ସୁସ୍ଥ ଶରୀର ସହ ଏହି ସବୁ ଲାଭ ଦେଇଥାଏ ବ୍ୟାୟାମ, ଏମିତି କରନ୍ତୁ ଆରମ୍ଭ
Advertisement
Article Detail0/zeeodisha/odisha1128986

ସୁସ୍ଥ ଶରୀର ସହ ଏହି ସବୁ ଲାଭ ଦେଇଥାଏ ବ୍ୟାୟାମ, ଏମିତି କରନ୍ତୁ ଆରମ୍ଭ

ଯୁକ୍ତରାଷ୍ଟ୍ରର ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଆପଣଙ୍କର ଭଲ ସ୍ୱାସ୍ଥ୍ୟ ପାଇଁ ଦୈନିକ ବ୍ୟାୟାମ ଜରୁରୀ ଅଟେ। ବ୍ୟାୟାମର ଅବହେଳା କାରଣରୁ ଆପଣ ହୃଦଘାତର ଶିକାର ହୁଅନ୍ତି।

ପ୍ରତିକାତ୍ମକ ଫଟୋ

ଯଦି ଆପଣ ସର୍ବଦା ବ୍ୟାୟାମରୁ ଦୂରେଇ ରୁହନ୍ତି, ତେବେ ଆପଣଙ୍କୁ ଏକ ବ୍ୟାୟାମ ରୁଟିନ୍ ଆରମ୍ଭ କରିବାରେ ସାମାନ୍ୟ ଅସୁବିଧା ହୋଇପାରେ। ତଥାପି, ଥରେ ଆପଣ ଏଥିରେ ଅଭ୍ୟସ୍ତ ହୋଇଗଲେ ଭଲ ସ୍ୱାସ୍ଥ୍ୟ ପାଇଁ କୌଣସି ଅସୁବିଧା ହେବ ନାହିଁ। ଏହି ଅଭ୍ୟାସ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ଶାନ୍ତି ପାଇଁ ମଧ୍ୟ ବେଶ୍ ଲାଭଦାୟକ ହେବ। ଆସନ୍ତୁ ଜାଣିବା ଦୈନନ୍ଦିନ ବ୍ୟାୟାମର ଉପକାରିତା ଏବଂ ସେହି ଟିପ୍ସ, ଯାହା ମାଧ୍ୟମରେ ଆପଣ ସହଜରେ ବ୍ୟାୟାମକୁ ଆପଣଙ୍କ ଜୀବନର ଏକ ଅଂଶ କରିପାରିବେ।

  • ଯୁକ୍ତରାଷ୍ଟ୍ରର ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଆପଣଙ୍କର ଭଲ ସ୍ୱାସ୍ଥ୍ୟ ପାଇଁ ଦୈନିକ ବ୍ୟାୟାମ ଜରୁରୀ ଅଟେ। ବ୍ୟାୟାମର ଅବହେଳା କାରଣରୁ ଆପଣ ହୃଦଘାତର ଶିକାର ହୁଅନ୍ତି।
  • ନିୟମିତ ବ୍ୟାୟାମ ସାଧାରଣ ଓଜନ ବଜାୟ ରଖେ। ଓଜନ ବୃଦ୍ଧି ବା ମୋଟାପଣ ଅଧିକାଂଶ ରୋଗର ମୂଳ କାରଣ ଅଟେ।
  • ବ୍ୟାୟାମ ଆପଣଙ୍କ ଶରୀରରେ ରକ୍ତ ସର୍କରା ଏବଂ ଇନସୁଲିନର ପରିମାଣକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଯାହା ଟାଇପ୍-୨ ମଧୁମେହର ଆଶଙ୍କାକୁ ଅନେକ ମାତ୍ରାରେ ହ୍ରାସ କରିଥାଏ।
  • ବ୍ୟାୟାମ ଶରୀରକୁ ନମନୀୟ କରିଥାଏ।  ମାଂସପେଶୀ ଏବଂ ହାଡ଼କୁ ଶକ୍ତିଶାଳୀ କରିଥାଏ ।
  • ଚିନ୍ତା ଦୂର କରିବା ପାଇଁ ଦୈନିକ ବ୍ୟାୟାମ ମଧ୍ୟ ଅନେକ ମାତ୍ରାରେ ପ୍ରଭାବଶାଳୀ। ଏହା ମନକୁ ଶାନ୍ତି ପ୍ରଦାନ କରିଥାଏ। ଏପରିକି ଦୈନିକ ବ୍ୟାୟାମ କରିବା ଦ୍ୱାରା ମନୋବଳ ବୃଦ୍ଧି କରୁଥିବା ରାସାୟନିକ ପଦାର୍ଥ ମୁକ୍ତ ହୁଏ।
  • ଦୈନିକ ବ୍ୟାୟାମ କରିବା ଦ୍ୱାରା ଆମର ଶୋଇବା ଚକ୍ରକୁ ଉନ୍ନତ ଆସିଥାଏ।
  • ଉନ୍ନତ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସହିତ ଆମେ ଅଧିକ ଦିନ ନିରୋଗ ଜୀବନ ବଞ୍ଚିପାରିବା।

