Advertisement
Article Detail0/zeeodisha/odisha772169
Zee OdishaOdisha LifeStyle and Othersନିର୍ବାଚନୀ ବିଜ୍ଞାପନ ଖର୍ଚ୍ଚରେ ବିଶ୍ୱ ରେକର୍ଡ!

ନିର୍ବାଚନୀ ବିଜ୍ଞାପନ ଖର୍ଚ୍ଚରେ ବିଶ୍ୱ ରେକର୍ଡ!


ରାଷ୍ଟ୍ରପତି ନିର୍ବାଚନରେ ପାଣି ପରି ବୋହିଲା ଟଙ୍କା! କେବଳ ଟିଭି ଓ ଡିଜିଟାଲ ଆଡ୍ ପାଇଁ ଖର୍ଚ୍ଚ ହୋଇଛି ସାଢେ ୫୦୦ରୁ ଊର୍ଦ୍ଧ୍ୱ ମିଲିୟନ ଡଲାର।

ନିର୍ବାଚନୀ ବିଜ୍ଞାପନ ଖର୍ଚ୍ଚରେ ବିଶ୍ୱ ରେକର୍ଡ!

ୱାଶିଂଟନ୍: ଆମେରିକା ଇତିହାସରେ ପ୍ରଥମ ଥର ନିର୍ବାଚନୀ ବିଜ୍ଞାପନ ପାଇଁ ପାଣି ପରି ବୋହିଛି ଟଙ୍କା। ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛନ୍ତି ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥି ଜୋ ବିଡେନ। ଟିଭି ଓ ଡିଜିଟାଲ ବିଜ୍ଞାପାନରେ ସେ ୫୮୨ ମିଲିୟନ ଡଲାରରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିଥିବା ଆଡଭାଟାଇଜିଂ ଆନାଲିଟିକ୍ସର ଡାଟାରୁ ଜାଣିବାକୁ ମିଳିଛି।

ଶୁକ୍ରବାର ଆଡ୍ ଆନାଲିଟିକ୍ସ ତାର ତଥ୍ୟ ପ୍ରକାଶ କରିଛି । ଏହି ତଥ୍ୟ ଅନୁସାରେ, ଆମେରିକାର ଇତିହାସରେ ପ୍ରଥମ ଥର ରାଷ୍ଟ୍ରପତି ନିର୍ବାଚନ ପାଇଁ ଟେଲିଭିଜନ ଏବଂ ଡିଜିଟାଲ ବିଜ୍ଞାପନରେ ରେକର୍ଡ ପରିମାଣର ଅର୍ଥ ଖର୍ଚ୍ଚ ହୋଇଛି।  ଗତବର୍ଷ ଅଭିଯାନ ଆରମ୍ଭ କରିବା ଦିନଠାରୁ ପୂର୍ବତନ ଉପ-ରାଷ୍ଟ୍ରପତି ଜୋ ବିଡେନ ଟେଲିଭିଜନ ବିଜ୍ଞାପନରେ ୫୮୨ ମିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଛନ୍ତି।

କେବଳ ଗତ ସପ୍ତାହରେ, ବିଡେନଙ୍କ ଦଳ ଟିଭି ବିଜ୍ଞାପନରେ ୪୫ ମିଲିୟନ ଡଲାର ଖର୍ଚ୍ଚ କରିଥିଲେ। ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବ। ତେବେ ସେହି ଅନ୍ତିମ ୧୦ ଦିନରେ ବିଡେନ କେବ ଟେଲିଭିଜନରେ ୫୭ ମିଲିୟନ୍ ଡଲାର ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି।

Add Zee News as a Preferred Source

ସେପଟେ ଆଡ୍ ଆନାଲିଟିକ୍ସ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ନିର୍ବାଚନୀ କ୍ୟାମ୍ପେନ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୪୨ ମିଲିୟନ ଡଲାର ଖର୍ଚ୍ଚ କରିଛନ୍ତି। ଗତ ସାତ ଦିନ ମଧ୍ୟରେ ଟ୍ରମ୍ପ ଓ ବିଡେନ ଉଭୟ ଟେଲିଭିଜନ ଏବଂ ଡିଜିଟାଲ ବିଜ୍ଞାପନରେ ୧୬୦ ମିଲିୟନ ଡଲାର ଖର୍ଚ୍ଚ କରିଛନ୍ତି। ସେହିପରି ଅକ୍ଟୋବର ପହିଲାରୁ ବିଡେନ, ଟ୍ରମ୍ପ ଏବଂ ସେମାନଙ୍କ ସହଯୋଗୀ ପ୍ରତି ସପ୍ତାହରେ ଏକ ଲକ୍ଷରୁ ଅଧିକ ବିଜ୍ଞାପନ ଚଳାଇଥିବା ୱେସଲିୟାନ୍ ମିଡିଆ ପ୍ରୋଜେକ୍ଟ କହିଛି।

ତେବେ ଅଧିକାଂଶ ବିଜ୍ଞାପନ ଫୋଇନିକ୍ସ, ଆରିଜୋନା, ଚାର୍ଲୋଟ, ଉତ୍ତର କାରୋଲିନା, ଡେସ୍ ମୋଇନ୍ସ ଓ ଆଇୱା ଚାଲିଥିଲା।