Benefits of Fasting: ଆଜି ଉପବାସ କରିଛନ୍ତି କି? ତାହାଲେ ଜାଣି ରଖନ୍ତୁ ଏହାର ଫାଇଦା
Advertisement

Benefits of Fasting: ଆଜି ଉପବାସ କରିଛନ୍ତି କି? ତାହାଲେ ଜାଣି ରଖନ୍ତୁ ଏହାର ଫାଇଦା

ଆଜି ହେଉଛି ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ । ଭୋଳାନାଥଙ୍କ କୃପା ଲାଭ କରିବା ନେଇ ଆଜିର ଦିନରେ ଉପବାସ କରିଥାଆନ୍ତି ସମସ୍ତ ଶିବ ଭକ୍ତ । ତେବେ ଆପଣ ନିଶ୍ଚିତ କେବେ ନା କେବେ ଉପବାସ ରଖିଥିବେ । ତେବେ କ'ଣ ଆପଣ ଉପବାସର ବୈଜ୍ଞାନିକ କାରଣ ସମ୍ବନ୍ଧରେ ଜାଣିଛନ୍ତି । ତେବେ ଆଜି ଆସନ୍ତୁ ଜାଣିବା ଉପବାସ ଦ୍ବାରା କଣ ଫାଇଦା ହୋଇଥାଏ ଓ ଉପବା

ସୌ(ସୋସିଆଲ ମିଡିଆ)

Benefits of Fasting: ଆଜି ହେଉଛି ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ । ଭୋଳାନାଥଙ୍କ କୃପା ଲାଭ କରିବା ନେଇ ଆଜିର ଦିନରେ ଉପବାସ କରିଥାଆନ୍ତି ସମସ୍ତ ଶିବ ଭକ୍ତ । ତେବେ ଆପଣ ନିଶ୍ଚିତ କେବେ ନା କେବେ ଉପବାସ ରଖିଥିବେ । ତେବେ କ'ଣ ଆପଣ ଉପବାସର ବୈଜ୍ଞାନିକ କାରଣ ସମ୍ବନ୍ଧରେ ଜାଣିଛନ୍ତି । ତେବେ ଆଜି ଆସନ୍ତୁ ଜାଣିବା ଉପବାସ ଦ୍ବାରା କଣ ଫାଇଦା ହୋଇଥାଏ ଓ ଉପବାସ କେତେ ପ୍ରକାର ଅଟେ ।

ଆମ ଦେଶରେ ଉପବାସ ଧର୍ମ ଓ ବିଶ୍ୱାସ ସହିତ ଜଡି଼ତ । କିନ୍ତୁ ଧାର୍ମିକ ମହତ୍ତ୍ୱ ବ୍ୟତୀତ ସ୍ୱାସ୍ଥ୍ୟ ସହ ଉପବାସର ଫାଇଦା ମଧ୍ଯ ଜଡି଼ତ । ତେବେ ଆସନ୍ତୁ ଆଲୋଚନା କରିବା ସ୍ୱାସ୍ଥ୍ୟ ପାଇଁ ଉପବାସର ଫାଇଦା ବିଷୟରେ । ଉପବାସକୁ ସାଧାରଣତଃ ଉପାସ ବୋଲି କୁହାଯାଇଥାଏ । ଉପବାସ ସମୟରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ସମୟ ପାଇଁ ଖାଦ୍ୟ ଓ ପାନୀୟ ଇତ୍ୟାଦିଠାରୁ ଦୂରେଇ ରହିଥାଏ । ବେଳେବେଳେ ଜଣେ ବ୍ୟକ୍ତି ଉପବାସ ସମୟରେ କେବଳ ପାଣି, ଫଳମୂଳଓ ଜୁସ୍ ପିଇଥାଏ, ଆଉ କେହି କେହି ଗୋଟିଏ ଦିନରେ ପାଣି କିମ୍ବା ଜଳ କିଛି ମଧ୍ଯ ଗ୍ରହଣ କରନ୍ତି ନାହିଁ । ଏହି ଉପବାସକୁ ନିର୍ଜଳା ଉପବାସ କୁହାଯାଏ । ଉପବାସର ଅବଧି ଗୋଟିଏ ଦିନ, ଏକ ସପ୍ତାହ କିମ୍ବା ଅଧିକ ହୋଇପାରେ । ଉପବାସ କେବଳ ଶ୍ରଦ୍ଧା ଓ ଭକ୍ତି ସହିତ ଜଡି଼ତ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ମଧ୍ୟ ହୋଇଥାଏ ।

ଉପବାସର ପ୍ରକାର

ଉପବାସ ବିଭିନ୍ନ ପ୍ରକାରର ରହିଛି । କିଛି ଲୋକ ଇଶ୍ବରଙ୍କ ଆଶୀର୍ବାଦ ଓ କୃପା ଲାଭ ପାଇଁ, ଉପବାସ କରିଥାଆନ୍ତି । ଯଦିଓ ଏହାଛଡ଼ା ଉପବାସ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ପ୍ରଭାତ ଉପବାସ-  ଏହିପ୍ରକାର ଉପବାସରେ ସକାଳ ସମୟର ଜଳଖିଆକୁ ବାଦ ଦିଆଯାଇ,  ଦିନରେ କେବେଳ ଦୁଇଥର ଭୋଜନା କରାଯାଇଥାଏ ।

