Diabetes ପାଇଁ ରାମବାଣ କାକୁଡି, ଜାଣନ୍ତୁ କେମିତି ?
Advertisement
Article Detail0/zeeodisha/odisha1371902

Diabetes ପାଇଁ ରାମବାଣ କାକୁଡି, ଜାଣନ୍ତୁ କେମିତି ?

Diabetes : ମଧୁମେହ ରୋଗ (Diabetes) ବା ଡାଇବେଟିସ । ବର୍ତ୍ତମାନ ଏହା ଏକ ମାରାତ୍ମକ ରୋଗ ହେଇଗଲାଣି। ପିଲାଠୁ ବୟସ୍କ ସମସ୍ତ ଏ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ଉପଚାର ଏକ ଚିନ୍ତାର ବିଷୟ ଅଟେ। ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମ କରୁନାହିଁ ।

ସୌଜନ୍ୟ : ସୋସିଆଲ ମିଡିଆ

Diabetes : ମଧୁମେହ ରୋଗ (Diabetes) ବା ଡାଇବେଟିସ । ବର୍ତ୍ତମାନ  ଏହା ଏକ ମାରାତ୍ମକ ରୋଗ ହେଇଗଲାଣି। ପିଲାଠୁ ବୟସ୍କ ସମସ୍ତ ଏ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ଉପଚାର ଏକ ଚିନ୍ତାର ବିଷୟ ଅଟେ। ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମ କରୁନାହିଁ । ଏଥିପାଇଁ ବ୍ୟବହୃତ ଆଧୁନିକ ଔଷଧ ମଧ୍ୟ ଶରୀର ଉପରେ କୁପ୍ରଭାଵ ପକାଉଛି ଏବଂ ଅନ୍ୟ ଏକ ରୋଗ ସୃଷ୍ଟିର କାରଣ ହେଉଛି। କିଛି ଘରୋଇ ଉପଚାର ମାଧ୍ୟମରେ ଏଭଳି ରୋଗକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିବ । ତେବେ, ଆସନ୍ତୁ ଜାଣିବା ଘରୋଇ ଉପଚାର ବିଷୟରେ ।  କାକୁଡି ମଧୁମେହ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ତେବେ କେମିତି କାକୁଡିକୁ ମଧୁମେହ ରୋଗୀମାନେ ବ୍ୟବହାର କରିବେ ? କାକୁଡିକୁ ସୁପ ବନାଇ ମଧୁମେହ ରୋଗୀ ଖାଇପାରିବେ। ଯାହା ଦ୍ବାରା ତାଙ୍କୁ ବିଶେଷ ଫାଇଦା ମଧ୍ୟ ମିଳିବ । 

କାକୁଡି ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ । କାକୁଡି ସୁପ ବନାଇବା ପାଇଁ ପ୍ରଥମେ ଏକ କାକୁଡି ନିଅନ୍ତୁ, ପରେ ଏହାକୁ ଛୋଟ ଛୋଟ ପିସ୍ କରି କାଟି ନିଅନ୍ତୁ । ସୁପ ପ୍ରସ୍ତୁତ କରିବା ପାଇଁ କଟା ଯାଇଥିବା କାକୁଡି ଖଣ୍ତରେ 3 ଚାମଚ ଲେମ୍ବୁ ରସ, ଏକ ଛୋଟ ପିଆଜ, ରସୁଣ ଖଣ୍ତ ,ଏକ ଚାମଚ ଅଲିଭ୍ ତେଲ, ଅଧା କପ୍ ଧନିଆ, ଗୋଟିଏ ଚାମଚ ଜିରା ପାଉଡର, ଲୁଣ ଓ ହଳଦୀ ଗୁଣ୍ଡ ସହ ଭଲ ଭାବରେ ମିଶ୍ରଣ କରନ୍ତୁ । ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଏକ ପାତ୍ରରେ ରଖି କିଛି ସମୟ ପାଇଁ ଏକ ଚୁଲାରେ ଗରମ କରନ୍ତୁ । ପରେ 5 ମିନିଟ ପରେ ଚୁଲାରୁ ପ୍ରସ୍ତୁତ ମିଶ୍ରଣକୁ ବାହାର କରି ସେଥିରେ ଆବଶ୍ୟକ ଅନୁସାରେ ଦହି ମିଶାନ୍ତୁ ।  ଏହାପରେ ପ୍ରସ୍ତୁତ ହୋଇଥିବା କାକୁଡି ସୁପକୁ ଏକ ପାତ୍ରରେ ବାହାର କରନ୍ତୁ  ।

