ଭାଗ୍ୟ ୨୦୨୧: ଜାଣନ୍ତୁ ଦୁନିଆ, ଭାରତ, ଓଡ଼ିଶା ଓ ଆପଣଙ୍କ ପାଇଁ କେମିତି ରହିବ ନୂଆ ବର୍ଷ
Advertisement

ଭାଗ୍ୟ ୨୦୨୧: ଜାଣନ୍ତୁ ଦୁନିଆ, ଭାରତ, ଓଡ଼ିଶା ଓ ଆପଣଙ୍କ ପାଇଁ କେମିତି ରହିବ ନୂଆ ବର୍ଷ

ଚଳିତବର୍ଷ ଗ୍ରହମାନଙ୍କ ର ଅବସ୍ଥିତି ଓ ଫଳାଫଳ ଯୁଦ୍ଧର ବିଭୀଷକା, ରାଜନୈତିକ ଅସ୍ଥିରତା, ପ୍ରାକୃତିକ ବିପର୍ଯ୍ୟୟ, ପ୍ରଚଣ୍ଡ ଗ୍ରୀଷ୍ମତାପ, ଶୀତ ଲହରୀ ଓ ଲଘୁଚାପ ଜନିତ ବର୍ଷା ସମସ୍ୟା ସୃଷ୍ଟି କରିପାରେ । ନିତ୍ୟ ବ୍ୟବହୃତ ସାମଗ୍ରୀ , ଖାଦ୍ୟ ପଦାର୍ଥ ଓ ତୈଳ ଜାତୀୟ ପଦାର୍ଥର ଦରବୃଦ୍ଧି ସର୍ବସାଧାରଣଙ୍କ ପାଇଁ ସମସ୍ୟାର କାରଣ ହେବ ।

ଭାଗ୍ୟ ୨୦୨୧: ଜାଣନ୍ତୁ ଦୁନିଆ, ଭାରତ, ଓଡ଼ିଶା ଓ ଆପଣଙ୍କ ପାଇଁ କେମିତି ରହିବ ନୂଆ ବର୍ଷ

ଭାରତର ପରିସ୍ଥିତି: ଭାରତର ରାଶିଚକ୍ର ଅନୁସାରେ ୨୦୧୫ ମସିହା ସେପ୍ଟେମ୍ବର ମାସ ଠାରୁ ଚନ୍ଦ୍ର ମହାଦଶା ଆରମ୍ଭ ହୋଇଥିଲା ବେଳେ ସଂପ୍ରତି ଚନ୍ଦ୍ର ମହାଦେଶରେ ଶନିଙ୍କର ଅନ୍ତର୍ଦ୍ଦଶା ଚାଲିଛି । ଭାରତର ରାଶି ପୁଣ୍ୟା ନକ୍ଷତ୍ର କର୍କଟ ରାଶି ହୋଇଥିବା ବେଳେ ଚଳିତବର୍ଷ ଗ୍ରହମାନଙ୍କର ଅବସ୍ଥିତିକୁ ବିଚାର କଲା ବେଳକୁ ଭାରତବର୍ଷ ତଥା ସରକାର ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦଇ ଗତି କଲେ ମଧ୍ୟ ଜଣେ ପରାକ୍ରମଶାଳୀ ତଥା ପ୍ରଭାବଶାଳୀ ରାଷ୍ଟ୍ର ଭାବରେ ଖ୍ୟାତି ଅର୍ଜନ କରିବ । ପଡ଼ୋଶୀ ରାଷ୍ଟ୍ର ମାନଙ୍କ ସହିତ ସୁସମ୍ପର୍କ ରକ୍ଷା କରିବା ପାଇଁ ସରକାର ଚେଷ୍ଟିତ ହେବେ, ମାତ୍ର ପରସ୍ପର ମଧ୍ୟରେ ଥିବା ବିରୋଧି ମନୋଭାବ ହେତୁ ତିକ୍ତତା ସୃଷ୍ଟି ହୋଇପାରେ । ବିଶେଷକରି ଚୀନ ଓ ପାକିସ୍ତାନ ପଟରୁ ବିପଦର ସମ୍ଭାପନା ଥିବାବେଳେ ସରକାର ଦୃଢତା ତଥା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଶତ୍ରୁକୁ ପରାସ୍ତ କରିବେ ।

