Corona Fear News In Odia: ଦୀର୍ଘ ତିନି ବର୍ଷ ପରେ ସୁଜନ ଶେଷରେ ପୋଲିସ ସହ ସମ୍ପର୍କ କରିଥିଲେ। ପୋଲିସ ପାରିବାରିକ ମାମଲା କହି ସୁଜନକୁ ଫେରାଇଦେଇଥିଲେ। ହେଲେ ସେଠାରେ ଏସଆଇଙ୍କ ସହ ଭେଟ ପରେ ସୁଜନ ପୋଲିସ ଓ ମହିଳା ଶିଶୁ ବିକାଶର ଟିମ ସହ ତାଙ୍କ ନିଜ ଘରକୁ ଯାଇଥିଲେ। ହେଲେ ମହିଳା ତଥାପି ଗେଟ୍ ଖୋଲିବାକୁ ମନା କରିଦେଇଥିଲେ।
Trending Photos
Corona Fear News In Odia: କୋରୋନା କାଳରେ ସଂକ୍ରମଣର ଭୟ ଯୋଗୁଁ ଲୋକମାନେ ଅନେକ ଠିକ ଏବଂ ଭୁଲ ପଦକ୍ଷେପ ଗ୍ରହଣ କରିଛନ୍ତି । କିଛି ଲୋକ ଅତ୍ୟନ୍ତ ବେପରୁଆ ଥିବାବେଳେ କେତେକ ଲୋକ ନିଜକୁ ଓ ନିଜ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି । କିନ୍ତୁ ମାରୁତି ବିହାର କଲୋନୀରେ ରହୁଥିବା ମୁନ୍ମୁନ୍ ମାଞ୍ଝୀ ନିଜ ଦଶ ବର୍ଷର ପୁଅ ସହିତ ତିନି ବର୍ଷ ଧରି ଘରେ ନିଜକୁ ବନ୍ଦି କରିରଖିଥିଲେ । ସେ ଭୟ କରୁଥିଲେ ଯେ ଘରୁ ବାହାରକୁ ଆସିବା ମାତ୍ରେ ସେ କୋରୋନା ସଂକ୍ରମଣର ଶୀକାର ହୋଇଯିବେ। ସଂକ୍ରମଣର ଭୟ ମହିଳାଙ୍କ ମନରେ ଏତେ ଗଭୀର ଥିଲା ଯେ ସେ ତାଙ୍କ ସ୍ୱାମୀ ସୁଜନଙ୍କୁ ମଧ୍ୟ ଘରକୁ ପ୍ରବେଶ ପାଇଁ ଅନୁମତି ଦେଉନଥିଲେ।
ସୁଜନ ଦୀର୍ଘ ବର୍ଷ ଧରି ନିଜର ଜଣେ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ରହିଆସୁଥିଲେ। ସେ ଅନୁଭବ କଲେ ଯେ କିଛି ଦିନ ପରେ ସମସ୍ୟା ଠିକ୍ ହୋଇଯିବ ହେଲେ ଧିରେ ଧିରେ ତାଙ୍କ ପତ୍ନୀଙ୍କ ଏହି ସମସ୍ୟା ବଢି ବଢି ଚାଲିଲା। ଯେତେବେଳେ ସେ ନିଜ ସ୍ତ୍ରୀକୁ ବୁଝାଇବାକୁ ଚେଷ୍ଟା କଲେ ତାଙ୍କ ସ୍ତ୍ରୀ କିଛି ବୁଝିନଥିଲେ । ଯାହାଫଳରେ କିଛି ବର୍ଷତଳେ ହିଁ ସେ ତାଙ୍କ ନିଜ ଘର ନିକଟରେ ଏକ ରୁମ୍ ଭଡା କରି ଭିଡିଓ କଲ ମାଧ୍ୟମରେ ପତ୍ନୀ ଏବଂ ପୁଅଙ୍କ ଗତିବିଧି ଉପରେ ନଜର ରଖିଥିଲେ।