ସନ୍ଧ୍ୟା ଉପବାସ- ଏହି ପ୍ରକାର ଉପବାସରେ ରାତିରେ ଖାଦ୍ୟ ଖାଆନ୍ତି ନାହିଁ ।  ଦିନରେ ଦୁଇଥର ଖାଦ୍ୟ ଖାଇବା ପରେ ସନ୍ଧ୍ୟାପରେ ଖାଦ୍ୟ ଖାଆନ୍ତି ନାହିଁ ।

ସପ୍ତାହିକ ଉପବାସ –କିଛି ଲୋକ ପ୍ରତି ସପ୍ତାହରେ ଏକ ନିର୍ଦ୍ଦିଷ୍ଟ ଦିନରେ ଉପବାସ କରନ୍ତି । ଏହା ସେହି ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ଯେ ସେ ଉପବାସ ସମୟରେ ପାଣି ପିଇବା କିମ୍ବା ଫଳ ଖାଇବେ କି ନାହିଁ, କିନ୍ତୁ ଏହି ଉପବାସରେ ଲୁଣିଆ ଖାଦ୍ୟ ଖାଆନ୍ତି ନାହିଁ ।

ଜୁସ୍ ଉପବାସ - ଏହି ଉପବାସ ସମୟରେ ଜଣେ ବ୍ୟକ୍ତି ଖାଦ୍ୟ ନଖାଇ କେବଳ ଫଳ ରସ ପିଅନ୍ତି ।

ଫଳ ଉପବାସ - ଏଥିରେ ଜଣେ ବ୍ୟକ୍ତି କେବଳ ଫଳ ଖାଇଥାଏ ।

ଖାଦ୍ୟ ବିନା ଉପବାସ - ଏହି ଉପବାସରେ ଜଣେ ବ୍ୟକ୍ତି କୌଣସି ଖାଦ୍ୟ ଗ୍ରହଣ ନକରି କେବଳ ପାଣି ପିଇ ଥାଆନ୍ତି ।

ଉପବାସର ଫାଇଦା

ଉପବାସର ଲାଭ କେବଳ ମାନସିକ ଶାନ୍ତି ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କରାଯାଇଥାଏ ।

ଶରୀରକୁ ଡିଟକ୍ସାଇଫ୍ କରାଇଥାଏ ଉପବାସ

ଉପବାସର କରିବା ଦ୍ବାରା ଶରୀରକୁ ସଫା ହୋଇଥାଏ । କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଉପବାସ ସମୟରେ କୌଣସି ଖାଦ୍ୟ ଗ୍ରହଣ ନକରି କେବଳ ତରଳ ପଦାର୍ଥ ଗ୍ରହଣ କଲେ ଏହା ଶରୀରକୁ ସଠିକ୍ ଭାବରେ ଡିଟକ୍ସାଇଫ୍ କରାଇଥାଏ । ଏହା କରିବା ଦ୍ବାରା ହଜମ ପ୍ରକ୍ରିୟାରେ ଉନ୍ନତି ଆସିବା ସହ ପେଟ ଜନିତ ସମସ୍ୟା ଓ ଚର୍ମ ସମସ୍ୟାକୁ ମଧ୍ୟ ହ୍ରାସ ପାଇଥାଏ ।

ଓଜନ କମିଥାଏ

ଅଧାରୁ ଅଧିକ ଲୋକ ମୋଟାପଣ ସମସ୍ୟା ନେଇ ଚିତିନ୍ତ ରହିଥାଆନ୍ତି । ଏପରି ପରିସ୍ଥିତିରେ, ଯଦି ଏହାର ଯତ୍ନ ନିଆଯାଏ ନାହିଁ, ତେବେ ଏହା ଶାରୀରିକ ଅନେକ ସମସ୍ୟା ସୃଷ୍ଟି କରିପାରେ । ଓଜନ କମାଇବା ପାଇଁ ଉପବାସ ଏକ ଭଲ ଉପାୟ ଅଟେ । ବର୍ଦ୍ଧିତ ଚର୍ବି ହ୍ରାସ କରିବାରେ ଉପବାସ ସାହାଯ୍ୟ କରିଥାଏ ।

ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ ହୋଇଥାଏ ଉପବାସ

ଉପବାସ ହଜମ ପ୍ରକ୍ରିୟା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଉପବାସ ଦ୍ୱାରା ଶରୀରର ନିଜସ୍ୱ ଆରୋଗ୍ୟ ପ୍ରଣାଳୀ ସଠିକ୍ ଭାବରେ କାମ କରେ, ଯେଉଁଥିପାଇଁ ଶରୀର ନିଜେ ଅନେକ ସମସ୍ୟାର ମୁକାବିଲା କରିବା ଆରମ୍ଭ କରେ କରିଥାଏ ।

ଉଚ୍ଚ ରକ୍ତଚାପର ସମସ୍ୟା ପାଇଁ ଉପଯୋଗୀ ହୋଇଥାଏ ଉପବାସ

ଉପବାସ ଉଚ୍ଚ ରକ୍ତଚାପର ସମସ୍ୟା ପାଇଁ କିଛି ପରିମାଣରେ ଲାଭଦାୟୀ ହୋଇଥାଏ । ଯେଉଁଥିରେ ୧୬ ଘଣ୍ଟା ଉପବାସ ଓ ୮ ଘଣ୍ଟା ଖାଇବା ନେଇ ପରାମର୍ଶ ଦିଆଯାଏ, ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ । ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏକ ସପ୍ତାହ ଉପବାସ କଲେ ରକ୍ତଚାପ କମିଯାଏ। ଏହି ଉପବାସକୁ ସଠିକ୍ ଭାବରେ କରି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