ଦହିର ଚମତ୍କାର ଉପକାରିତା ବିଷୟରେ ଜାଣିନାହାନ୍ତି କି, ଖାଆନ୍ତୁ ଏବଂ ନିରୋଗ ରୁହନ୍ତୁ
Advertisement
Article Detail0/zeeodisha/odisha1334902

ଦହିର ଚମତ୍କାର ଉପକାରିତା ବିଷୟରେ ଜାଣିନାହାନ୍ତି କି, ଖାଆନ୍ତୁ ଏବଂ ନିରୋଗ ରୁହନ୍ତୁ

ପ୍ରତ୍ୟେକ ଦିନ ଦହି ଖାଇବା ଦ୍ବାରା ଆମ ଶରୀରକୁ ଅନେକ ଉପକାର ମିଳିଥାଏ । ଆମ ଓଜନ ହ୍ରାସ ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । 

ପ୍ରତିକାତ୍ମକ ଫଟୋ

ସାଧାରଣତଃ ଓଜନ ହ୍ରାସ କରିବା ପାଇଁ ଆମେ ଅନେକ ଉପାୟ କରିଥାଉ କିନ୍ତୁ ସମସ୍ତ ଚେଷ୍ଟା ସତ୍ତେ କୌଣସି ଆଖିଦୃଶିଆ ଫଳ ଦେଖାଦେଇ ନ ଥାଏ । କିଛି ସମାଧାନ ଆମ ଘରେ ରହିଛି କିନ୍ତୁ ଆମେ ଧ୍ୟାନ ଦେଉ ନ ଥାଉ କିନ୍ତୁ ସେହି ଘରୋଇ ଉପାୟକୁ ଆପଣାଇଲେ ଆମକୁ ଭଲ ଫଳ ମିଳିପାରେ ।ଡାଏଟିସିଆନଙ୍କ ମତରେ ପ୍ରତ୍ୟେକ ଦିନ ଦହି ଖାଇବା ଦ୍ବାରା ଆମ ଶରୀରକୁ ଅନେକ ଉପକାର ମିଳିଥାଏ । ଆମ ଓଜନ ହ୍ରାସ ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । 

ଦହି ହେଉଛି ଏକ ଦୁଗ୍ଧ ପଦାର୍ଥ ଯାହା ଘରେ ତିଆରି କରିବା ଅତି ସହଜ ଅଟେ । ଏଥିରେ ଅଧିକ ଅର୍ଥ ଖର୍ଚ୍ଚ ହୁଏ ନାହିଁ । ଏଥିରେ ପ୍ରୋଟିନ୍, ଭିଟାମିନ-B6,ଭିଟାମିନ B12,କ୍ୟାଲସିୟମ ଏବଂ ରାଇବୋଫ୍ଲାଭିନ ଭଳି ଗୁରୁତ୍ବପୂର୍ଣ୍ଣ ପୋଷକ ତତ୍ତ୍ବ ରହିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆସନ୍ତୁ ଜାଣିବା ଦହି ଆମ ଶରୀରକୁ କିପରି ଲାଭ ଦେଇଥାଏ । 

Also Read ; ଯଦି ଶରୀରରୁ ଏମିତି ସଙ୍କେତ ମିଳିବା ଆରମ୍ଭ ହେଉଛି, ସତର୍କ ହୋଇଯାଆନ୍ତୁ ବିୟର ଏବଂ ମଦ୍ୟପାନକୁ କରନ୍ତୁ ନାଁ

fallback

ଯଦି ଆପଣ ପ୍ରତିଦିନ ଦହି ଖାଉଛନ୍ତି ତେବେ ଓଜନ ସହଜରେ ହ୍ରାସ ହୋଇପାରେ କାରଣ ଏହି ଦୁଗ୍ଧ ପଦାର୍ଥରେ ପ୍ରୋଟିନ ଭରପୂର ରହିଥାଏ ଯାହା ମାଧ୍ୟମରେ ଓଜନ ହ୍ରାସ କରିବା ସହଜ ହୋଇଥାଏ। ଦହି କ୍ଷୀରରୁ ନିର୍ମିତ ଏକ ଉତ୍ପାଦ ହୋଇଥିବାକୁ ଏଥିରେ କ୍ୟାଲସିୟମର ଅଭାବ ନ ଥାଏ । ଏହା ଏକ ପୁଷ୍ଟିକର ଖାଦ୍ୟ ଯାହା ଆମ ହାଡକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଦହି ଖାଆନ୍ତି, ତେବେ ଆପଣଙ୍କ ଶରୀରକୁ ଅନେକ ଲାଭ ମିଳିଥାଏ । 

fallback

କରୋନା ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ସମସ୍ତେ ଗୁରୁତ୍ବ ଦେଉଛନ୍ତି କାରଣ ସମସ୍ତ ରୋଗ ଏବଂ ସଂକ୍ରମଣକୁ ବର୍ତ୍ତି ପାଇଁ ସମସ୍ତ ଉପାୟ ଆପଣାଉଛନ୍ତି । ଯେହେତୁ ଦହିରେ ଭିଟାମିନ-C ରହିଥାଏ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ଏଥିରେ ଶରୀର ପାଇଁ ଉପକାରୀ ଜୀବାଣୁ ରହିଥାଏ ଯାହା ଆମକୁ ସଂକ୍ରମଣରୁ ରକ୍ଷା କରିଥାଏ । 

ଯେଉଁ ମାନଙ୍କର ମଧୁମେହ ରୋଗ ରହିଛି ସେମାନେ ନିୟମିତ ଦହି ଖାଇବା ଉଚିତ୍ । ଦହିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଛି । 

fallback

ଦହିରେ ଏମିତି ଭଲ ଜୀବାଣୁ ମିଳିଥାଏ ଯାହା ଆମ ହଜମ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଦହି ଏକ ଥଣ୍ଡା ପଦାର୍ଥ ଅଟେ ଯାହା ପେଟକୁ ଆରାମ ଦେବାର କାମ କରିଥାଏ ।