ଆଜିର ରାଶିଫଳ: ଏହି ଦୁଇ ରାଶିର ବ୍ୟକ୍ତି ରୁହନ୍ତୁ ଅଧିକ ସତର୍କ, ପ୍ରେମ ସମ୍ପର୍କରେ ଆସିପାରେ ଫାଟ
Advertisement
Article Detail0/zeeodisha/odisha987063

ଆଜିର ରାଶିଫଳ: ଏହି ଦୁଇ ରାଶିର ବ୍ୟକ୍ତି ରୁହନ୍ତୁ ଅଧିକ ସତର୍କ, ପ୍ରେମ ସମ୍ପର୍କରେ ଆସିପାରେ ଫାଟ

୧୬,୦୯,୨୦୨୧
ଗୁରବାର । ସୁଦଶା ବ୍ରତ
ଚନ୍ଦ୍ର: ଧନୁ । ଦିବା ୧୦ଟା୪୩ ପରେ ମକର ରାଶିରେ
ତିଥି: ୧୦ମୀ ।  ଦିବା ୯ଟା୩୬ ପରେ ଏକାଦଶୀ
ନକ୍ଷତ୍ର: ଉତ୍ତରଷାଢା । ରାତ୍ରି ୪ଟା୦୮ ପରେ ଶ୍ରବଣା
ରାହୁକାଳ: ଦିବା ୧ଟା୧୨ରୁ ୨ଟା୪୩ ପର୍ଯ୍ୟନ୍ତ
ଶୁଭସମୟ: ଦିବା ୧୦ଟା୨୮ରୁ ୧୨ଟା୫୪
ଘାତଚନ୍ଦ୍ର: ତୁଳା ଓ କୁମ୍ଭ ରାଶି
ଘାତବାର: ତୁଳା ଓ କୁମ୍ଭ ରାଶି

ପ୍ରତିକାତ୍ମକ ଫଟୋ

ମେଷ: ଦେହ ଓ ମନ ଭଲ ରହିବ । ଆପଣଙ୍କ ପାଇଁ ଭଲ ଦିନଟିଏ । ବନ୍ଧୁଙ୍କ ସାହାର୍ଯ୍ୟ ମିଳିବ । କୌଣସି ସୁତ୍ରରୁ ଅର୍ଥ ପ୍ରାପ୍ତି ହୋଇପାରେ । ସନ୍ତାନ ସନ୍ତତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । 

ବୃଷ: ଆଜି ଆପଣଙ୍କ ଦେହ ଭଲ ରହିବ । ଅର୍ଥପ୍ରାପ୍ତି ହେବାର ସମ୍ଭାବନା ରହିଛି  । କର୍ମକ୍ଷେତ୍ରରେ ସଫଳତା ମିଳିବ । ଘରକୁ ବିବାହ ପ୍ରସ୍ତାବ ଆସିପାରେ  । ନୂତନ କର୍ମନିଯୁକ୍ତିର ସମ୍ଭାବନା ରହିଛି । 

ମିଥୁନ: ଦେହ ଓ ମନ ଭଲ ରହିବ । ପତ୍ନୀଙ୍କ ସହ ସାମାନ୍ୟ ମନମାଳିନ ହୋଇପାରେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଦିନ ।  

କର୍କଟ: ଦେହ ସାମାନ୍ୟ ଅସୁସ୍ଥ ରହିଲେ ମଧ୍ୟ ମନ ଚଳଚଞ୍ଚଳ ରହିବ । ପିତା,ମାତାଙ୍କୁ ଆର୍ଶିବାଦ ନେଇ କାର୍ଯ୍ୟ ଆରମ୍ଭ କଲେ ସଫଳତା ମିଳିବ । ଦୂରଯାତ୍ରା କରିପାରନ୍ତି । ବ୍ୟବସାୟୀ ମାନେ ଲାଭବାନ୍ ହେବେ । ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିବ ।

