Booster Dose: କୋରୋନା ଟିକାକରଣକୁ ନେଇ ମୋଦି ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ 18 ବର୍ଷରୁ ଅଧିକ ଲୋକଙ୍କୁ କୋରୋନା ଟିକାର ବୋଷ୍ଟର ଡୋଜ ଦିଆଯିବ ।
Trending Photos
Corona Vaccine Booster Dose: କୋରୋନା ଟିକାକରଣକୁ (Vaccination) ନେଇ ମୋଦି ସରକାର (Modi Govt) ଏକ ବଡ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ୧୮ ବର୍ଷରୁ ଅଧିକ ଲୋକଙ୍କୁ କୋରୋନା ଟିକାର ବୋଷ୍ଟର ଡୋଜ ଦିଆଯିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Ministry of Health) କହିଛି ଯେ ଯେଉଁମାନଙ୍କର ୧୮ ବର୍ଷ ବୟସ ଏବଂ ଦ୍ୱିତୀୟ ଡୋଜ ଗ୍ରହଣ କରିବାର ୯ ମାସ ପୂରଣ କରିଛନ୍ତି, ସେମାନେ ନିଜ ଟିକା କେନ୍ଦ୍ରଗୁଡ଼ିକକୁ ଯାଇ ବୋଷ୍ଟର ଡୋଜ ଲଗାଇବାରେ ସମର୍ଥ ହେବେ ।
ଏହାପୂର୍ବରୁ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ସମେତ ୬୦ ବର୍ଷରୁ ଅଧିକ ଲୋକଙ୍କୁ ବୋଷ୍ଟର ଡୋଜ ଦିଆଯାଉଥିଲା । କହିରଖୁଛୁ ଯେ ଗତ ବର୍ଷ ଜାନୁଆରୀ ୧୬ ରେ ସାରା ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଥିଲା । ଫ୍ରଣ୍ଟଲାଇନ କର୍ମଚାରୀଙ୍କ ତିକାକରଣ ଗତ ବର୍ଷ ଫେବୃଆରୀ ୨ ରୁ ଆରମ୍ଭ ହୋଇଥିଲା । ଦେଶବ୍ୟାପୀ କୋଭିଡି-୧୯ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୮୫.୩୮ କୋଟି ଡୋଜ ଦିଆଯାଇଛି ।
କହିରଖୁଛୁ ଯେ ଦେଶରେ ୧୫ ବର୍ଷରୁ ଅଧିକ ଜନସଂଖ୍ୟାର ପ୍ରାୟ ୯୬ ପ୍ରତିଶତ ଅନ୍ତତଃ ପକ୍ଷେ ଗୋଟିଏ ଟିକା ଗ୍ରହଣ କରିଥିବାବେଳେ ପ୍ରାୟ ୮୩ ପ୍ରତିଶତ ଲୋକ ଉଭୟ ଡୋଜ ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦+ ବୟସ ବର୍ଗଙ୍କୁ ମଧ୍ୟ ୨.୪ କୋଟିରୁ ଅଧିକ ବୁଷ୍ଟର ଡୋଜ ଦିଆଯାଇଛି । ୧୨ ରୁ ୧୪ ବର୍ଷ ବୟସର ୪୫% ଲୋକ ମଧ୍ୟ ପ୍ରଥମ ଡୋଜ ନେଇ ସାରିଛନ୍ତି ।
ଏହା ବି ପଢ଼ନ୍ତୁ: ଋଷ ଯେପରି ୟୁକ୍ରେନରେ କଲା, ସେହିପରି ଭାରତରେ ପୁନରାବୃତ୍ତି କରିପାରେ ଚୀନ: ରାହୁଲ
ଏହା ବି ପଢ଼ନ୍ତୁ: କୌଣସି ଚାପ ନାହିଁ! ଆମେରିକା ସହ ଆଲୋଚନା ପୂର୍ବରୁ ଋଷକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କଲା ଭାରତ