Winter Baby Care Tips: ଶୀତରେ ନବଜାତ ଶିଶୁର ନିଅନ୍ତୁ ଏପରି ଯତ୍ନ, ଆପଣାନ୍ତୁ ଏହି ୮ ଉପାୟ
Advertisement
Article Detail0/zeeodisha/odisha1531833

Winter Baby Care Tips: ଶୀତରେ ନବଜାତ ଶିଶୁର ନିଅନ୍ତୁ ଏପରି ଯତ୍ନ, ଆପଣାନ୍ତୁ ଏହି ୮ ଉପାୟ

8 Important Point To Take Care Of Newborn In Winter: ଦେଶରେ ଜାରି ରହିଛି ଶୀତର ଲହରୀ । ଏଭଳି ପରିସ୍ଥିତିରେ ଶିଶୁମାନଙ୍କ ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ । ବିଶେଷକରି ନବଜାତ ଶିଶୁର ଯତ୍ନ ଥଣ୍ତା ଦିନେ ନେବେ ବାପାମାଆଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ ଠାରୁ କମ୍ ନୁହେଁ । ଏହି ଋତୁରେ,ଯେତେବେଳେ ପିଲାମାନେ ଥଣ୍ଡା ହେତୁ ଅସୁସ୍ଥ ହୁଅନ୍ତି, ବାପାମାଆମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରି ପରିସ୍ଥିତିରେ,ଆଜି ଆମେ ଆପଣଙ୍କୁ କିଛି ଛୋଟ ପିଲାଙ୍କ ଯତ୍ନ କିଭଳି ନେବେ । ସେ ବିଷୟରେ କିଛି ଟିପ୍ସ ଆପଣଙ୍କୁ ଦେବାକୁ ଚାହୁଁଛୁ ।

Winter Baby Care Tips: ଶୀତରେ ନବଜାତ ଶିଶୁର ନିଅନ୍ତୁ ଏପରି ଯତ୍ନ, ଆପଣାନ୍ତୁ ଏହି ୮ ଉପାୟ

8 Important Point To Take Care Of Newborn In Winter: ଦେଶରେ ଜାରି ରହିଛି ଶୀତର ଲହରୀ । ଏଭଳି ପରିସ୍ଥିତିରେ ଶିଶୁମାନଙ୍କ ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ । ବିଶେଷକରି ନବଜାତ ଶିଶୁର ଯତ୍ନ ଥଣ୍ତା ଦିନେ ନେବେ  ବାପାମାଆଙ୍କ ପାଇଁ କୌଣସି ଚ୍ୟାଲେଞ୍ଜ ଠାରୁ କମ୍ ନୁହେଁ । ଏହି ଋତୁରେ,ଯେତେବେଳେ ପିଲାମାନେ ଥଣ୍ଡା ହେତୁ ଅସୁସ୍ଥ ହୁଅନ୍ତି, ବାପାମାଆମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରି ପରିସ୍ଥିତିରେ,ଆଜି ଆମେ ଆପଣଙ୍କୁ କିଛି ଛୋଟ ପିଲାଙ୍କ ଯତ୍ନ କିଭଳି ନେବେ । ସେ ବିଷୟରେ କିଛି ଟିପ୍ସ ଆପଣଙ୍କୁ ଦେବାକୁ ଚାହୁଁଛୁ । ଯାହା ସାହାଯ୍ୟରେ ଆପଣ ନିଜ ଶିଶୁକୁ ଥଣ୍ଡାରୁ ବଞ୍ଚାଇ ପାରିବେ ଏବଂ ସୁସ୍ଥ ରଖିବାରେ ସକ୍ଷମ ହେବେ । ବାସ୍ତବରେ ନବଜାତ ଶିଶୁର ସ୍ୱାସ୍ଥ୍ୟ ଏବଂ ଚର୍ମ ଅତ୍ୟନ୍ତ କୋମଳ (New Born Babies Health Skin) ।

ପରିଷ୍କାର ପରିଚ୍ଛନ୍ନତା:

ଏହି ଋତୁରେ ଶିଶୁକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ନିହାତି ଆବଶ୍ୟକ । ସେଥିପାଇଁ ଦିନରେ ପିଲାକୁ ଉଷୁମ ପାଣିରେ ସ୍ନାନ କରାନ୍ତୁ ଏବଂ ଯେଉଁ ଦିନ ଆପଣ ଶିଶୁକୁ ସ୍ନାନ ନ କରାଇବେ,ସେହି ଦିନ ଶିଶୁର ଶରୀରକୁ ଓଦା ଟାୱେଲରେ ପୋଛି ଦିଅନ୍ତୁ । ଏହାଦ୍ୱାରା ପିଲାମାନେ ଅସୁସ୍ଥ ହେବାର ଆଶଙ୍କା କମିଯାଏ ।

ମୋଟା ପୋଷାକ ପିନ୍ଧାନ୍ତୁ:

ପିଲାମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ମୋଟା ପୋଷାକ ପିନ୍ଧନ୍ତୁ । କିନ୍ତୁ ମନେରଖନ୍ତୁ ଯେ ପୋଷାକ ଟିକେ ଠିଲା ପିନ୍ଧେଇବେ। ନଚେତ୍ ପିଲାଟିକୁ ଅସହଜ ମନେହେବ। ଏବଂ ଶ୍ୱାସକ୍ରିୟାରେ ସମସ୍ୟା ହୋଇପାରେ। 

ଭାରୀ କମ୍ବଳରେ ଘୋଡାନ୍ତୁ ନାହିଁ :

ଶିଶୁକୁ ଶୀତଦିନେ ଘୋଡାଇ ରଖନ୍ତୁ କିନ୍ତୁ ଶିଶୁକୁ ଭାରୀ କମ୍ବଳରେ ଘୋଡାନ୍ତୁ ନାହିଁ। ଭାରି କମ୍ବଳ ହେତୁ ଶିଶୁ ତାର ହାତ ଓ ଗୋଡ ଚଳାଇବାକୁ କଷ୍ଟ ହେବ । ଯେଉଁ କାରଣରୁ ଶିଶୁଟି ଅସହଜ ଅନୁଭବ କରିବ। ଏହା ବ୍ୟତୀତ ରୁମର ତାପମାତ୍ରାକୁ ସ୍ୱାଭାବିକ ରଖିବାକୁ ଚେଷ୍ଟା କରନ୍ତୁ ।

Also Read : Diabetic Foot Care Tips: ମଧୁମେହ ରୋଗୀମାନେ ରାତିରେ କିଣନ୍ତୁ ଜୋତା ଓ ଚପଲ, ଜାଣନ୍ତୁ ଏହାରି ପଛରେ ରହିଛି କେଉଁ କାରଣ ?

ମସାଜ୍ କରନ୍ତୁ :

ମସାଜ୍ ପିଲାମାନଙ୍କର ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ । ଏପରି ପରିସ୍ଥିତିରେ,ଆପଣ ଏହି ଋତୁରେ ଉଷୁମ ତେଲରେ ଶିଶୁକୁ ମାଲିସ୍ କରିପାରିବେ। ଏହା ସହିତ, ମସାଜ୍ ପାଇଁ ବାଦାମ ତେଲ, ଅଲିଭ୍ ତେଲ କିମ୍ବା ନଡିଆ ତେଲ ବ୍ୟବହାର କରନ୍ତୁ। 

ନାଜଲ ଡ୍ରପ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପକାନ୍ତୁ  :
ଏହି ଋତୁରେ ପିଲାମାନଙ୍କର ନାକ ପ୍ରାୟତ ଅଧିକ ଥଣ୍ତାରୁ ବନ୍ଧ ହୋଇଯାଇଥାଏ । ଯେଉଁଥିପାଇଁ ପିଲାମାନେ କାନ୍ଦିବା ଆରମ୍ଭ କରନ୍ତି । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ନାଜଲ ଡ୍ରଫ ଶିଶୁର ନାକରେ ପକାନ୍ତୁ । ଏହା ପିଲାମାନଙ୍କୁ ଆରାମ ଦେଇଥାଏ । ସେଥିପାଇଁ ଏହି ଋତୁରେ  ଘରେ ନାଜଲ ଡ୍ରପ ରଖିବାକୁ ଭୁଲନ୍ତୁ ନାହିଁ । 

ମୋଜା ପିନ୍ଧନ୍ତୁ  :

ଏହି ଋତୁରେ ପିଲାମାନେ ପାଦ ଏବଂ କାନରେ ଥଣ୍ଡା ହେବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ପାଦରେ ମୋଜା ଏବଂ ପିଲାଙ୍କ କାନରେ କ୍ୟାପ୍ ପିନ୍ଧିବାକୁ ଭୁଲନ୍ତୁ ନାହିଁ ।

ଥଣ୍ଡା ଜିନିଷରୁ ଦୂରେଇ ରୁହନ୍ତୁ :

ଏହି ଋତୁରେ, ପିଲାମାନଙ୍କୁ ଆଦୌ ଥଣ୍ଡା ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ । କାରଣ ଏହା ପିଲାକୁ ଅସୁସ୍ଥ କରିପାରେ। ଏହା ବ୍ୟତୀତ ପିଲାକୁ ୧୦ ମିନିଟ୍ ପାଇଁ ସୂର୍ଯ୍ୟକିରଣରେ ବସାନ୍ତୁ । ଏହା ଶିଶୁର ଶରୀରରେ ଭିଟାମିନ୍ ଡି'ର ଅଭାବକୁ ସଂପୂର୍ଣ୍ଣ କରିବ ଏବଂ ପିଲା ଶୀତରୁ ରକ୍ଷା ପାଇବ ।

ଟୀକାକରଣ କରନ୍ତୁ :

ଥଣ୍ଡା ଆରମ୍ଭ ହେଲେ ଆପଣ ପିଲାଙ୍କୁ ଟୀକାକରଣ ମଧ୍ୟ କରିପାରିବେ । ଏହା ଦ୍ବାରା ପିଲାମାନେ ସଂକ୍ରମଣ, ଥଣ୍ଡା,କାଶ ଏବଂ ଜ୍ୱର ଭଳି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ ଥାଏ । ଟିକା ପାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।