Guru Margi 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!
Advertisement
Article Detail0/zeeodisha/odisha2281735

Guru Margi 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!

Guru Margi 2024:  ଦେବଗୁରୁ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଅଛନ୍ତି। ବୃହସ୍ପତି ୧୧ ଜୁନରେ ସେହି ରାଶିକୁ ପୁଣି ଥରେ ଓଲଟା ଚଳନ ବା  ମାର୍ଗି ହେବେ । ବୃହସ୍ପତିଙ୍କ ଏହି ଓଲଟା ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ।  

Guru Margi 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!

Guru Margi 2024: ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଜ୍ଞାନ, ବୁଦ୍ଧି, ଧର୍ମ, ଧନ, ଆଧ୍ୟାତ୍ମିକତା, ଶିକ୍ଷା ଓ କର୍ମର କାରକ ବୋଲି ବିବେଚନା କରାଯାଏ। ବୃହସ୍ପତିଙ୍କ ଚଳନ ବା ରାଶି ପରିବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଦେବଗୁରୁ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଅଛନ୍ତି। ବୃହସ୍ପତି ୧୧ ଜୁନରେ ସେହି ରାଶିକୁ ପୁଣି ଥରେ ଓଲଟା ଚଳନ ବା  ମାର୍ଗି ହେବେ । ବୃହସ୍ପତିଙ୍କ ଏହି ଓଲଟା ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ।  ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ALSO READ: Budh Gochar 2024: ରଜ ସଂକ୍ରାନ୍ତିରୁ ଖୋଲିବ ଏହି ସବୁ ରାଶିଙ୍କ ଭାଗ୍ୟ, ବୁଧ-ସୂର୍ଯ୍ୟ କରିବେ ଧନ ବର୍ଷା!

ମେଷ: ଏହି ରାଶିରେ ବୃହସ୍ପତିଙ୍କ ସ୍ଥିତି ମେଷ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି, ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ଏହାସହ ପୁରୁଣା ବିନିଯୋଗରୁ ଲାଭ ମିଳିବ ।  ଆୟ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହୋଇପାରେ । କଠିନ ସମୟ ଦୂର ହେବ । ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ । ଅବିବାହିତଙ୍କ ପାଇଁ ବିବାହ ସ୍ଥିର ହୋଇପାରେ। ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ବୃହସ୍ପତିଙ୍କ କୃପାରୁ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଶେଷ କରି ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି । ଆପଣ ବ୍ୟବସାୟରେ ବିପୁଳ ଲାଭ ପାଇବେ। ଜମି ସମ୍ବନ୍ଧୀୟ କାର୍ଯ୍ୟ ଆର୍ଥିକ ଲାଭ ଆଣିପାରେ ।

ବିଛା:  ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। । ଏ-ପରି ସ୍ଥିତିରେ  ବୃହସ୍ପତିଙ୍କ ଚଳନ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବ। ଏବଂ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ ପ୍ରଂଶସା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।  ପ୍ରେମ ବ୍ୟାପାରରେ ମଧ୍ୟ ଆପଣଙ୍କୁ ଭଲ ଫଳ ମିଳିବ। ନିଜ ଜୀବନ ସାଥୀଙ୍କ ସହିତ ଆପଣ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

ସିଂହ: ବୃହସ୍ପତିଙ୍କ କୃପା କାରଣରୁ ଏହି ରାଶିର ଲୋକଙ୍କ ଭାଗ୍ୟ ସୁନା ପରି ଚମକିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନୂତନ କାର୍ଯ୍ୟ ଆରମ୍ଭ ନେଇ ସମୟ ଅନୁକୂଳ ରହିବ । ଆପଣ ନୂଆ ଜମି କିମ୍ବା ଗାଡି଼ କ୍ରୟ କରିପାରନ୍ତି। ଅବିବାହିତ ଲୋକଙ୍କର ବିବାହ ସ୍ଥିର ହୋଇପାରେ। ଦୂର ଯାତ୍ରା କରିପାରନ୍ତି । ସ୍ବାସ୍ଥ୍ୟ ଭଲ ରହିବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)