Also Read: ବଲିଉଡରେ ଓଡ଼ିଆ ଯାଦୁଗର! ସିନେ ତାରକାଙ୍କୁ କିମିଆ କରିଛି ରାଜୁଙ୍କ କୌଳିକ ବୃତ୍ତି

 ସିଂହ: ସ୍ୱାସ୍ଥ୍ୟ ଭଲ ରହିବ । କୌଣସି କାରଣକୁ ନେଇ ମନ ଭାରାକ୍ରାନ୍ତ ହୋଇପାରେ । ବ୍ୟବସାୟରେ ଲାଭ ହେବ । ପାରିବାରିକ କଳହରୁ ମୁକ୍ତି ପାଇବେ । ପୂଜାର୍ଚ୍ଚନା ପ୍ରତି ମନ ବଳିବ । 

 କନ୍ୟା: ଶାରୀରିକ ସୁସ୍ଥତା ଲାଭ କରିବେ ।  ସମସ୍ତ ବକେୟା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ ।  ହଠାତ୍ ଧନ ଆଗମନର ସୂଚନା ମିଳୁଛି ।  ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ ।  ପରିବାରରେ ହସ ଖୁସିର ଲହରୀ ରହିବ ।   

ତୁଳା: ଘାତବାର ହେତୁ କୌଣସି ଅଘଟଣ ଘଟିପାରେ  । ସତର୍କତା ଅବଲମ୍ୱନ କରନ୍ତୁ । ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଦେଖାଦେଇପାରେ । କର୍ମକ୍ଷେତ୍ରରେ ବିବାଦ ଉପୁଜିବ । ବ୍ୟବସାୟରେ ଲାଭ କମ୍ ହେବ । 

ବିଛା: ମନ ପ୍ରଫୁଲ ରହିବ । ଦେହ ଭଲ ରହିବ । ପ୍ରେମ ସମ୍ପର୍କରେ ସାମାନ୍ୟ ବିବାଦ ଦେଖାହେବ । ନବ ବିବାହିତାଙ୍କ ପାଇଁ ଦିନଟି ଖୁବ୍ ଭଲ । ଛାତ୍ରଛାତ୍ରୀ ମାନେ କୃତକାର୍ଯ୍ୟ ହେବେ । 

Also Read: ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ବହୁତ ଲାଭଦାୟକ

ଧନୁ: ମିଷ୍ଟାନ ଭୋଜନର ଯୋଗ ରହିଛି । ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ସୌଖିନ୍ ଦ୍ରବ୍ୟ କିଣାକିଣି ପ୍ରତି ମନ ବଳିବ  । ଦୂରଯାତ୍ରା ସଫଳ ହେବ । ପତି,ପତ୍ନୀଙ୍କ ସମ୍ପର୍କରେ ମଧୁରତା ଆସିବ । 

ମକର: ସ୍ୱାସ୍ଥ୍ୟ ଭଲ ରହିବ । ନିଷ୍ଠାପର କର୍ମ ଆପଣଙ୍କୁ ସଫଳତା ଆଡ଼କୁ ଅଗ୍ରସର କରିବ । ନିଜକୁ ନିୟନ୍ତ୍ରଣରେ ନରଖିଲେ ବିପଦରେ ପଡିବେ । ଦୂରଯାତ୍ରା କରିପାରନ୍ତି  । ବ୍ୟବସାୟରେ ଲାଭ ହେବ । 

କୁମ୍ଭ: ଆଜି ଆପଣଙ୍କର ଘାତବାର ସତର୍କତାର ସହ ଦିନଟି କାଟନ୍ତୁ । କ୍ରୋଧକୁ ନିୟନ୍ତ୍ରଣରେ ନରଖିଲେ ଅସୁବିଧାରେ ପଡିବେ । କୌଣସି ବସ୍ତୁ ହଜେଇଦେଇ ପାରନ୍ତି । ସମ୍ପର୍କରେ ତିକ୍ତତା ଭାବ ଦେଖାଦେଇପାରେ । 

ମୀନ: ନିଜ ପସନ୍ଦର ଦ୍ରବ୍ୟ କ୍ରୟ କରିବେ । ଦେହ ଓ ମନ ଭଲ ରହିବ  । ପରିବାରରେ ହସଖୁସିର ଲହରୀ ଖେଳିବ । ଶତୃମାନେ ବିପଦ ସୃଷ୍ଟିପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେବେ । ସୁନାମ ଅର୍ଜନ ସହ ପୁରଷ୍କାର ପ୍ରାପ୍ତିର ଯୋଗ ରହିଛି ।