କୋରୋନା ଭୟରେ ମହିଳା ନିଜର ପୁଅକୁ ସ୍କୁଲକୁ ପଠାଇ ନଥିଲେ ଏବଂ ତାଙ୍କୁ ଅନଲାଇନରେ ଶିକ୍ଷାଦାନ କରୁଥିଲେ। ଠିକ୍ ସମୟରେ ସ୍କୁଲ ଫି ଏବଂ ଘର ଭଡା ପ୍ରଦାନ କରୁଥିଲେ। ଅନଲାଇନ ଫୁଡ ଅର୍ଡର କରିବା ସହ କୌଣସି ବି ଅନଲାଇନ ସାମଗ୍ରୀ ମଗାଉଥିଲେ ତାହାକୁ ଗେଟରେ ରଖି ଦେବାକୁ କହୁଥିଲେ। କୋରୋନା ଭୟ ହେତୁ ମୁନମୁନ୍ ଗ୍ୟାସ୍ ସିଲିଣ୍ଡର ଘରକୁ ଆଣିବା ବନ୍ଦ କରିଦେଇଥିଲେ ଏହାସହ ହିଟରରେ ଖାଦ୍ୟ ରାନ୍ଧିବା ଆରମ୍ଭ କରିଥିଲେ। ସେ ଭୟ କରୁଥିଲେ ଯେ ଯଦି ଗ୍ୟାସ ସିଲିଣ୍ଡର ଦେଇଥିବା ଡିଲର ଆସିବେ, ତେବେ କୋରୋନା ସଂକ୍ରମଣ ହେବ। ହେଲେ ପତ୍ନୀଙ୍କ ଏପରି ବ୍ୟବହାର ସୁଜନଙ୍କୁ ଚିନ୍ତାରେ ପକାଇଥିଲା। ଫଳରେ ସୁଜନ ନିଜର ଶ୍ୱଶୁରକୁ ଏକଥା ଜଣାଇଥିଲେ। ହେଲେ ମହିଳାଙ୍କର ଗୋଟିଏ ଜିଦ୍ ଥିଲା ଯେବେଯାଏ ପୁଅକୁ କୋରୋନା ଟିକା ନଲାଗିଛି ସେ ଘରୁ ବାହାରିବେନି।
ଏମିତିକି ଜୋର ଜବରଦସ୍ତ ଗେଟ ଖୋଲିଲେ ମହିଳା ଜଣଙ୍କ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ । ପ୍ରଥମେ ଟିମ୍ ଫେରିଯାଇଥିଲା । ପରେ ପୁଣିଥରେ ପ୍ଲାନ କରି ଗେଟ ଭାଙ୍ଗି ମହିଳା ଓ ତାଙ୍କର ଦଶ ବର୍ଷର ପୁଅକୁ ଉଦ୍ଧାର କରିଥିଲା। ପରେ ଡାକ୍ତର ମାନେ ମହିଳାଙ୍କ କାଉନସେଲିଂ କରି ବୁଝାଇଥିଲେ ଯେ, କୋରୋନା କାଳ ଶେଷ ହୋଇଛି। ସେହିପରି ମହିଳା କହିଥିଲେ ଯେ, ସରକାରୀ ହସ୍ପିଟାଲରେ ନିଜର ଚିକିତ୍ସା କରାଇବାକୁ ଚାହୁଁନାହାଁନ୍ତି। ପ୍ରାଇଭେଟ ହସ୍ପିଟାଲରେ ସେ ନିଜର ଚିକିତ୍ସା କରିବାକୁ ଚାହୁଁଛନ୍ତି। ସେହିପରି ଡକ୍ଟର କହିଛନ୍ତି ଯେ, ମହିଳାଙ୍କୁ ସିଜୋଫ୍ରିନିୟା ରୋଗ ହୋଇଛି। ଆଉ ଏହି ରୋଗର ଲକ୍ଷଣ ନିଜ ଲୋକ ପରିବାର, ପରିଜନ, ବନ୍ଧୁବାନ୍ଧବଙ୍କ ଠାରୁ ନିଜକୁ ଦୂରେଇ ରଖିବା ସହ ଗୋଟିଏ କୋଠରୀ ରେ ବନ୍ଦ କରି ରଖନ୍ତି । ତିନିବର୍ଷ ଧରି ଘରୁ ବାହାରିନଥିବା ବେଳେ ଘର ଭିତରେ ସମସ୍ତ କାମ କରୁଥିଲେ ମହିଳା। ଏମିତିକି ଅଳିଅ ଗଦା କରି ରଖିଥିବା ବେଳେ ଚୁଟି ମଧ୍ୟ ଘରେ କାଟୁଥିବା ସୂଚନା ରହିଛି।
Also Read: ଦଶନ୍ଧି ପରେ ଦିଲ୍ଲୀକୁ ମିଳିଲା ମହିଳା ମେୟର, ମାତ୍ର ୩୮ ଦିନ କରିବେ କାର୍ଯ୍ୟ, ଜାଣନ୍ତୁ କଣ ରହିଛି ସମୀକରଣ