ଏହି ଚର୍ଚ୍ଚିତ କଳାକାରମାନଙ୍କୁ ବିଦାୟ ଦେଇଛି ୨୦୧୯
Advertisement
Article Detail0/zeeodisha/odisha617468

ଏହି ଚର୍ଚ୍ଚିତ କଳାକାରମାନଙ୍କୁ ବିଦାୟ ଦେଇଛି ୨୦୧୯

ଜାଣନ୍ତୁ ୨୦୧୯ ବର୍ଷରେ ବଡ଼ ପରଦାରେ ଦର୍ଶକଙ୍କ ମନରଞ୍ଜନ କରିଥିବା କେଉଁ କଳାକାର ଦର୍ଶକଙ୍କୁ ଛାଡ଼ି ଚାଲି ଯାଇଛନ୍ତି 

ଏହି ଚର୍ଚ୍ଚିତ କଳାକାରମାନଙ୍କୁ ବିଦାୟ ଦେଇଛି ୨୦୧୯

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ଶେଷ ପାହଚରେ ୨୦୧୯ । ସମସ୍ତଙ୍କଠାରୁ ବିଦାୟ ନେଉଛି ବର୍ଷ ୨୦୧୯ । ଅନେକେ ଏହି ବର୍ଷକୁ ଖୁବ ଆନନ୍ଦ ଉଲ୍ଲାସର ସହିତ ବିତାଇ ଥିବାବେଳେ ଅନେକ ସ୍ମୃତିର ସାଇତା ପେଡିକୁ ନେଇ ୨୦୨୦ରେ ପାଦ ଥାପିବେ । ଅନେକେ ଏହି ବର୍ଷର ଚଲାପଥରେ ଯୋଡି ହୋଇଥିବାବେଳେ ଅନେକେ ୨୦୧୯ ବର୍ଷରେ ସବୁଦିନ ପାଇଁ ଦୁନିଆକୁ ବିଦାୟ ଦେଇଛନ୍ତି । 

ତେବେ ଜାଣନ୍ତୁ ୨୦୧୯ ବର୍ଷରେ ବଡ଼ ପରଦାରେ ଦର୍ଶକଙ୍କ ମନରଞ୍ଜନ କରିଥିବା କେଉଁ କଳାକାର ଦର୍ଶକଙ୍କୁ ଛାଡ଼ି ଚାଲି ଯାଇଛନ୍ତି । 

୧. ସିମରନ ସିଂfallbackfallback

ଓଡ଼ିଆ ଆଲବମ ଜଗତର ଚର୍ଚ୍ଚିତ ଗୀତ 'ସେଲଫି ବେବୋ'ର ନାୟିକା ସିମରନ ୨୦୧୯ ବର୍ଷରେ ସବୁଦିନ ପାଇଁ ଆଖି ବନ୍ଦ କରିଦେଇଛନ୍ତି । ତାଙ୍କ ଗୀତ ବିଭିନ୍ନ ମହଲରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ଜାନୁୟାରୀ ୩ତାରିଖରେ ସମ୍ବଲପୁର ବୁର୍ଲ୍ଲା ମହାନଦୀ ବ୍ରିଜ ତଳୁ ସିମ୍ରନଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରଥମେ ଏହା ଏକ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଅନୁମାନ କରିଥିଲା ବୁର୍ଲା ପୋଲିସ । ମାତ୍ର ସିମରନଙ୍କ ପରିବାର ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବୁର୍ଲା ଥାନାରେ ଅଭିଯୋଗ କରିଥିଲେ । ବଲାଙ୍ଗିର ପୋଲିସ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଏ ଘଟଣାର ତଦନ୍ତ ଆରମ୍ଭ କରି ଯୁଗ ସୁନାକୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ ଚଳାଇଥିଲା । 

