August Festivals: ଅଗଷ୍ଟ ମାସର କେଉଁ ତାରିଖରେ ପଡୁଛି ନାଗ ପଞ୍ଚମୀ ଓ ରକ୍ଷା ବନ୍ଧନ ପର୍ବ? ଏଠାରେ ଜାଣି ନିଅନ୍ତୁ ତାରିଖ
Advertisement
Article Detail0/zeeodisha/odisha1798337

August Festivals: ଅଗଷ୍ଟ ମାସର କେଉଁ ତାରିଖରେ ପଡୁଛି ନାଗ ପଞ୍ଚମୀ ଓ ରକ୍ଷା ବନ୍ଧନ ପର୍ବ? ଏଠାରେ ଜାଣି ନିଅନ୍ତୁ ତାରିଖ

Festivals List 2023 August: ଚଳିତ ଥର ଯୋଡା ଶ୍ରାବଣ ପଡିଛି । ଇଂରାଜୀ କ୍ୟାଲେଣ୍ତର ଅନୁଯାୟୀ ଆସନ୍ତା ମାସ ହେଉଛି ଅଗଷ୍ଟ। ସେହି ମାସରେ ରାକ୍ଷୀ ପୂର୍ଣ୍ଣିମା (Raksha Bandhan 2023) , ନାଗପଞ୍ଚମୀ ଓ (Hariyali Teej 2023) ହରିୟାଲୀ ତିଜ୍ ପରି ପର୍ବ ପାଳନ କରାଯାଇଥାଏ। ଏହା ସହିତ ଅନେକ ପର୍ବ ପର୍ବାଣୀ ମଧ୍ୟ ରହିଛି । ଆସନ୍ତୁ ଜାଣିବା କେଉଁ ତାରିଖରେ ଏସବୁ ପର୍ବ ପାଳନ କରାଯିବ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Festivals List 2023 August: ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ। ବର୍ତ୍ତମାନ ଶ୍ରାବଣ ମାସ (Sawan) ଚାଲିଛି । ଯାହା ଭଗବାନ ଶିବଙ୍କର(Lord Shiv) ମାସ କହିଲେ ଭୁଲ ହେବ ନାହିଁ। ଚଳିତ ଥର ଯୋଡା ଶ୍ରାବଣ ପଡିଛି ।  ଇଂରାଜୀ କ୍ୟାଲେଣ୍ତର ଅନୁଯାୟୀ ଆସନ୍ତା ମାସ ହେଉଛି ଅଗଷ୍ଟ। ସେହି ମାସରେ ରାକ୍ଷୀ ପୂର୍ଣ୍ଣିମା(Raksha Bandhan 2023) , ନାଗପଞ୍ଚମୀ ଓ(Hariyali Teej 2023) ହରିୟାଲୀ ତିଜ୍ ପରି ପର୍ବ ପାଳନ କରାଯାଇଥାଏ। ଏହା ସହିତ ଅନେକ ପର୍ବ ପର୍ବାଣୀ ମଧ୍ୟ ରହିଛି ।  ଚଳିତ ଥର ଯୋଡା ଶ୍ରାବଣ ପଡିଛି । କୁହାଯାଉଛି ଯେ, ଦୀର୍ଘ ୧୯ ବର୍ଷ ପରେ ଏବର୍ଷ ଶ୍ରାବଣ ମାସରେ ଏପରି ଶୁଭ ସଂଯୋଗ ପଡିଛି ।  ଜୁଲାଇ ୪ରୁ ଶ୍ରାବଣ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟରେ ଶେଷ ହେବ। ଏହିଥର ଶ୍ରାବଣ ଦୁଇ ମାସ ଅର୍ଥାତ ୫୯ ଦିନ ଯାଏଁ ରହିବ । 

ଏହାବି ପଢନ୍ତୁ : Bollywood: ମଦକୁ ଛୁଅଁନ୍ତି ନାହିଁ ବି-ଟାଉନର ଏହି ସବୁ ସିଲିବ୍ରିଟି

ଏହାବି ପଢନ୍ତୁ : HBD Kriti Sanon: କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ଏହି କାମ କରିଥାଆନ୍ତି କ୍ରିତି, ଆପଣ ଜାଣି ହେବେ ଚକିତ 

 

 

