Sabitri Brata 2024: ସାବିତ୍ରୀ ଦିନ କାହିଁକି ଏହି ଗୋଟିଏ ବୃକ୍ଷକୁ ପୂଜା କରନ୍ତି ସଧବା, ଜାଣିଛନ୍ତି କି?
Advertisement
Article Detail0/zeeodisha/odisha2281385

Sabitri Brata 2024: ସାବିତ୍ରୀ ଦିନ କାହିଁକି ଏହି ଗୋଟିଏ ବୃକ୍ଷକୁ ପୂଜା କରନ୍ତି ସଧବା, ଜାଣିଛନ୍ତି କି?

Sabitri Brata 2024: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ବା ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । ସଧବାଙ୍କ ପାଇଁ ଆଜିର ଦିନଟି ବେଶ୍ ଗୁରୁତ୍ବ ବହନ କରେ।  

Sabitri Brata 2024: ସାବିତ୍ରୀ ଦିନ କାହିଁକି ଏହି ଗୋଟିଏ ବୃକ୍ଷକୁ ପୂଜା କରନ୍ତି ସଧବା, ଜାଣିଛନ୍ତି କି?

Sabitri Brata 2024: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ବା ସାବିତ୍ରୀ ବ୍ରତ । ସଧବାଙ୍କ ପାଇଁ ଆଜିର ଦିନଟି ବେଶ୍ ଗୁରୁତ୍ବ ବହନ କରେ।  ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । ଜଣେ ସଧବାର ସମ୍ପତ୍ତି କହିଲେ ଶଙ୍ଖା ଓ ସିନ୍ଦୁରକୁ ବୁଝାଇଥାଏ।  ଏହି ଶଙ୍ଖା ଓ ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ମହିଳାମାନେ ନିଜ ସ୍ବାମୀଙ୍କ ପାଇଁ ବ୍ରତ ରଖିଥାଆନ୍ତି। ଓଡ଼ିଆ ପରମ୍ପରା ଅନୁସାରେ, ଜୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ। ସାବିତ୍ରୀ ସଧବା-ନାରୀଙ୍କ ଏକ ଆଦର୍ଶ । ସ୍ବାମୀଙ୍କ ପ୍ରତି ଥିବା ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ବଳରେ ସେ ନିଜ ସ୍ବାମୀଙ୍କୁ ଯମଙ୍କ ଠାରୁ( ମୃତ୍ୟୁ ମୁଖରୁ)  ଛଡାଣ ଆଣିଥିଲେ। ତାହା ଏହି ବ୍ରତର ମହତ୍ବ। ତେବେ, ସ୍ବାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏହି ଓଷା ପାଳନ କରିଥାନ୍ତି । ସକାଳୁ ପୂଜା ଥାଳି ସଜେଇବା ସହ ନିଜେ ଶଙ୍ଖା ସିନ୍ଦୁର ରଙ୍ଗବେରଙ୍ଗର ଶାଢୀ ପିନ୍ଧି ମନ୍ଦିର ଯାଇଥାନ୍ତି । ଏବଂ ନିର୍ଜଳା ବ୍ରତ କରି ସେଠାରେ ପୂଜାର୍ଚ୍ଚନା କରିଥାନ୍ତି।

ALSO READ : Sun Transit 2024: ଏହି ସବୁ ରାଶିଙ୍କୁ ମାଲେମାଲ୍ କରିବ ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ, ମିଳିବ ଶୁଭଫଳ ସହ...
 
ଏ-ହି ପୂଜାରେ କେଉଁ ଦେବୀଙ୍କୁ ପୂଜା କରାଯାଏ?
ତେବେ, ଏହି ବ୍ରତର ବା ପୂଜାର ଆରାଧ୍ୟ ଦେବୀ ହେଉଛନ୍ତି ମାଆ ସାବିତ୍ରୀ। ସାବିତ୍ରୀ ହେଉଛନ୍ତି ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ ଓ ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମାଆ ସାବିତ୍ରୀଙ୍କୁ ସଧବା ମାନେ ନିଷ୍ଠାର ସହ ପୂଜା କରିଥାଆନ୍ତି। 

ଯଦି ଆମେ ପୌରାଣିକ କାହାଣୀ ଉପରେ ନଜର ପକାଇବା , ତେବେ, ଏହି ଦିନ ସଧବାମାନେ ବାଉଁଷ ଗଛକୁ ମଧ୍ୟ ପୂଜା କରିଥାଆନ୍ତି।  ବିଶ୍ବାସ ରହିଛି ଯେ, ଭଗବାନ ଶିବ  ବାଉଁଶ ମୂଳରେ ,ଭଗବାନ୍ ବିଷ୍ଣୁଙ୍କ ମଧ୍ୟଭାଗରେ ଓ ଭଗବାନ୍ ବ୍ରହ୍ମା ଅଗ୍ରଭାଗରେ ରୁହନ୍ତି। ଏହାସହ ସାବିତ୍ରୀ ମଧ୍ୟ ଏହି ଗଛରେ ରୁହନ୍ତି। ତେଣୁ, ଏହି ଦିନ ବାଉଁଶ ଗଛ ପୂଜା କରାଯିବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି। ଏହି ଗଛକୁ ପୂଜା କରିବା ଦ୍ବାରା ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ସ୍ବାମୀଙ୍କ ଆୟୁସ ବଢିଥାଏ।