ଅଧିକ ପଢ଼ନ୍ତୁ:-LPG ସିଲିଣ୍ଡର ଓ ରାସନ କାର୍ଡକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସରକାର

ବିଶ୍ୱର ପରିସ୍ଥିତି: ବର୍ଷ ଆରମ୍ଭରୁ ବୃହସ୍ପତି ଓ ଶନି ମକର ରାଶିରେ ରାହୁ, ବୃଷ ରାଶିରେ କେତୁ,ବିଛା ରାଶିରେ ଅବସ୍ଥାନ କରୁଥିବା କାରଣରୁ ସମଗ୍ର ବିଶ୍ୱ ପାଇଁ ଏହା ମଧ୍ୟମ ଫଳ ପ୍ରଦାନ କରିବ । ଆମେରିକା, ଋଷିଆ, ଚୀନ ଓ ଜାପାନ ପରି ପ୍ରଗତିଶୀଳ ରାଷ୍ଟ୍ରମାନେ ଅର୍ଥନୈତିକ ତଥା ସାମାଜିକ ବିକାଶ ପାଇଁ ଚେଷ୍ଟିତ ହେବେ । ମାତ୍ର ଆର୍ଥିକ ମାନ୍ଦାବସ୍ଥା ତଥା ଅନିୟମିତତା, ଉତ୍ପାଦନ କ୍ଷେତ୍ରରେ ହ୍ରାସ, ଆଭ୍ୟନ୍ତରୀଣ ସମସ୍ୟା , ଖାଦ୍ୟ ପଦାର୍ଥର ଅହୈତୁକ ମୂଲ୍ୟବୃଦ୍ଧି, ଆତଙ୍କବାଦ, ଅଜଣା ରୋଗର ଆତଙ୍କ, ପ୍ରାକୃତିକ ବିପର୍ଯ୍ୟୟ, ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରିବ । ଅର୍ଥନୈତିକ ସମାନତା ପାଇଁ ବହୁ ରାଷ୍ଟ୍ରର ମୁଖିଆମାନେ ଆଭ୍ୟନ୍ତରିଣ ବିପ୍ଳବର ସମ୍ମୁଖିନ ହୋଇ ପାରନ୍ତି । ଗଣତନ୍ତ୍ରର ମୂଲ୍ୟବୋଧ ବହୁ ରାଷ୍ଟ୍ରରେ ପ୍ରତିଷ୍ଠିତ ହେବ । କ୍ଷମତା ବିକେନ୍ଦ୍ରୀକରଣ, ଯୁଦ୍ଧଖୋର ମନୋବୃତ୍ତି ତଥା ଯୁଦ୍ଧାସ୍ତ୍ର ନିର୍ମାଣ କ୍ଷେତ୍ରରେ ପ୍ରତିଯୋଗିତା ଦେଶ ଦେଶ ମଧ୍ୟରେ ବିବାଦର ସୂତ୍ରପାତ କରିପାରେ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ଝଟକା, କଂଗ୍ରେସ ପାଇଁ ଭଲ ଖବର

