Shukra Nakshatra Parivartan 2024: ନକ୍ଷେତ୍ର ପରିବର୍ତ୍ତନ କରିବ ଶୁକ୍ର, ଧନବାନ୍ ହେବେ ଏହି ସବୁ ରାଶି
Advertisement
Article Detail0/zeeodisha/odisha2234922

Shukra Nakshatra Parivartan 2024: ନକ୍ଷେତ୍ର ପରିବର୍ତ୍ତନ କରିବ ଶୁକ୍ର, ଧନବାନ୍ ହେବେ ଏହି ସବୁ ରାଶି

Shukra Nakshatra Parivartan:  ଶୁକ୍ର ଆସନ୍ତାକାଲି ନକ୍ଷେତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସକାଳ ୬ଟା ୪୫ ମିନିଟ୍ ସମୟରେ ଭାରାନି ନକ୍ଷେତ୍ରକୁ ଶୁକ୍ର (Bharani Nakshatra) ଚଳନ କରିବେ।  ଶୁକ୍ରଙ୍କ ରାଶି ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିକୁ ଅଶୁଭ ଫଳ ପ୍ରଦାନ କରିବ। 

Shukra Nakshatra Parivartan 2024: ନକ୍ଷେତ୍ର ପରିବର୍ତ୍ତନ କରିବ ଶୁକ୍ର, ଧନବାନ୍ ହେବେ ଏହି ସବୁ ରାଶି

Shukra Nakshatra Parivartan: ଜ୍ୟୋତିଶ ଶାସ୍ତ୍ର ଅନୁସାରେ,ପ୍ରତ୍ୟକ ଗ୍ର-ହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଶୁକ୍ର ଆସନ୍ତାକାଲି ନକ୍ଷେତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସକାଳ ୬ଟା ୪୫ ମିନିଟ୍ ସମୟରେ ଭାରାନି ନକ୍ଷେତ୍ରକୁ ଶୁକ୍ର (Bharani Nakshatra) ଚଳନ କରିବେ।  ଶୁକ୍ରଙ୍କ ରାଶି ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିକୁ ଅଶୁଭ ଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ଶୁକ୍ରଙ୍କ ଏ-ହି ଚଳନ କେଉଁ ରାଶି ପାଇଁ ଅତ୍ୟନ୍ତ ଫଳଦାୟୀ ରହିବ।...

ALSO READ: Weather Update: ତାତିରୁ ମିଳିବ ତ୍ରାହି, ଆଜି ବର୍ଷା ଓ ବିଜୁଳି ଘଡ଼ଘଡି଼ ନେଇ ଏହି ସବୁ ଜିଲ୍ଲାକୁ ସତର୍କତା ଜାରି

ଧନବାନ୍ ହେବେ ଏହି ସବୁ ରାଶି :

ମେଷ:  ଶୁକ୍ରଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ।  ଏ-ହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ସୁଦୃଢ ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆୟ ବୃଦ୍ଧି ହେବା ସହ ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ। ପାରିବାରିକ ଜୀବନରେ ମଧୁରତା ଭରିବ। ବୈବାହିକ ଜୀବନ ସୁଖମୟ ହେବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ଯୋଡି଼ ହେବ। ଦୀର୍ଘ ଦିନରୁ  ଅଧା ରହିଥିବା କାର୍ଯ୍ୟ ପୂରା ହେବ। କାର୍ଯ୍ୟାଳୟରେ ପଦୋନ୍ନତି ହେବାର ଯୋଗ ରହିଛି। 

ମିଥୁନ: ଶୁକ୍ରଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ଖୁବ୍ ଫଳଦାୟୀ ରହିବ। ଏହି ଅବଧି ମଧ୍ୟରେ ନୂତନ ଯାନ କିମ୍ବା କୌଣସି ଜମି କ୍ରୟ କରିବାର ସମ୍ଭାବନା ରହିଛି । ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ବ୍ୟବସାୟୀମାନେ ଏହି ଅବଧି ମଧ୍ୟରେ କୌଣସି ଏକ ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି।  ଅବିବାହିତ ଯୁବକ ଯୁବତୀଙ୍କ ପାଇଁ  ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ।  କ୍ୟାରିୟର ସହିତ ଜଡିତ ଭଲ ଖବର ପାଇପାରିବେ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। 

ସିଂହ:   ଶୁକ୍ରଙ୍କ ଆର୍ଶିବାଦରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛ ତେବେ ଚେଷ୍ଟା ଜାରି ରଖ,  ସଫଳତା ପାଇବ ।  ଆପଣ ଆପଣଙ୍କ ଜୀବନରେ ଆତ୍ମବିଶ୍ୱାସ ଏବଂ ସକରାତ୍ମକତାରେ ଏକ ଉନ୍ନତି ଦେଖିବ ଏବଂ ବ୍ୟବସାୟରେ ସଫଳ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ । ଏହି ସମୟରେ ଆପଣ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି ହୋଇପାରେ ।

କନ୍ୟା: କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି ।  ଭୁଲ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ନିଜକୁ ଶକ୍ତିଶାଳୀ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି।  ଏହି ଅବଧି ମଧ୍ୟରେ ଏକ ନୂତନ କାର କିମ୍ବା ଘର କିଣି ପାରିବାର ସମ୍ଭାବନା ରହିଛି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)