Laxmi Narayan Yog 2024: ଆସନ୍ତାକାଲି ଠୁ ଚମକିବ ଏହି ୩ ରାଶିଙ୍କ ଭାଗ୍ୟ, ଧନବର୍ଷା କରିବେ ମାଆ ଲକ୍ଷ୍ମୀ!
Advertisement
Article Detail0/zeeodisha/odisha2215792

Laxmi Narayan Yog 2024: ଆସନ୍ତାକାଲି ଠୁ ଚମକିବ ଏହି ୩ ରାଶିଙ୍କ ଭାଗ୍ୟ, ଧନବର୍ଷା କରିବେ ମାଆ ଲକ୍ଷ୍ମୀ!

Laxmi Narayan Yog 2024:  ବର୍ତ୍ତମାନ ମୀନ ରାଶିରେ ମଙ୍ଗଳ ଓ ବୁଧ ବିରାଜମାନ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି(ମଙ୍ଗଳବାର) ଦେବଗୁରୁ ବୃହସ୍ପତି ସକାଳ ୧୦ଟା ୧୦ ମିନିଟ୍ ସମୟମରେ ଚଳନ କରିବେ। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମହା ମିଳନ ଲକ୍ଷ୍ମୀ ନାରାୟଣ ରାଜଯୋଗ (Laxmi Narayan Yog 2024) ସୃଷ୍ଟି କରୁଛି। ଏହି ଲକ୍ଷ୍ମୀନାରାୟଣ ଯୋଗ ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ। 

Laxmi Narayan Yog 2024: ଆସନ୍ତାକାଲି ଠୁ ଚମକିବ ଏହି ୩ ରାଶିଙ୍କ ଭାଗ୍ୟ, ଧନବର୍ଷା କରିବେ ମାଆ ଲକ୍ଷ୍ମୀ!

Laxmi Narayan Yog 2024: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଗୋଟିଏ ଗ୍ରହରେ ୩ ଗ୍ରହଙ୍କ ମିଳନ ରାଜଯୋଗ ସୃଷ୍ଟି କରିଥାଏ। ଏହି କ୍ରମରେ ବର୍ତ୍ତମାନ ମୀନ ରାଶିରେ ମଙ୍ଗଳ ଓ ବୁଧ ବିରାଜମାନ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି(ମଙ୍ଗଳବାର) ଦେବଗୁରୁ ବୃହସ୍ପତି ସକାଳ ୧୦ଟା ୧୦ ମିନିଟ୍ ସମୟମରେ ଚଳନ କରିବେ। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମହା ମିଳନ ଲକ୍ଷ୍ମୀ ନାରାୟଣ ରାଜଯୋଗ (Laxmi Narayan Yog 2024) ସୃଷ୍ଟି କରୁଛି। ଏହି ଲକ୍ଷ୍ମୀନାରାୟଣ ଯୋଗ ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡି଼କ ବିଷୟରେ...

ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ? ଜାଣନ୍ତୁ ଆଜିର ରାଶିଫଳ

ଧନବାନ୍ ହେବେ ଏହି ସବୁ ରାଶି:

ମକର : ଲକ୍ଷ୍ମୀ ନାରାୟଣ ରାଜଯୋଗ (Laxmi Narayan Yog 2024)ଏ-ହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷକରି କ୍ୟାରିୟରରେ ସଫଳତା ପ୍ରାପ୍ତ କରିବେ। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ।  ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। କଳା ଜଗତ ଓ ସୋସିଆଲ ମିଡି଼ଆରେ ଜଡି଼ତ ଲୋକଙ୍କ ପାଇଁ ଏହି ସମୟ ଖୁବ୍ ଅନୁକୂଳ ରହିଛି। ଆକସ୍ମିତ ଧନଲାଭର ଯୋଗ ରହିଛି। 

ମୀନ: ସେହିପରି ଆସନ୍ତାକାଲିଠୁ ଏହି ରାଶିଙ୍କ ଭାଗ୍ୟ ସୁନା ପରି ଚମକିବ। ବ୍ୟବସାୟୀମାନେ ଅଧିକ ଲାଭ ପାଇବେ। ଆମଦାନୀ ଓ ରପ୍ତାନୀରେ ଜଡ଼ିତ ଥିବା ବ୍ୟବସାୟୀଙ୍କ ପାଇଁ ଆସନ୍ତା ମାସ ବି ଖୁବ୍ ମଙ୍ଗଳମୟ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବା ସହ କୌଣସି କାର୍ଯ୍ୟକ୍ରମରୁ ପୁରସ୍କୃତ ବି ହୋଇପାରନ୍ତି। ଧାର୍ମିକ ସ୍ଥଳ ଯାତ୍ରା କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। 

ଧନୁ : ବୁଧ-ମଙ୍ଗଳ-ବୃହସ୍ପତି ଏହି ରାଶି ଉପରେ ଧନବର୍ଷା କରିବ। ରାଜାପରି ବିଳାସବ୍ୟସନରେ ଜୀବନ ଅତିବାହିତ କରିବେ ଏହି ରାଶିର ଲୋକେ। ଭାଗ୍ୟ ଆପଣଙ୍କ ପୂର୍ଣ୍ଣ ସାଥ୍ ଦେବ। କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଆୟ ବଢିବ। ନିଜ ସନ୍ତାନଙ୍କ ଠାରୁ କୌଣସି ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ନୂତନ ଚାକିରିର ପାଇପାରିବେ । ମନରେ ସକରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ । ପ୍ରେମ ଜୀବନରେ ମଧୁରତା ବଢିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)