ଓଡ଼ିଶାରେ ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର
Advertisement
Article Detail0/zeeodisha/odisha1129361

ଓଡ଼ିଶାରେ ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର

ସମ୍ମାନଜନକ ଅନୁଷ୍ଠାନ MKCGରେ ୫,୦୦୦ରୁ ଅଧିକ M.B.B.S. ସ୍ନାତକ ଏବଂ ୧,୦୦୦ରୁ ଅଧିକ ସ୍ନାତକୋତ୍ତର (M.D / M.S) ଏବଂ ନର୍ସିଂ, ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନେଟ ପରି ପାରା-ମେଡିକ୍ସ ନିଯୁକ୍ତ ଅଛନ୍ତି। ଅନୁଷ୍ଠାନ ଦ୍ୱାରା ପରିଚାଳିତ ସମସ୍ତ ପାଠ୍ୟକ୍ରମ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ, AICTE ଇତ୍ୟାଦି ବୃତ୍ତିଗତ ସଂସ୍ଥା ଦ୍ୱାରା ସ୍ୱୀକୃତିପ୍ରାପ୍ତ।

ସୌ: ସୋସିଆଲ ମିଡିଆ

ବ୍ରହ୍ମପୁର: ଓଡ଼ିଶାରେ ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ (MKCG)ରେ ୨ଟି ପଦବୀ ଖାଲି ଅଛି। ଓଡିଶା ସରକାରଙ୍କ ଦ୍ୱାରା MKCG ସ୍ଥାପିତ ହୋଇଛି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରୁଛି।

ସମ୍ମାନଜନକ ଅନୁଷ୍ଠାନ MKCGରେ ୫,୦୦୦ରୁ ଅଧିକ M.B.B.S. ସ୍ନାତକ ଏବଂ ୧,୦୦୦ରୁ ଅଧିକ ସ୍ନାତକୋତ୍ତର (M.D / M.S) ଏବଂ ନର୍ସିଂ, ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନେଟ ପରି ପାରା-ମେଡିକ୍ସ ନିଯୁକ୍ତ ଅଛନ୍ତି। ଅନୁଷ୍ଠାନ ଦ୍ୱାରା ପରିଚାଳିତ ସମସ୍ତ ପାଠ୍ୟକ୍ରମ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ, AICTE ଇତ୍ୟାଦି ବୃତ୍ତିଗତ ସଂସ୍ଥା ଦ୍ୱାରା ସ୍ୱୀକୃତିପ୍ରାପ୍ତ। ବର୍ତ୍ତମାନ MKCG ମେଡିକାଲ-କଲେଜରେ ୨ ଟି ପଦବୀ ଖାଲି ଅଛି। ଏହାର ନିଯୁକ୍ତି ଚୁକ୍ତିଭିତ୍ତିକ ହେବ। ତେବେ ଆସନ୍ତୁ ଏହି ନିଯୁକ୍ତି ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବା...

ପଦ ନାମ: Medical Physicist
ଖାଲି ପଦବୀ ସଂଖ୍ୟା: ୦୨
କେଉଁଠାରେ କାମ କରିବେ: Department of Radiotherapy
ଆବେଦନର ଶେଷ ତାରିଖ: ୬ ଏପ୍ରିଲ ୨୦୨୨ ସନ୍ଧ୍ୟା ୫ଟା
ଦରମା: ୭୫ ହଜାର ଟଙ୍କା

Also Read: ଫ୍ରିରେ ଏହି ଉପାୟରେ ଅନଲାଇନରେ ଚେକ୍ କରନ୍ତୁ ନିଜର CIBIL score

ଆବେଦନ ପତ୍ର ପଠାଇବା ଏହି ଠିକଣା:
ଡିନ୍ ଆଣ୍ଡ୍ ପ୍ରିନ୍ସିପାଲ୍ ଅଫିସ୍,
MKCG ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍,
ବ୍ରହ୍ମପୁର- ୭୬୦୦୦୪

ସବିଶେଷ ବିବରଣୀ ଉପଲବ୍ଧ: www.mkcgmch.org