଇବେ। ଅଯଥା ଯୁକ୍ତି ତର୍କରୁ ଦୂରେଇ ରୁହନ୍ତୁ। ସେୟାର ବଜାରରେ ଟଙ୍କା ବିନିଯୋଗ କରିବାକୁ ଥିଲେ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ବେକାରିମାନେ ଭଲ ନିଯୁକ୍ତି ସୁଯୋଗ ପାଇବେ। ପ୍ରେମୀ ମାନଙ୍କ ଲାଗି ସମୟ ଅତ୍ୟନ୍ତ ଖାସ୍ ରହିବ। ଜୀବନ ସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। 

ମିଥୁନ: ସେହିପରି, ଏହି ରାଶିଙ୍କ ଭାଗ୍ୟ ଖୋଲିବେ ବୁଧ ଓ ସୂର୍ଯ୍ୟଦେବ। ବୁଧ ହେଉଛନ୍ତି ମିଥୁନ ରାଶିର ଚତୁର୍ଥ ଗୃହର ପ୍ରଭୁ।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି।  କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଘରେ ସୁଖ ସମୃଦ୍ଧି ହେବା ହେବା ସହ ଦାମ୍ପତ୍ୟ ଜୀବନରେ ପ୍ରେମ ଭରିବ। ନିଜ ପରିବାର ସହ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ଦୂରଯାତ୍ରା ଅମଙ୍ଗଳ ହୋଇପାରେ। ତେଣୁ ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ।

ସିଂହ: ଏହି ରାଶିର ଦ୍ବୀତିୟ ଓ ଏକାଦଶ ଘରର ପ୍ରଭୁ ହେଉଛନ୍ତି ବୁଧ। ତେଣୁ ବୁଧଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ବ୍ୟବସାୟରେ ଅଗ୍ରଗତି କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ଏହି ସମୟରେ ଆପଣ ନୂତନ ଗାଡି଼ କ୍ରୟ କରିପାରନ୍ତି। କୋର୍ଟରେ ବିଚାରଧିନ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ। 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

About the Author