Shukra Gochar 2023: ଶୁକ୍ରଙ୍କ ଚଳନ ବଦଳାଇବ ୩ ରାଶିର ଭାଗ୍ୟ! ଜୀବନରେ ଆସିବ ବିରାଟ ପରିବର୍ତ୍ତନ
Advertisement
Article Detail0/zeeodisha/odisha1889191

Shukra Gochar 2023: ଶୁକ୍ରଙ୍କ ଚଳନ ବଦଳାଇବ ୩ ରାଶିର ଭାଗ୍ୟ! ଜୀବନରେ ଆସିବ ବିରାଟ ପରିବର୍ତ୍ତନ

Shukra Gochar 2023: ବର୍ତ୍ତମାନ କର୍କଟ ରାଶିରେ ବିଦ୍ୟମାନ ଶୁକ୍ର ଆସନ୍ତା ଅକ୍ଟୋବର ମାସ ୨ ତାରିଖ ମଧ୍ୟାହ୍ନ ୧୨ଟା ୪୫ ମିନିଟ୍ ରେ ସିଂହ ରାଶିରେ ପ୍ରବେଶ କରିବେ। ତେବେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ କେତେ ରାଶି ପାଇଁ ଅତ୍ୟନ୍ତ ଶୁଭ, ଲାଭଦାୟୀ ରହିବା ସହ ଜୀବନରେ ବିଶେଷ ପରିବର୍ତ୍ତନ ଆସିବ । 

ସୌ(ସୋସିଆଲ ମିଡିଆ)

Shukra Gochar 2023: ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରଙ୍କୁ ଶୁଭ ଗ୍ରହ ଭାବେ ବିବେଚନା କରାଯାଇଥାଏ । ଶୁକ୍ର ଧନ, ସମ୍ପତ୍ତି, ସୁଖ, ଐଶ୍ବର୍ଯ୍ୟ ଓ ଭୋଗ ବିଳାସର ପ୍ରତୀକ ଅଟନ୍ତି । ବର୍ତ୍ତମାନ କର୍କଟ ରାଶିରେ ବିଦ୍ୟମାନ ଶୁକ୍ର ଆସନ୍ତା ଅକ୍ଟୋବର ମାସ ୨ ତାରିଖ ମଧ୍ୟାହ୍ନ ୧୨ଟା ୪୫ ମିନିଟ୍ ରେ ସିଂହ ରାଶିରେ ପ୍ରବେଶ କରିବେ। ତେବେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ କେତେ ରାଶି ପାଇଁ ଅତ୍ୟନ୍ତ ଶୁଭ, ଲାଭଦାୟୀ ରହିବା ସହ ଜୀବନରେ ବିଶେଷ ପରିବର୍ତ୍ତନ ଆସିବ । ତେବେ ଆସନ୍ତୁ ଜାଣିବା କେଉଁ ୩ଟି ରାଶିର ଆରମ୍ଭ ହେବାକୁ ଯାଉଛି ଭଲ ସମୟ ।

ସିଂହ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ସିଂହ ରାଶିରେ ପ୍ରବେଶ କରିବେ ଶୁକ୍ର । ସିଂହ ଶୁକ୍ରଙ୍କର ନିଜସ୍ୱ ରାଶି ଅଟେ । ଏଭଳି ସ୍ଥିତିରେ ଶୁକ୍ରଙ୍କ ଏହି ଚଳନ ସିଂହ ରାଶି ପାଇଁ ବେଶ ଲାଭଦାୟୀ ହେବ । ଏହି ସମୟରେ ପୈତୃକ ସମ୍ପତ୍ତିରୁ ଲାଭ  ମିଳିବ । ବ୍ୟବସାୟରେ ବୃଦ୍ଧି । ଋଣ ସମସ୍ୟାରୁ ମୁକ୍ତି । କମ୍ ବିନିଯୋଗରେ ଅଧିକ ଲାଭ। ଚାକିରିରେ ସକରାତ୍ମକ ପରିବର୍ତ୍ତନ।

ବୃଷ ରାଶି: ଶୁକ୍ରଙ୍କ ଏହି ଚଳନ ବୃଷ ରାଶି ପାଇଁ ମଧ୍ଯ ଅତ୍ୟନ୍ତ ଶୁଭ ରହିବ । ଶୁକ୍ର ବୃଷ ରାଶିର ନବମ ଘରେ ପ୍ରବେଶ କରିବ, ଫଳରେ ଏହି ଅବଧି ମଧ୍ୟରେ ଜମି କିମ୍ବା ଯାନବାହାନ କିଣିବା ନେଇ ଯୋଗ ରହିଛି । ବ୍ୟବସାୟରେ ନୂତନ ଆୟର ଉତ୍ସ ଉପଲବ୍ଧ ହେବ । ଆର୍ଥିକ୍ ସ୍ଥିରତା ରହିବ । ବୈବାହିକ ଜୀବନ ସୁଖମୟ ହେବ। ସନ୍ତାନପ୍ରାପ୍ତି ନେଇ ଯୋଗ ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ ।

ମେଷ ରାଶି: ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ମେଷ ରାଶିଙ୍କ ପାଇଁ ଶୁଭ ସମୟ ଆଣିଦେବ । ଏହି ସମୟରେ ଆର୍ଥିକ୍ ଲାଭ ମିଳିବ । ବ୍ୟବସାୟରେ ଉନ୍ନତି । ଚାକିରିରେ ପଦୋନ୍ନତି ସହିତ ଦରମା ବୃଦ୍ଧି ନେଇ ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ପୂରଣ ହେବ। କୋର୍ଟ କଚେରୀ ମାମଲାରେ ବିଜୟ ହାସଲ କରିବେ । ପରିବାର ସହ ସମ୍ପର୍କ ଭଲ ରହିବ । ​

(Disclaimer:ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)