Budh Gochar 2024: ବୁଧଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଜୀବନ, ଚାକିରିରେ ମିଳିବ ପଦୋନ୍ନତି ସାଙ୍ଗକୁ ...
Advertisement
Article Detail0/zeeodisha/odisha2330771

Budh Gochar 2024: ବୁଧଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଜୀବନ, ଚାକିରିରେ ମିଳିବ ପଦୋନ୍ନତି ସାଙ୍ଗକୁ ...

Mercury Transit 2024: ବୁଧ ଜୁଲାଇ ୧୯ ତାରିଖ ସକାଳ ୧୦ଟା ୫୦ ମିନିଟ୍ ସମୟରେ ସିଂହ ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ବିପଦ ସୃଷ୍ଟି କରିବ। ବିଶେଷକରି ବୁଧଙ୍କ ଏହି ଚଳନ ବିଶେଷ କରି ତିନି ରାଶି ପାଇଁ ଅତ୍ୟନ୍ତ ଶୁଭଦାୟୀ ରହିବ। 

Budh Gochar 2024: ବୁଧଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଜୀବନ, ଚାକିରିରେ ମିଳିବ ପଦୋନ୍ନତି ସାଙ୍ଗକୁ ...

Mercury Transit 2024: ନଅଟି ଗ୍ରହ ମଧ୍ୟରୁ ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବକ୍ତବ୍ୟ ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ । ଏହି କ୍ରମରେ ବୁଧ ଜୁଲାଇ ୧୯ ତାରିଖ ସକାଳ ୧୦ଟା ୫୦ ମିନିଟ୍ ସମୟରେ ସିଂହ ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ବିପଦ ସୃଷ୍ଟି କରିବ। ବିଶେଷକରି ବୁଧଙ୍କ ଏହି ଚଳନ ବିଶେଷ କରି ତିନି ରାଶି ପାଇଁ ଅତ୍ୟନ୍ତ ଶୁଭଦାୟୀ ରହିବ। ଏହି ଅବଧି ମଧ୍ୟରେ ସେମାନଙ୍କର ଆର୍ଥିକ ସମୃଦ୍ଧି ହେବା ସହ ବ୍ୟବସାୟରେ ଅଗ୍ରଗତି ହେବ। ଏବଂ ରାଶିସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର ଶୁପ୍ରଭାବ ଦେଖିବାକୁ ମିଳିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...  

ALSO READ: Today Horoscope: କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ବଢିପାରେ ଚାପ! ନିଜ ପ୍ରିୟଜନଙ୍କଠୁ ରୁହନ୍ତୁ ସାବଧାନ

୩ ରାଶିଙ୍କ ପାଇଁ ଆରମ୍ଭ ହେବ ଭଲ ଦିନ: 

ମେଷ:  ବୁଧଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଭଲ ଦିନ ଆଣିବ।  ଏହି ଅବଧି ମଧ୍ୟରେ ଲାଗିରହିଥିବା ପୁରୁଣା ରୋଗରୁ ମୁକ୍ତି ମିଳିବ। ସ୍ବାସ୍ଥ୍ୟଭଲ ରହିବ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ।  ଆର୍ଥିକ ସ୍ଥିତି ପୂର୍ବଅପେକ୍ଷା ମଜବୁତ୍ ହେବ। ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ।  ଯେଉଁମାନେ ପ୍ରେମ ସମ୍ପର୍କରେ ରହିଛନ୍ତି । ସେମାନେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବା ଭଲ ସମୟ ଅତିବାହିତ କରିବେ। ଦୂରସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ତେଣୁ ନିଜ ସହଯୋଗୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଚିନ୍ତାକରି କଥା ହୁଅନ୍ତୁ ଏବଂ ସାବଧାନତାର ସହ କୌଣସି ନିଷ୍ପତ୍ତି ନିଅନ୍ତୁ।

ମିଥୁନ:  ବୁଧଙ୍କ କୃପା ଏହି ରାଶିଙ୍କ ଉପରେ ବର୍ଷିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। କୌଣସି ସ୍ଥାନରୁ ଭଲ ଚାକିରି ଅଫର ମିଳିପାରେ। ରିସର୍ଚ୍ଚ ଓ ଶିକ୍ଷାକ୍ଷେତ୍ର ସହ ଜଡି଼ତ ଲୋକଙ୍କ ପାଇଁ ସମୟ ଖୁବ ଅନୁକୂଳ ରହିବ। ପୁରୁଣା ବିବାଦର ଅନ୍ତ ଘଟିବ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି।  ଦିର୍ଘ ଦିନ ଧରି ପଡି଼ରହିଥିବା କାମ ପୂର୍ଣ୍ଣ ହେବ। କିନ୍ତୁ ପ୍ରେମୀଙ୍କ ପାଇଁ ସମୟ ଖରାପ ରହିବ। ଜୀବନ ସାଥୀଙ୍କ ସହ ବିବାଦ ଦେଖାଦେଇପାରେ। ତେଣୁ ସତର୍କ ରୁହନ୍ତୁ।

ତୁଳା: ବୁଧ ଗ୍ରହଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦୂର କରିବ। କମ୍ପିଟେଟିଏଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ସେମାନେ ଏହି ଅବଧି ମଧ୍ୟରେ ଶୁଭଫଳ ପାଇବେ। ଚାକିରିରେ ପଦୋନ୍ନତି ମିଳିବ। ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁଥିରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ନିଶ୍ଚୟ ପାଇବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବା ସହ ନୂଆ ଗାଡି କିମ୍ବା ଜମି କିଣିବାର ସମ୍ଭାବନା ରହିଛି। କିନ୍ତୁ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।  ଦୂରଯାତ୍ରାରେ ସାବଧାନ ରୁହନ୍ତୁ। ଅଟକି ରହିଥିବା ଟଙ୍କା ମିଳିବାର ସମ୍ଭାବନା ରହିଛି। ସେୟାର ମାର୍କେଟରେ ଆପଣଙ୍କୁ ଆଶାତିତ ଲାଭ ମିଳିପାରେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)