ଅଗଷ୍ଟ ମାସରେ ପଡୁଛି ଏହି ସବୁ ପର୍ବ: ଅଗଷ୍ଟ ମାସରେ(August)  ଅନେକ ପର୍ବ ପାଳନ କରାଯିବ। ଅଗଷ୍ଟ ୧୪ରେ, ଶ୍ରାବଣ ସୋମବାର ମଧ୍ୟ ପଡୁଛି । ଏହାସହିତ ଅଗଷ୍ଟ ୧୯ରେ (Hariyali Teej 2023) ହରିୟାଲୀ ତିଜ୍ ପରି ପର୍ବ ପାଳନ ହେବାକୁ ଯାଉଛି । ଏହି ପର୍ବରେ ମହାଦେବଙ୍କୁ ପୂଜା କରାଯାଏ। ଏହି ଦିନ ମହିଳାମାନେ ନିର୍ଜଳା ଉପବାସ କରନ୍ତି। ଏବଂ ଅବିବାହିତ ଝିଅ ମାନେ ମଧ୍ୟ ବର/ଜୀବନ ସାଥୀ ପାଇଁ ଏହି ଦିନ ଉପବାସ କରିଥାଆନ୍ତି। ବିଶ୍ବାସ ରହିଛି ଯେ, ଏହି ଦିନ ପୂଜା କଲେ ମନଲାଖି ବର ବା ଜୀବନ ସାଥୀ ମିଳିଥାଏ। ସେହିପରି ଅଗଷ୍ଟ ୨୧ ରେ ନାଗ ପଞ୍ଚମୀ ପଡୁଛି। ଏହି ଦିନ ସର୍ପ ଦେବତାଙ୍କୁ ପୂଜା  କରାଯାଏ। ଏହି ଦିନ ସର୍ପ ଦେବତାଙ୍କୁ ପୂଜା କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଆର୍ଥିକ ସ୍ଥତି ମଧ୍ୟ ମଜବୁତ ହୋଇଥାଏ । ଏପରିକି , ଜୀବନରେ ବଡ ବିପଦ ଟଳିଥାଏ। ସେହିପରି ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଅଗଷ୍ଟ ୩୧ରେ ପାଳନ କରାଯିବ। 

ଶ୍ରାବଣ ମାସର ମହତ୍ତ୍ବ:

ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସ ଭଗବାନ୍ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ୍ । ଶ୍ରାବଣ ପ୍ରଥମ ସୋମବାରରେ ଭଗବାନ୍ ଶିବଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ  ବୋଲି ବିଶ୍ବାସ ରହିଛି । ଧାର୍ମିକ ବିଶ୍ବାସ ଅନୁଯାୟୀ, ଯେଉଁ ଦମ୍ପତି ମାନଙ୍କ ଜୀବନରେ ସମସ୍ୟା ଥାଏ । ସେହି ଦମ୍ପତି ଶ୍ରାବଣ ସୋମବାରରେ ମହାଦେବଙ୍କୁ ପୂଜିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଦମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ।  ସେହିପରି ଶ୍ରାବଣ  ସୋମବାରରେ (sawan first somwar) ଶିବଲିଙ୍ଗ ଉପରେ ଖିର, ମିଶ୍ରି, ବେଲପତ୍ର ଚଢାଇବା ଦ୍ବାରା ବିବାହରେ ବିଳମ୍ବ ହେଉଥିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳଥାଏ। ଏବଂ ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିଥାଏ ।   ଯଦି ଦମ୍ପତି ସନ୍ତାନହୀନତା ହେତୁ ଅସୁବିଧାରେ ଅଛନ୍ତି, ତେବେ ଶ୍ରାବଣ ମାସରେ ଶିଶୁ ସୁଖ ପାଇବା ପାଇଁ ସେମାନେ ବେଲପତ୍ରର ଏକ ପ୍ରତିକାର ଚେଷ୍ଟା କରିପାରିବେ।ଏଥିପାଇଁ ବେଲପତ୍ରକୁ ଆପଣଙ୍କ ବୟସ ସହିତ ସମାନ କରି। କିଛି କଞ୍ଚା କ୍ଷୀର ମଧ୍ୟ ନିଅନ୍ତୁ। ତା’ପରେ ପ୍ରତ୍ୟେକ ବେଲପତ୍ରକୁ କ୍ଷୀରରେ ବୁଡ଼ାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏବଂ ଓମ୍ ନାମ ଶିବାୟ ମନ୍ତ୍ର ଜପ କରନ୍ତୁ। ଶିବଲିଙ୍ଗ ଉପରେ ପ୍ରତ୍ୟେକ ବେଲପତ୍ର ଗୋ’ଇ ଗୋଟି ଅର୍ପଣ କରନ୍ତୁ। ଅତିକମରେ ୭ ସୋମବାର ପାଇଁ ଏହା କରନ୍ତୁ। ଭଗବାନ ଶୀଘ୍ର ଆପଣଙ୍କୁ ସନ୍ତାନ ଦେବେ।