Guru Gochar 2024: ରାଶି ବଦଳାଇବେ ବୃହସ୍ପତି, ଏହି ରାଶିଙ୍କ ବଦଳିବ ଭାଗ୍ୟ!
Advertisement
Article Detail0/zeeodisha/odisha2017464

Guru Gochar 2024: ରାଶି ବଦଳାଇବେ ବୃହସ୍ପତି, ଏହି ରାଶିଙ୍କ ବଦଳିବ ଭାଗ୍ୟ!

Guru Gochar 2024: ଶାସ୍ତ୍ର ଅନୁଯାୟୀ, ବୃହସ୍ପତିଙ୍କ ଏକ ଅତ୍ୟନ୍ତ ଶୁଭ ଗ୍ରହ ଅଟନ୍ତି। କୁହାଯାଏ, ବୃହସ୍ପତି ଯେଉଁ ରାଶିରେ ଶୁଭ ଚଳନ କରନ୍ତି ସେହି ରାଶିକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ବ୍ୟକ୍ତିକୁ ଧନର ଅଭାବ ହୋଇନଥାଏ । 

ସୌ(ସୋସିଆଲ ମିଡିଆ)

Guru Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ଚଳନ ପରିବର୍ତ୍ତନ ରାଶିଚକ୍ରରେ ଥିବା ୧୨ ରାଶିକୁ ପ୍ରଭାବିତ କରିଥାଏ । ଏହି ଚଳନ କେତେକ ରାଶି ଉପରେ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ପକାଇଥାଏ । ଶାସ୍ତ୍ର ଅନୁଯାୟୀ, ବୃହସ୍ପତିଙ୍କ ଏକ ଅତ୍ୟନ୍ତ ଶୁଭ ଗ୍ରହ ଅଟନ୍ତି। କୁହାଯାଏ, ବୃହସ୍ପତି ଯେଉଁ ରାଶିରେ ଶୁଭ ଚଳନ କରନ୍ତି ସେହି ରାଶିକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ବ୍ୟକ୍ତିକୁ ଧନର ଅଭାବ ହୋଇନଥାଏ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଏ, ବୈହାହିକ ଜୀବନରେ ମଧୁରତା ଆସିଥାଏ । ସେହିପରି ଯଦି ବୃହସ୍ପତିଙ୍କ ଚଳନ ଅଶୁଭ ଫଳ ପ୍ରଦାନ କରେ ତାହାଲେ ବୈବାହିକ ଜୀବନରେ ବିଭ୍ରାଟ ଦେଖାଦେଇଥାଏ । ଜୀବନରେ ନାନା ପ୍ରକାରର ସମସ୍ୟା ଲାଗି ରହିଥାଏ ।

ତେବେ ବୃହସ୍ପତି ୨୦୨୪ରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗୋଟିଏ ବର୍ଷରେ ବୃହସ୍ପତି କେବଳ ଥରେ ହିଁ ରାଶି ପରିବର୍ତ୍ତନ କରିଥାଆନ୍ତି । ମଇ ୩ ତାରିଖରେ ବୃହସ୍ପତି ବୃଷ ରାଶିରେ ଅସ୍ତ ହୋଇ ତୁଳା ରାଶିକୁ ଚଳନ କରିବେ । ଫଳରେ ଏହି ସମୟ ମଧ୍ୟରେ ୩ଟି ରାଶିଙ୍କୁ ସୌଭାଗ୍ୟ ପ୍ରାପ୍ତି ହେବାର ଯୋଗ ରହିଛି। ତେବେ ଆସନ୍ତୁ ଜାଣିବା ସେହି ୩ ରାଶିଙ୍କ ବିଷୟରେ।

ମେଷ ରାଶି- ବୃହସ୍ପତିଙ୍କ ଏହି ଚଳନ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ଏହି ସମୟ ମଧ୍ଯରେ ବିଗିଡ଼ି ଯାଇଥିବା କାର୍ଯ୍ୟ ସମାପ୍ତ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଲାଭ ମିଳିବ । ବ୍ୟବସାୟରୁ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବେରୋଜଗାରମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ନିବେଶରୁ ଲାଭ ମିଳିବ ।

କର୍କଟ ରାଶି- ଶାସ୍ତ୍ର ଅନୁଯାୟୀ ବୃହସ୍ପତିଙ୍କ ଏହି ଚଳନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କୁ ବହୁ ପୁରୁଣା ସମସ୍ୟାରୁ ମୁକ୍ତି ଦେବ। ଜୀବନରେ ଲାଗି ରହିଥିବା ପ୍ରତିବନ୍ଧକ ଦୂର ହେବ । ଚାକିରିରେ ପଦୋନ୍ନତି ହେବ । ବ୍ୟବସାୟରୁ ଲାଭ ମିଳିବ । ନୂତନ ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ଚାକିରି ନେଇ ଅଫର ମିଳିବ । ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । ମାଆଙ୍କ ସହ ସମ୍ପର୍କ ଆହୁରି ମଧୁର ହେବ ।

ସିଂହ ରାଶି- ବୃହସ୍ପତିଙ୍କ ଏହି ଚଳନ ସିଂହ ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ । କ୍ୟାରିୟରରେ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି ସହ ଲାଭ ମିଳିବ । ଆୟ ବଢିବ । ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ । କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ପୁରୁଣା ମନୋମାଳିନ୍ୟ ଦୂର ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ବେଶ ଖାସ୍ ରହିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)