୨. ଲକ୍ଷ୍ମୀପ୍ରିୟା ବେହେରା (ନିକିତା)  fallback

ସିମରନଙ୍କ ପରେ ଓଡ଼ିଆ ଟେଲି ଜଗତର ପ୍ରମୁଖ ଅଭିନେତ୍ରୀ ନିକିତାଙ୍କର ଘର ମହାନଦୀ ବିହାରସ୍ଥିତ ଘର ଛାତ ଉପରୁ ପଡ଼ି ମୃତ୍ୟୁ ହୋଇଥିଲା । ନିକିତା ବିଭିନ୍ନ ପ୍ରକାର ଆଡରେ କାମ କରିବା ସହିତ ତପସ୍ୟା ଓ ଏସିପି ନିକିତା ସିରିଏଲର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ନିକିତାଙ୍କ ମୃତ୍ୟୁ ପରେ ସମସ୍ତେ ଭାବି ନେଇଥିଲେ ବୋଧ ହୁଏ ଓଡ଼ିଆ ସିନେ ଜଗତକୁ ଶନି ଦଶା ଲାଗିଛି ।

୩. କାଦର ଖାନfallback
ବଲିଉଡ ଜଗତର ହାସ୍ୟ ଅଭିନେତା କାଦର ଖାନ ୨୦୧୯ ବର୍ଷ ଆରମ୍ଭରେ ହିଁ ପ୍ରାଣତ୍ୟାଗ କରିଥିଲେ । ୮୧ ବର୍ଷ ବୟସରେ କାଦର ଖାନ ଜାନୁଆରୀ ୧ତାରିଖରେ ଏକ ଘୋରଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । କାଦର ୩୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ସେ ତାଙ୍କ ଜୀବନକାଳରେ ତିନିଥର ଫିଲ୍ମଫେୟାର ଆୱାର୍ଡ ଜିତିଛନ୍ତି ଓ ୯ଥର ଫିଲ୍ମଫେୟାର ଆୱାର୍ଡ ବିବେଚିତ ହୋଇଛନ୍ତି ।

୪. ଗିରିଶ କର୍ଣ୍ଣଡfallback
ଗିରିଶ କର୍ଣ୍ଣଡ ଭାରତୀୟ ସିନେମା ଜଗତର ଆୱାର୍ଡ ୱିନିଂ ଅଭିନେତା, ଡାଇରେକ୍ଟର ଓ ଜଣେ ଭଲ ଲେଖକ ମଧ୍ୟ । ସେ ଉଭୟ ସାଉଥ ଫିଲ୍ମ ସହିତ ବଲିଉଡ ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର 'ଟାଇଗର ଜିନ୍ଦା ହୈ' (2017) । ଗିରିଶ ୧୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଛନ୍ତି । ୮୧ ବର୍ଷ ବୟସରେ ୨୦୧୯ ଜୁନ ମାସ ୧୦ ତାରିଖରେ ଏହି ବରିଷ୍ଠ ଅଭିନେତାଙ୍କର ମୃତ୍ୟୁ ହୋଇଥିଲା । ବେଙ୍ଗଲୁରୁସ୍ଥିତ ଏକ ଘୋରଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ।

୫. ବେଣୁ ମାଧବfallback
ବେଣୁ ମାଧବ ଜଣେ ଭାରତୀୟ ସିନେମା ଜଗତର କିମ୍ୱଦନୀ ଅଭିନେତା । ସେ ଥିଲେ ଟିଭି ଉପସ୍ଥାପକ, ମିମିକ୍ରି ଆର୍ଟିଷ୍ଟ ଏବଂ ହାସ୍ୟ ଅଭିନେତା । ସେ ଦକ୍ଷିଣ ଭାରତର ଚଳଚ୍ଚିତ୍ର ପାଇଁ ବେଶ ପ୍ରସିଦ୍ଧ । ସେ ତାମିଲ, ତେଲୁଗୁ, କନ୍ନଡ ଚଳଚ୍ଚିତରେ ଅଭିନୟ କରିଛନ୍ତି । ବେଣୁ କିଡନୀ ରୋଗରେ ଆକ୍ରାନ୍ତ ଥିବାବେଳେ ୨୫ ସେପ୍ଟେମ୍ୱର ୨୦୧୯ରେ ମୃତ୍ୟୁବରଣ କରିଥିଲେ ।