ଏବର୍ଷର ଗ୍ରହ ସ୍ଥିତି: ବର୍ଷ ଆରମ୍ଭରୁ ରବି ଧନୁରାଶିରେ, ବୁଧ ଧନୁରାଶିରେ, ଶନି ଓ ବୃହସ୍ପତି ମକର ରାଶିରେ, ମଙ୍ଗଳ ମେଷ ରାଶିରେ, ରାହୁ ବୃଷ ରାଶିରେ, କେତୁ ଓ ଶୁକ୍ର ବିଛା ରାଶିରେ ଅବସ୍ଥାନ କରୁଥିଲାବେଳେ ଚନ୍ଦ୍ର ପ୍ରତି ୨ଦିନ ୧୫ ସେକେଣ୍ଡ ସମୟର ଅନ୍ତରାଳରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗମନ କରିବେ । ରବି,ବୁଧ,ଓ ଶୁକ୍ର ବର୍ଷକ ମଧ୍ୟରେ ଗତିଶୀଳ ହୋଇ ପ୍ରାୟତଃ ବର୍ଷ ଶେଷ ବେଳକୁ ଦ୍ୱାଦଶ ରାଶି ପରିକ୍ରମା କରି ସାରିଥିବେ ।

ଚଳିତବର୍ଷ ଗ୍ରହମାନଙ୍କ ର ଅବସ୍ଥିତି ଓ ଫଳାଫଳ ଯୁଦ୍ଧର ବିଭୀଷକା, ରାଜନୈତିକ ଅସ୍ଥିରତା, ପ୍ରାକୃତିକ ବିପର୍ଯ୍ୟୟ, ପ୍ରଚଣ୍ଡ ଗ୍ରୀଷ୍ମତାପ, ଶୀତ ଲହରୀ ଓ ଲଘୁଚାପ ଜନିତ ବର୍ଷା ସମସ୍ୟା ସୃଷ୍ଟି କରିପାରେ । ନିତ୍ୟ ବ୍ୟବହୃତ ସାମଗ୍ରୀ , ଖାଦ୍ୟ ପଦାର୍ଥ ଓ ତୈଳ ଜାତୀୟ ପଦାର୍ଥର ଦରବୃଦ୍ଧି ସର୍ବସାଧାରଣଙ୍କ ପାଇଁ ସମସ୍ୟାର କାରଣ ହେବ ।

ଅଧିକ ପଢ଼ନ୍ତୁ:-'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'

ଓଡିଶାର ପରିସ୍ଥିତି: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ରାଶି କର୍କଟ ରାଶି ଓ ମିଥୁନ ଲଗ୍ନ ହୋଇ ଥିଲାବେଳେ ଗ୍ରହମାନଙ୍କର ଅବସ୍ଥିତି ଓ ଗୋଚର ଫଳ ଅନୁସାରେ ଏହା ଓଡିଶା ପାଇଁ ମଧ୍ୟମ ଫଳ ପ୍ରଦାନ କରିବ, ମାତ୍ର ବିରୋଧିମାନଙ୍କର ଅସହଯୋଗ ଓ ପ୍ରଶାସନିକ କ୍ଷେତ୍ରରେ ଅପାରଗତା ବିଶେଷ କରି କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ନମିଳିବା ଫଳରେ ଯୋଜନା ଗୁଡିକ ସଫଳ ରୂପାୟନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ ।

ମେଷ ରାଶି: ଚଳିତବର୍ଷ ଗ୍ରହମାନଙ୍କର ଗୋଚର ଫଳ ଅନୁସାରେ କାର୍ଯ୍ୟ କ୍ଷେତ୍ରରେ କର୍ମନୁସାରେ ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇନପାରେ । ମାନସିକ ଅବସାଦ ଓ ଶାରୀରିକ ଅସୁସ୍ଥତା ଆପଣଙ୍କୁ ଚିନ୍ତିତ ଓ ବିବ୍ରତ କରାଇବ । ଋଣଗ୍ରସ୍ତ ହୋଇପାରନ୍ତି । ପାରିବାରିକ ସମସ୍ୟା, ଜମିଜମା ଗଣ୍ଡଗୋଳ ତଥା ମାଲିମକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି । ଏପ୍ରିଲ ମାସ ପ୍ରଥମ ସପ୍ତାହ ପରେ ଓ ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହ ମଧ୍ୟରେ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଘଟିବ । ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ ।