ଏହା କେବଳ ଡାଇବେଟିସ୍ ନିୟନ୍ତ୍ରଣରେ କରିବ ନାହିଁ, ବରଂ ଆପଣଙ୍କର ଓଜନ ମଧ୍ୟ କମାଇବାରେ ସହାୟକ ହେବ । ଯଦି ଆପଣଙ୍କୁ କାକୁଡି ସୁପ ପସନ୍ଦ ନୁହେଁ, ତେବେ ଆପଣ  କାକୁଡି ସାଲାଡ ମଧ୍ୟ ଖାଇପାରିବେ । ସାଲାଡରେ କେବଳ ଭିଟାମିନ୍ ନାହିଁ। ଏହା ଆପଣଙ୍କ ବ୍ଲଡ ସୁଗାରକୁ ମଧ୍ୟ ଠିକ୍ ରଖିବ । ଯଦି ଆପଣ ମଧୁମେହ ରୋଗରେ ପୀଡିତ , ତେବେ ଆପଣ ଦୈନନ୍ଦିନ ଖାଦ୍ୟପେୟରେ କାକୁଡି ରାଇତା ସାମିଲ କରିପାରିବେ। ଏହା ଦ୍ବାରା ଆପଣଙ୍କ ବ୍ଲଡ ଲେବଲ୍ ଠିକ୍ ରହିବ । 

ଏହାବି୍ ପଢନ୍ତୁ : Sendha Namak: ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ କେତେ ଫଳପ୍ରଦ କଳା ଲୁଣ ?

ମଧୁମେହର ଲକ୍ଷଣ

ମଧୁମେହ ରୋଗୀଙ୍କ ଠାରେ ଏହି ବିଶେଷ ଲକ୍ଷଣ ଦେଖାଦେଇଥାଏ । ଯେପରିକି ଅଧିକ ଶୋଷ ଲାଗିବା, ଅଧିକ ପରିସ୍ରା, ଓଜନ କମିଯିବା, ଅଧିକ ଭୋକ, ଅଧିକ ଥକା,ମାନ୍ଦା ଦୁର୍ବଳ ଲାଗିବା ଓ ଆଖିକୁ ଝାପସା ଦେଖାଯିବା  । ସେହିପରି,ଯୌନାଙ୍ଗରେ ଘା' ହେବା,ଯୌନଶକ୍ତି କମିଯିବା, ଘା' ନ ଶୁଖିବା, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଇତ୍ୟାଦି । କେତେକଙ୍କର ଗୋଟିଏ ଗୋଟିଏ ଲକ୍ଷଣ ପ୍ରକାଶ ପାଇଲେବି ଅନେକଙ୍କର ଏକାଧିକ ଲକ୍ଷଣ ଦେଖାଦେଇଥାଏ । ଆଉ କେତେକଙ୍କର ମଧୁମେହ ଲକ୍ଷଣ ପ୍ରକାଶ ନ ପାଇ ମଧ୍ୟ ଏହି ରୋଗ ହେଇଥାଏ । ହୃଦ ରୋଗ, କିଡନୀ ରୋଗ, ଆଖି ରୋଗ ତଥା ଅନ୍ୟାନ୍ୟ ରୋଗ ପରିକ୍ଷା କଲା ବେଳେ ଏହି ରୋଗ ଜଣାପଡିଥାଏ । 

କାହାକୁ ଅଧିକ ହେବାର ଆଶଙ୍କା :

ପରିବାରରେ ବାପା,ମା ,ନିକଟ ସମ୍ପର୍କୀୟ ଲୋକଙ୍କର ମଧୁମେହ ଥିଲେ । ୩୫ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆଶଙ୍କା ଅଧିକ ଥାଏ । ଆଳସ୍ୟ ପରାୟଣ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି।ଏହା ବ୍ୟତିତ ଅନେକ କାରଣ ଅଛି ।

ଚିକିତ୍ସା
ବହୁ କ୍ଷେତ୍ରରେ ଡାଇବେଟିସ ସାରା ଜୀବନ ରହିଥାଏ । ତେଣୁ ଜୀବନଶୈଳୀ ପରିବର୍ତ୍ତନ ଡାଇବେଟିସର ମୂଳ ଚିକିତ୍ସା।  ଖାଦ୍ୟ, ଯୋଗ, ବ୍ୟାୟମ, ମାନସିକ ସନ୍ତୁଳନ ରକ୍ଷା, ହିଂସା, ଲୋଭ, ଆସକ୍ତି ସମ୍ବନ୍ଧୀୟ ନିଜ ମନର ବୁଝାମଣା, ଉତ୍ତମ ପାରିବାରିକ ସମ୍ବନ୍ଧ, ଭଲ ବହି ପଢ଼ିବା, ଆର୍ଥିକ ସଂଗତି, ନିଶାଦ୍ରବ୍ୟ ବର୍ଜନ ଓ ଆଠ ଘଣ୍ଟା ନିଦ୍ରା ଗୁରୂତ୍ୱପୂର୍ଣ୍ଣ । ଏଥିରେ ଯଦି ଡାଇବେଟିସ ମାତ୍ରା ଅନୁସାରେ ନିୟନ୍ତ୍ରିତ ନ ହୁଏ । ତେବେ ଔଷଧ ସେବନ ଓ ଇନସୁଲିନ୍ ଇଞ୍ଜେକସନ ଚିକିତ୍ସା କରାଯାଇଥାଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)