ଅଣ୍ଡା ସହ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଜିନିଷ; ନହେଲେ ଭୋଗିବେ ଭୟଙ୍କର ପରିଣାମ!
Advertisement

ଅଣ୍ଡା ସହ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଜିନିଷ; ନହେଲେ ଭୋଗିବେ ଭୟଙ୍କର ପରିଣାମ!

ଅଣ୍ଡା ଖାଇବା ଦ୍ବାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ହେଲେ ସ୍ବାସ୍ଥ ବିଶେଷଜ୍ଞଙ୍କ ଅନୁସାରେ ଅଣ୍ଡା କିଛି ଜିନିଷ ଖାଇବା ଉଚିତ ନୁହେଁ। 

ଅଣ୍ଡା ସହ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଜିନିଷ; ନହେଲେ ଭୋଗିବେ ଭୟଙ୍କର ପରିଣାମ!

ଧର୍ମଦତ୍ତ ପାଢୀ,ନୂଆଦିଲ୍ଲୀ: ପ୍ରତି ବର୍ଷ ଅକ୍ଟୋବର ୮ ତାରିଖରେ ପାଳିତ ହୋଇଥାଏ ବିଶ୍ବ ଅଣ୍ଡା ଦିବସ। ଅଣ୍ଡା ଖାଇବା ଦ୍ୱାରା କଣ ଲାଭ ମିଳିଥାଏ ତାହା ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଥାଏ। ଅଣ୍ଡା ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ହେଲେ ଏହା ମଧ୍ୟ ସତ ଠିକ ସମୟରେ ଠିକ ଜିନିଷ ଖାଇବା ଆବଶ୍ୟକ। ଏହା ଦ୍ବାରା ଶରୀରକୁ ଲାଭ ମିଳିଥାଏ। 

ଖାଇବା ସମୟରେ ଦୁଇଟି ଜିନିଷ ଅଲଗା ଅଲଗା ସମୟରେ ଖାଇଲେ ଏହା ଦେହ ପାଇଁ ଲାଭଦାୟକ ହୋଇପାରେ ହେଲେ ଏକା ସାଙ୍ଗରେ କିଛି ଖାଇବା ଖାଇଲେ ଦେହ ପାଇଁ ଖରାପ ହୋଇପାରେ। ଅନେକ ସମୟରେ ସ୍ବାସ୍ଥ୍ୟ ବିଶେଷଜ୍ଞ Food Combination କୁ ନେଇ ଧ୍ୟାନ ଦେବାକୁ ପରାମର୍ଶ ଦେଇଥାନ୍ତି। ଏକ ଆୟୁର୍ବେଦିକ ଗବେଷଣାରୁ ମିଳିଥିବା ତଥ୍ୟ ଅନୁଶାରେ ଭୁଲ ଖାଦ୍ୟ ମିଶ୍ରଣ କରି ଖାଇବା ଦ୍ୱାରା ଥକ୍କାପଣ ସହ ପେଟ ଜନିତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ। 

ଅଣ୍ଡା ଖାଇବା ଦ୍ବାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ଏହା ଦ୍ବାରା ଲୋକେ ଅନେକ ପ୍ରକାରରେ ତିଆରି କରି ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ହେଲେ ସ୍ବାସ୍ଥ ବିଶେଷଜ୍ଞଙ୍କ ଅନୁସାରେ ଅଣ୍ଡା କିଛି ଜିନିଷ ଖାଇବା ଉଚିତ ନୁହେଁ। ତାହା ଉପରେ  ପକାନ୍ତୁ ନଜର...