ବୃଷ ରାଶି: ବର୍ଷର ପ୍ରଥମ ।ର୍ଦ୍ଧରେ ଆଖିଦୁଶିଆ ଉନ୍ନତି ସଂଘଟିତ ହେବ । କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଆୟ ବୃଦ୍ଧି ହେବ । ନୂତନ ଆୟର ପନ୍ଥା ଅବଲମ୍ବନ କରି ପାରନ୍ତି । କର୍ମକ୍ଷେତ୍ରରେ ପଦୋନ୍ନତି ସହିତ ସ୍ତାନାନ୍ତରିତ ହେବେ । ବେକାର ଯୁବକ ଯୁବତୀମାନେ ଜାନୁଆରୀରୁ ମାର୍ଚ୍ଚ ଓ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ କର୍ମସଂସ୍ଥାନ ପାଇଁ ଚେଷ୍ଟା କରିବା ଉଚିତ୍ । ସେୟାର ମାର୍କେଟ ବା କୌଣସି ପୁଞ୍ଜି ଲଗାଣ ସଂସ୍ଥାରେ ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ଅର୍ଥ ବିନିଯୋଗ କଲେ ଭଲ । ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

ମିଥୁନ ରାଶି: ଏବର୍ଷ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସମସ୍ୟା ଲାଗି ରହିବ । କର୍ମରେ ଅପ୍ରତ୍ୟାଶିତ ପରିବର୍ତ୍ତନ , ଉତ୍ପାଦନ କ୍ଷେତ୍ରରେ ବାଧାବିଘ୍ନ, ଅର୍ଥନୈତିକ ଅନିୟମିତତା ଆପଣଙ୍କୁ ବୃତ୍ତିଗତ କ୍ଷେତ୍ରରେ କିଛିଟା ନୂତନ ନିଷ୍ପତ୍ତି ନେବାପାଇଁ ବାଧ୍ୟ କରିପାରେ । ଶିକ୍ଷା, ଗବେଷଣା ଓ ପ୍ରକାଶନ କ୍ଷେତ୍ରରେ ଅପ୍ରିଲ ମାସଠାରୁ ଅଗଷ୍ଟ ମାସ ମଧ୍ୟରେ ସ୍ୱାକ୍ଷରିତ ହେବ । ବର୍ଷର ଶେଷ ଆଡ଼କୁ ଆର୍ଥିକ ଉନ୍ନତି ସଂଘଟିତ ହେବ । ଭୂମି, ଗୃହ, ପୈତୃକ ସମ୍ପତ୍ତି, କୃଷି ଓ ବୈଷୟିକ ଅନୁଷ୍ଠାନରୁ ଅର୍ଥପ୍ରାପ୍ତି ହୋଇପାରେ ।

କର୍କଟ ରାଶି: ଚଳିତବର୍ଷର ଗ୍ରହସ୍ଥିତି ଆପଣଙ୍କୁ ବହୁ କ୍ଷେତ୍ରରେ ପ୍ରତିଷ୍ଠା କରାଇବ । କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ନୂତନ ନିଯୁକ୍ତ ମିୂଳିପାରେ । ଆୟ ବୃଦ୍ଧି ସହିତ ଖର୍ଚ୍ଚର ପରିମାଣ ମଧ୍ୟ ବୃଦ୍ଧି ଘଟିବ । ଭୂସଂପଦ ପ୍ରାପ୍ତ କରିବେ ନୂତନ ଗୃହ ନିର୍ମାଣ କରି ପାରନ୍ତି । ପାରିବାରିକ ଶାନ୍ତି ପ୍ରାପ୍ତି ହେବ । ଅପ୍ରେଲ ମାସ ଠାରୁ ଅଗଷ୍ଟ ମାସ ମଧ୍ୟରେ ସାମାନ୍ୟ ଅସୁବିଧା ଦେଖାଯାଇପାରେ । ରିଷ୍ଟଖଣ୍ଡନ ପାଇଁ ମା ଭୂବନେଶ୍ୱରୀଙ୍କ ପୂଜା ସହ ପ୍ରତିଦିନ ସହସ୍ରନାମ ପାଠ କରନ୍ତୁ ।

