ବଲିଉଡରେ ଓଡ଼ିଆ ଯାଦୁଗର! ସିନେ ତାରକାଙ୍କୁ କିମିଆ କରିଛି ରାଜୁଙ୍କ କୌଳିକ ବୃତ୍ତି
Advertisement
Article Detail0/zeeodisha/odisha986959

ବଲିଉଡରେ ଓଡ଼ିଆ ଯାଦୁଗର! ସିନେ ତାରକାଙ୍କୁ କିମିଆ କରିଛି ରାଜୁଙ୍କ କୌଳିକ ବୃତ୍ତି

ବ୍ରହ୍ମପୁର ସହରର ୨୯ ବର୍ଷୀୟ କେ ରାଜୁଙ୍କ ସଫଳତାର କାହାଣୀ ଥିଲା କିଛି ନିଆରା। ନିଜର ବାପା, ଜେଜେବାପାଙ୍କ କୌଳିକ ବୃତ୍ତିକୁ ଆପଣାଇ ଭବିଷ୍ୟତ ଗଢିବାର ସ୍ବପ୍ନ ଦେଖିଥିବା ରାଜୁ ଆଜି ମାୟା ନଗରୀର ପ୍ରାୟ ସମସ୍ତ ନାମୀ ଦାମୀ ହିରୋ ହିରୋଇନଙ୍କ ପର୍ସନାଲ ହେୟାର ଷ୍ଟାଇଲିଷ୍ଟ ହୋଇପାରିଛନ୍ତି।

ଫାଇଲ ଫଟୋ

ବ୍ରହ୍ମପୁର: ଚେଷ୍ଟା ହିଁ ସଫଳତାର ମୂଳମନ୍ତ୍ର, ଯାହାକୁ ନିଜର ଦକ୍ଷତା ବଳରେ ପ୍ରମାଣିତ କରି ଦେଖାଇଛନ୍ତି ବ୍ରହ୍ମପୁର ପାନ ବିକା ସାହିର ରାଜୁ। ସେ ନିଜର ପ୍ରତିଭା ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଅନେକ ତାରକାଙ୍କ ମନ ଜିଣି ପାରିଛନ୍ତି। ଦିନେ ବାପାଙ୍କ କୌଳିକ ବୃତ୍ତିକୁ ଆପଣାଇ ରାସ୍ତା କଡରେ ଚୁଟି କାଟି ଆସୁଥିବା ରାଜୁ ଏବେ ବଲିଉଡ ଜଗତରେ ବେସ ଜଣାଶୁଣା ହେୟାର ଡିଜାଇନର୍ ଭାବେ ପ୍ରସିଦ୍ଧିଲାଭ କରିଛନ୍ତି।

ଟାଇଗର ସରାଫ, ମଲାଇକା ଆରୋରା, ବରୁଣ ଧୱନଙ୍କ ଭଳି ବହୁ ସିନେ ତାରକାଙ୍କ ପର୍ସିନାଲ ହେୟାର ଡିଜାଇନର ସାଜି ରାଜୁ ଏବେ ପ୍ରଶଂସାର ପାତ୍ର ସାଜିଛନ୍ତି। ରେଶମ ନଗରୀରୁ ମାୟା ନଗରୀକୁ ଯାତ୍ରା କରାଇ କୌଳିକ ବୃତ୍ତି ସଫଳତାର ମାର୍ଗ ଦେଖାଇଲା। ନିଜର ଚମତ୍କାର ହେୟାର କଟ ପାଇଁ ଆଜି ବଲିଉଡରେ ରାଜୁ ପ୍ରଶଂସିତ ଚେହେରା।

Also Read: ସୋନୁ ସୁଦଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ପହଞ୍ଚିଲା ଆୟକର ବିଭାଗର ଟିମ୍

ବ୍ରହ୍ମପୁର ସହରର ୨୯ ବର୍ଷୀୟ କେ ରାଜୁଙ୍କ ସଫଳତାର କାହାଣୀ ଥିଲା କିଛି ନିଆରା। ନିଜର ବାପା, ଜେଜେବାପାଙ୍କ କୌଳିକ ବୃତ୍ତିକୁ ଆପଣାଇ ଭବିଷ୍ୟତ ଗଢିବାର ସ୍ବପ୍ନ ଦେଖିଥିବା ରାଜୁ ଆଜି ମାୟା ନଗରୀର ପ୍ରାୟ ସମସ୍ତ ନାମୀ ଦାମୀ ହିରୋ ହିରୋଇନଙ୍କ ପର୍ସନାଲ ହେୟାର ଷ୍ଟାଇଲିଷ୍ଟ ହୋଇପାରିଛନ୍ତି। ବରୁଣ ଧୱନଙ୍କ ଠାରୁ ଆରମ୍ଭ କରି ଟାଇଗର ଶ୍ରର୍ଫ ,ଦିଶା ପଟନୀ, ମଲାଇକା ଆରୋରାଙ୍କୁ ନିଜ ଢଙ୍ଗରେ ସୁନ୍ଦର ସୁନ୍ଦର ହେୟାର ଷ୍ଟାଇଲ କରି ମୁମ୍ବାଇ ରେ ନିଜ ସ୍ଥାନକୁ ସୁଦୃଢ଼ କରିପାରିଛନ୍ତି ରାଜୁ। ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବଡ଼ବଡ଼ ନାମୀ ଦାମୀ ହିରୋ ହିରୋଇନଙ୍କ ହେୟାର ଷ୍ଟାଇଲ କରିବା ପାଇଁ ଅଫର ରହିଛି। ମାୟା ନଗରୀର ସିନେ ଷ୍ଟାରଙ୍କ ମୁହଁରେ ଏବେ ରାଜୁଙ୍କ ଦକ୍ଷତାକୁ ନେଇ ଖୁବ ପ୍ରସଂଶା କରାଯାଇଥିବା ଦେଖିବାକୁ ମିଳିଛି। 

ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ରାଜୁ, ବ୍ରହ୍ମପୁର ସହରର ଗରିବ ଅସହାୟ୍ଯ ଯୁବକ ଯୁବତୀଙ୍କ ମାଗଣାରେ ଶିକ୍ଷାଦାନ କରି ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେବାକୁ ମନସ୍ଥ କରିଛନ୍ତି। କୋରୋନା କାଳରେ ନିଜ ଭିଟାମାଟିକୁ ଫେରିଥିବା ରାଜୁ ଏବେ ବ୍ରହ୍ମପୁର ସହରରେ ୩ଟି ଟ୍ରେନିଂ ସେଣ୍ଟର୍ ଖୋଲିବା ସହ ନିଜ ହାତର ଜାଦୁରେ ସମସ୍ତଙ୍କ ମନ ଜାଣୁଛନ୍ତି। କେ ରାଜୁଙ୍କ ସଫଳତାକୁ ନେଇ ପରିବାର ବର୍ଗ ବେଶ ଖୁସି ରହିଥିବାବେଳେ, ଆଗାମୀ ଦିନରେ ରାଜୁଙ୍କ ଚେଷ୍ଟା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।