ବିଛଣା ଛାଡ଼ିବା ପୂର୍ବରୁ କରନ୍ତୁ ଏହି କାମ, ଜୀବନ ହେବ ସୁଖମୟ
Advertisement

ବିଛଣା ଛାଡ଼ିବା ପୂର୍ବରୁ କରନ୍ତୁ ଏହି କାମ, ଜୀବନ ହେବ ସୁଖମୟ

ସକାଳେ ବିଛଣା ଛାଡିବା ପରେ ଭୂମିରେ ପାଦ ଦେବା ପୂର୍ବରୁ ପୃଥବୀ ମାତାଠୁ କ୍ଷମା ମାଗିବା ଉଚିତ । ଏହି ଭୂମି ମଧ୍ୟ ଦେବୀ ମାଁ ଭାବରେ ପରିଗଣିତ ହୁଏ ।

ବିଛଣା ଛାଡ଼ିବା ପୂର୍ବରୁ କରନ୍ତୁ ଏହି କାମ, ଜୀବନ ହେବ ସୁଖମୟ

ହିନ୍ଦୁ ଧର୍ମ ଗ୍ରନ୍ଥ ଓ ଶାସ୍ତ୍ରରେ କୁହାଯାଇଛି ଯେ ସକାଳେ ଉଠି ବିଛଣା ଛାଡ଼ିବା କିଛି ଏପରି କାମ କରିବା ଉଚିତ, ଯାହାଫଳରେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । ଆଜି ଆମେ ଆପଣଙ୍କୁ କହୁଛୁ ଭୂମିରେ ପାଦ ଦେବା ପୂର୍ବରୁ କେଉଁ କାମ କରିବା ଉଚିତ ।

ଅଧିକ ପଢ଼ନ୍ତୁ:-'ସୋନିଆ ଗାନ୍ଧୀ ଓ ମନମୋହନ ସିଂଙ୍କ ଯୋଗୁଁ ୨୦୧୪ରେ ମୋଦିଙ୍କଠୁ ହାରି ଥିଲା କଂଗ୍ରେସ'

ସକାଳେ ବିଛଣା ଛାଡିବା ପରେ ଭୂମିରେ ପାଦ ଦେବା ପୂର୍ବରୁ ପୃଥବୀ ମାତାଠୁ କ୍ଷମା ମାଗିବା ଉଚିତ । ଏହି ଭୂମି ମଧ୍ୟ ଦେବୀ ମାଁ ଭାବରେ ପରିଗଣିତ ହୁଏ । ଯେଉଁଥିପାଇଁ ଆମେ ପୃଥିବୀରେ ପାଦ ଦେବାବେଳେ ନିଜକୁ ଦୋଷୀ ଅନୁଭବ କରୁ । ଏହି ତ୍ରୁଟି ଦୂର କରିବାକୁ ଭୂମିରୁ କ୍ଷମା ପ୍ରାର୍ଥନା କରାଯିବା ଉଚିତ । ଯାହାଫଳରେ ସେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ରକ୍ଷା କରନ୍ତି । ଆହୁରି ମଧ୍ୟ ଘରେ ଅର୍ଥର ଅଭାବ ରହିବ ନାହିଁ ।

ଶାସ୍ତ୍ରରେ ବିଶ୍ୱାସ କରାଯାଏ ଯେ, ଭୂମିରେ ପାଦ ରଖିବା ମଧ୍ୟ ସ୍ୱାସ୍ଥ୍ୟରେ ଏକ ପରିବର୍ତ୍ତନ ଆଣିଥାଏ । ତେଣୁ ବିଛଣା ଛାଡିବା ପରେ ପାଦକୁ ସିଧାସଳଖ ଭୂମିରେ ରଖିବା ଉଚିତ୍ ନୁହେଁ । କାରଣ ଯେତେବେଳେ ଆମେ ଶୋଇଥାଉ ତ ଆମେ ପାଦକୁ ଏକ ବେଡ୍ ସିଟ କିମ୍ବା କମ୍ୱଲ ଘୋଡାଇ ଶୋଇଥାଉ । ଯେଉଁଥିପାଇଁ ସମଗ୍ର ଶରୀରର ଉତ୍ତାପ ବୃଦ୍ଧି ପାଇଥାଏ ।

ଅଧିକ ପଢ଼ନ୍ତୁ:-ସୋନିଆ ଗାନ୍ଧୀଙ୍କ ସ୍ଥାନ ନେବେ ଶରଦ ପାୱାର!

ପାଦ ମଧ୍ୟ ଗରମ ହୋଇଯାଏ । ଏପରି ପରିସ୍ଥିତିରେ ଯଦି ଆମେ ସକାଳେ ଅତ୍ୟଧିକ ଥଣ୍ଡା ଭୂମିରେ ଗରମ ପାଦ ରଖିଥାଉ । ତେବେ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ସର୍ଦ୍ଦି ଏବଂ ଥଣ୍ଡା ଭଳି ସମସ୍ୟା ହୋଇପାରେ । ସେଥିପାଇଁ ସକାଳେ ଉଠିବା ପରେ କିଛି ସମୟ ବିଛଣାରେ ବସନ୍ତୁ । ଯାହା ଦ୍ୱାରା ଆପଣଙ୍କ ଶରୀରର ତାପମାତ୍ରା ସ୍ୱାଭାବିକ ହୋଇପାରିବ । ତା’ପରେ ପାଦକୁ ଭୂମିରେ ରଖନ୍ତୁ । ଏହା କରିବା ଦ୍ୱାରା ବ୍ୟକ୍ତି ଉଭୟ କାୟା ଏବଂ ମାୟାର ସୁଖ ପାଇଥାଏ ।