ସିଂହ ରାଶି: ଚଳିତବର୍ଷ କର୍ମକ୍ଷେତ୍ର ଓ ବ୍ୟବସାୟରେ ସାବଧାନତା ଅବଲମ୍ବନ କରିବା ଉଚିତ୍ । ସାମାଜିକ ପ୍ରତିଷ୍ଠା କ୍ଷୂର୍ଣ୍ଣ ହୋଇପାରେ । ଆର୍ଥିକ ଉନ୍ନତିରେ ପ୍ରତିବନ୍ଧକ ସୃଷ୍ଟି ହେବ । ତଣ୍ଟି,ଦାନ୍ତ ଓ ଆଣଣ୍ଠୁଗଣ୍ଠି ଜନିତ ସମସ୍ୟା ଲାଗି ରହିବ । ଆଇନ ବ୍ୟବସାୟ, ଲୌହ, ଘର ତିଆରି ଉପକରଣ ଓ ତୈଳ ଜାତୀୟ ଦ୍ରବ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ମଧ୍ୟମ ଲାଭ ପ୍ରାପ୍ତ କରିବେ । ପାରିବାରିକ ସମସ୍ୟା,ଅବିବାହିତ ପୁଅ ଝିଅଙ୍କ ସମସ୍ୟା ଭାରାକ୍ରାନ୍ତ କରିପାରେ । ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ରୋତ ପାଠ କରନ୍ତୁ ।

କନ୍ୟା ରାଶି: ଏବର୍ଷ ଆପଣମାନଙ୍କ ପାଇଁ ଶୁଭଫଳ ପ୍ରାପ୍ତି ହେବ । ନୀତି ଓ ଆଦର୍ଶ ଆପଣଙ୍କର ଭୂଷଣ ହେବ । ନୂତନ ନିଯୁକ୍ତି ମିଳିପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ ହେବ । ଲାଗି ରହିଥିବା ସମସ୍ୟା ସମାଧାନ ପାଇଁ ଚେଷ୍ଟିତ ହେବେ । ଆୟ ଅନୁକୂଳ ରହିବ । ବୈବାହିକ ସମସ୍ୟା ଦୂରୀଭୂତ ହେବ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । ଜମିବାଡି କିଣାକିଣି କରିବେ । ଏପ୍ରିଲ ମାସରୁ ଅଗଷ୍ଟ ମାସ ମଧ୍ୟରେ ସାବଧାନତା ଅବଲମ୍ବନ କରିବା ଉଚିତ୍ । ଠକାମୀରେ ପଡିବାର ସମ୍ଭାବନା ରହିଛି । ରିଷ୍ଟ ଖଣ୍ଟନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ।

ତୁଳା ରାଶି: ଚଳିତବର୍ଷ ସମୟର ପ୍ରତିକୂଳତା ଅନୁଭବ ହେବ । କ୍ୟାରିୟରକୁ ନେଇ ଚିନ୍ତା ପ୍ରକଟ କରିବେ । କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଅସୁବିଧାର ସମ୍ମୁଖୀନ ହେବେ । ଶତ୍ରୁ ଦ୍ୱାରା ପରାଭୂତ ହୋଇପାରନ୍ତି । ମାନସିକ ଅବସାଦ ସୃଷ୍ଟି ହୋଇପାରେ । ମାଲିମକଦମାର ସମ୍ମୁଖୀନ ହୋଇପାରନ୍ତି । ନିଜର ଦୃଢ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ସମସ୍ୟାର ସମ୍ମୁଖୀନ ହୋଇ ବିଳମ୍ବରେ କାର୍ଯ୍ୟରେ ସଫଳତା ଲାଭ କରିବେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିପାରନ୍ତି । ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବଟୁକ ଭୈଭବ କବଚ ପାଠ କରନ୍ତୁ ।

ଅଧିକ ପଢ଼ନ୍ତୁ:-ଭାଙ୍ଗିଯିବ ନୀତିଶ ସରକାର, ଆରଜେଡିରେ ସାମିଲ ହେବେ ୧୭ ଜେଡିୟୁ ବିଧାୟକ?