ଚିନି (Sugar): ଅଣ୍ଡା ସହ କେବେ ମଧ୍ୟ ଚିନି ଖାଇବା କଥା ନୁହେଁ। ଯଦି ଆପଣ ଚିନି ସହ ଅଣ୍ଡା ଖାଉଛନ୍ତି ତାହେଲେ ହୋଇଯାନ୍ତୁ ସାବଧାନ। କାରଣ ରୋଷେଇ କରିବା ସମୟରେ ଚିନି ସହ ଅଣ୍ଡା ମିଶିଲେ ଏଥିରୁ ଏମିନୋ ଏସିଡ୍ (Amino Acid) ବାହାରିଥାଏ। ଯାହା ଦେହ ପାଇଁ ବହୁତ କ୍ଷତିକାରକ। ଏହି ମିଶ୍ରଣ ଦ୍ୱାରା ରକ୍ତ ଜମାଟ ବାନ୍ଧିବାର ମଧ୍ୟ ସମ୍ଭାବନା ରହିଥାଏ।

ସୋୟା ମିଲ୍କ (Soy Milk): ଏହାକୁ ଅଲଗା ଅଲଗା ବ୍ୟବହାର କଲେ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ। ହେଲେ ଅଣ୍ଡା ସହ ଏହାକୁ ଗୋଟିଏ ସମୟରେ ଖାଇଲେ ଶରୀରରେ ପ୍ରୋଟିନ ଅବଶୋଷଣ ବନ୍ଦ ହୋଇଯାଉଥିବା ବିଶେଷଜ୍ଞ କହିଛନ୍ତି।
 
ଅଣ୍ଡା-ମାଛ (Fish-Egg): କେତେବେଳେ ମଧ୍ୟ ଏକା ସାଙ୍ଗରେ ଅଣ୍ଡା (Egg) ମାଛ (Fish) ଖାଇବା ଉଚିତ ନୁହେଁ। ଏହା ଖାଇବା ଦ୍ବାରା ଆପଣଙ୍କୁ ଏଲର୍ଜୀ (Allergy) ଭଳି ସମସ୍ୟାର ସମ୍ମୁଖିନ ହେବାକୁ ପଡିପାରେ। କେବଳ ଏହା ନୁହେଁ ଅଣ୍ଡା ସହ ପନୀର (Paneer) ମଧ୍ୟ ଖାଇବା କଥା ନୁହେଁ। ଏହା ଦ୍ୱାରା ମଧ୍ୟ ଏଲର୍ଜୀ ସହ ଅନେକ ସମସ୍ୟା ଉପୁଜିପାରେ।

ଚା (Tea): ଏହାକୁ ଲୋକେ ଭିନ୍ନ ଭିନ୍ନ ଉପାୟରେ ତିଆରି କରି ପିଇବାକୁ ପସନ୍ଦ କରନ୍ତି। କିଛି ଲୋକେ ଅଣ୍ଡାରେ ତିଆରି ହୋଇଥିବା ଖାଦ୍ୟ ଖାଇବା ପରେ ହଜମ ପାଇଁ ଚା ପିଇବାକୁ ପସନ୍ଦ କରିଥାନ୍ତି। ହେଲେ ବିଶେଷଜ୍ଞଙ୍କ ମତରେ ଏହା ଦ୍ବାରା କୋଷ୍ଟକାଠିନ୍ୟ ଜନିତ ସମସ୍ୟା ଉପୁଜିଥାଏ।

ଫଳ-ପନିପରିବା (Fruit-Vegetable):  ଅଣ୍ଡା ସହ କଦଳୀ, ତରଭୂଜ, ବିନ୍ସ , କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା ଅନୁଚିତ। ଏହା ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ଦ୍ୱାରା ପେଟ, ଅନ୍ତଃଜନିତ ସମସ୍ୟା ଉପୁଜିଥାଏ। ଅନ୍ୟପଟେ ଅଣ୍ଡା ସହ ଲେମ୍ବୁ ଖାଇବା ଦ୍ବାରା ଏହା ହୃଦୟ ପାଇଁ ଭଲ ହୋଇନଥାଏ। ଏହି ସବୁ ସାମଗ୍ରୀ ଅଣ୍ଡା ସହ ନଖାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଏହାକୁ ପାଳନ କଲେ ଶରୀରକୁ ଏହି ସବୁ ସମସ୍ୟାରୁ ନିବୃତ ରଖିପାରିବା।