ବିଛା ରାଶି: ଏବର୍ଷଟି ମୋଟାମୋଟି ଭାବରେ ଆପଣମାନଙ୍କ ପାଇଁ ସାଧାରଣ ରହିବ । ମାନସିକ ଅବସାଦ, ଆର୍ଥିକ ହାନି, ଅପମାନ ଜନକ ପରିସ୍ଥିତି ତଥା ଶାରୀରିକ ଅସୁସ୍ଥତା ଆପଣଙ୍କୁ ବ୍ୟଥିତ ଓ ବିବ୍ରତ କରିବ । ସମସ୍ୟା ଦୂରୀଭୂତ ପାଇଁ ଚେଷ୍ଟିତ ହେଲେ ମଧ୍ୟ ଆଖିଦୃଶିଆ ସଫଳତା ମିଳିବ ନାହିଁ । ତଥାପି ଧୈର୍ଯ୍ୟର ସହିତ ଆପଣ ସମସ୍ତ ସମସ୍ୟାର ସମ୍ମୁଖୀନ ହେବେ । ଅପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଜଗିରଖି ଚଳିବା ନିହାତ ଆବଶ୍ୟକ । ଦୂରଯାତ୍ରା କରିବା ଉଚିତ୍ ନୁହେଁ । ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ଉଚିତ୍ । ରିଷ୍ଟଖଣ୍ଡନ ପାଇଁ ପ୍ରତିଦିନ ଶ୍ରୀ ହନୁମାନଚାଳିଶା ଓ ବଜରଙ୍ଗ ବାଣ ପାଠ କରନ୍ତୁ ।

ଧନୁ ରାଶି: ଧନୁ ରାଶିର ବ୍ୟକ୍ତି ବିଶେଷ ମାନେ ଏବର୍ଷ ଶୁଭଫଳ ପ୍ରାପ୍ତ କରିବେ । ଗ୍ରହମାନଙ୍କର ଗୋଚର ଫଳ ଆପଣଙ୍କୁ ସଫଳତା ପ୍ରଦାନ କରିବ । ଆୟ ବୃଦ୍ଧି ହେବା ସହିତ ଆଶାବାଦୀ ହେବେ । ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ହାସଲ କରିବେ । ଦୂରଯାତ୍ରା ସଫଳତା ପ୍ରଦାନ କରିବ । ଯଶ, ମାନ, ଗୌରବର ଅଧିକାରୀ ହେବେ । ନୂତନ ଜମିବାଡି କିଣାକିଣି କରିପାରନ୍ତି । ଘରେ ମାଙ୍ଗାଳିକ କାର୍ଯ୍ୟ ଅନୁଷ୍ଠିତ ହେବ । ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ର ନାମ ପାଠ କରନ୍ତୁ ।

ମକର ରାଶି: ଚଳିତବର୍ଷ ଆପଣମାନଙ୍କ ପାଇଁ ଗ୍ରହମାନଙ୍କର ଅବସ୍ଥିତି ଓ ଗୋଚର ଫଳ ମଧ୍ୟମ ଫଳ ପ୍ରଦାନ କରିବ । ଯେଉଁ ପରି କର୍ମ କରିବେ ସେ ପ୍ରକାର ଫଳ ପ୍ରାପ୍ତ ହେବ । ବର୍ଷର ପ୍ରଥମାର୍ଦ୍ଧରେ କର୍ମହେତୁ ଗୃହ ଠାରୁ ଦୂରେଇ ରହିପାରନ୍ତି । ମାନସିକ ଅଶାନ୍ତି, ସହଯୋଗୀ ମାନଙ୍କ ଅସହଯୋଗୀତା ଆପଣଙ୍କୁ ସମସ୍ୟାରେ ପକାଇପାରେ । ଦୁର୍ଘଟଣା ଜନିତ ସମସ୍ୟା ସୃଷ୍ଟି ହେବା ସହ ଆପଣଙ୍କୁ ଶାରୀରିକ କଷ୍ଟ ପ୍ରଦାନ କରିବ । ଦାମ୍ପତ୍ୟରେ ଅଶାନ୍ତି ଦେଖାଦେଇପାରେ । ରିଷ୍ଟ ଖଣ୍ଡନ ପାଇଁ ଓଁ ରବିପୁତ୍ରାୟ ବିଦ୍ମହେ ଯମ ଅଗ୍ରଜାୟ ଧୀମହି ତନ୍ନୋଶନି ପ୍ରଚୋଦୟାତ୍ ମନ୍ତ୍ର ଜପ କରନ୍ତୁ ।

କୁମ୍ଭ ରାଶି: କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ଚଳିତବର୍ଷ ବହୁ ବାଧାବିଘ୍ନ ଓ ଅସୁବିଧା ମଧ୍ୟ ଦେଇ ଗତି କରିବେ । ପାରିବାରିକ ସମସ୍ୟା ଲାଗିକି ରହିବ । ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ ଓ ମାଲିମକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି ।  କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଦ୍ୱନ୍ଦ ଦେଖାଯାଇପାରେ । ଆନନ୍ଦରେ ନିରାନନ୍ଦ ସୃଷ୍ଟି ହେବାର ସମ୍ଭାବନା ରହିଛି, ଏଣୁ ସାବଧାନତା ଅବଲମ୍ବନୀୟ । ଆଣ୍ଠୁଗଣ୍ଠି ସମସ୍ୟା, ଚର୍ମ ଓ ପରିସ୍ରା ଜନିତ ସମସ୍ୟା ଆପଣଙ୍କୁ ଶଯ୍ୟାଶାୟୀ କରାଇପାରେ । ନିଜର ଧୀଶକ୍ତି,ଧୈର୍ଯ୍ୟ,ଓ ସହନଶୀଳତା ଏସମୟରେ ଆପଣଙ୍କ ପାଇଁ ଆର୍ଶୀବାଦ ଯୁକ୍ତ ହେବ । ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣଙ୍କ ଗାୟତ୍ରୀ ମନ୍ତ୍ର ପାଠ କରି ଗରିବଙ୍କୁ ଅନ୍ନଦାନ କରନ୍ତୁ ।

ମୀନ ରାଶି: ଚଳିତବର୍ଷ ଆପଣଙ୍କ ପାଇଁ ଅନୁକୂଳ ଫଳ ଆଣିଦେବ । ନିଜର କର୍ତ୍ତବ୍ୟ ପରାୟଣତା, ଦୃଢ ନିଷ୍ଠା, ସହନଶୀଳତା ଓ ଉଦ୍ୟମ ଫଳରେ ଆପଣ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ । ନୂତନ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ହେବ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ପ୍ରାଚୀନ ଶାସ୍ତ୍ର ପ୍ରତି ରୁଚି ରହିବା ସହ ଗବେଷଣା ଜନିତ ସଫଳତା ଲାଭ କରିବେ । ନୂତନ ଦ୍ରବ୍ୟ, ଆସବାବପତ୍ର ତଥା ଅଳଙ୍କାର କିଣାକିଣି କରିପାରନ୍ତି । ଉଚ୍ଚପଦସ୍ତ ଅଧିକାରୀଙ୍କ ସହଯୋଗ ପାଇ ସରକାରୀ ସ୍ତରରେ ଆହୁତ ହେବା ସହ ସଫଳତା ଲାଭ କରିବେ । ବିବାହ ଜନୀତ ସମସ୍ୟା ଦୂରୀଭୂତ ହେବ । ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସପ୍ତସତୀ ଚଣ୍ଡୀ ପାଠ କରନ୍ତୁ ।