Also Read: ନିରାମିଷଙ୍କ ପାଇଁ ଏସବୁ ଫଳ ହୋଇଥାଏ ବରଦାନ, ମିଳିଥାଏ ନନଭେଜଠୁ ବି ଅଧିକ ପ୍ରୋଟିନ୍

ସଠିକ୍ ୱାର୍କଆଉଟ୍ ରୁଟିନ୍ ବାଛନ୍ତୁ

ପ୍ରଥମରୁ କିଛି କରିବା ପାଇଁ ନିଜ ଶରୀରକୁ ଚାପରେ ରଖନ୍ତୁ ନାହିଁ। ଆପଣ ଯାହା ପସନ୍ଦ କରନ୍ତି ତାହା କରନ୍ତୁ। ଏହା ନୁହେଁ ଯେ ଏଥିପାଇଁ ଜିମ୍ ଯିବା ଆବଶ୍ୟକ। ଆପଣ ଘରେ ଯୋଗ ପରି ବ୍ୟାୟାମ ମଧ୍ୟ କରିପାରିବେ। ସର୍ବଦା ଏକ ବ୍ୟାୟାମ ବାଛନ୍ତୁ, ଯାହାକୁ ଆପଣଙ୍କ ପାଇଁ ଆରାମଦାୟକ ଏବଂ ଉପଭୋଗ କରିପାରିବେ। ଏମିତି ବ୍ୟାୟାମ ବାଛନ୍ତୁ ଯାହାକୁ ଦୀର୍ଘଦିନ ପର୍ଯ୍ୟନ୍ତ ପ୍ରତିଦିନ କରିବାକୁ ସମର୍ଥ ହୋଇପାରିବେ।

କମ୍ ବ୍ୟାୟାମ ସହିତ ଆରମ୍ଭ କରନ୍ତୁ

ଯେକୌଣସି ଅଭ୍ୟାସ ପାଇଁ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲାଗେ। ତେଣୁ, ଯଦି ଆପଣ ପ୍ରଥମ ଦିନରେ ଏକ ଘଣ୍ଟା ବ୍ୟାୟାମ କରନ୍ତି, ତେବେ ଦ୍ୱିତୀୟ ଦିନରୁ, ତାହା ନକରିବା ପାଇଁ ଆପଣଙ୍କ ମନରେ ବାହାନା ଆସିବା ଆରମ୍ଭ କରିବ। ୫-୧୦ ମିନିଟ୍ ବ୍ୟାୟାମ ସହିତ ଆପଣଙ୍କର ବ୍ୟାୟାମ ରୁଟିନ୍ ଆରମ୍ଭ କରନ୍ତୁ। ଏହି ଅଭ୍ୟାସରେ ଅଭ୍ୟସ୍ତ ହେବା ପାଇଁ ଆପଣଙ୍କ ଶରୀରକୁ ସମୟ ଦିଅନ୍ତୁ। ପ୍ରତି ସପ୍ତାହରେ ଧୀରେ ଧୀରେ ଏହି ସମୟ ବୃଦ୍ଧି କରନ୍ତୁ।

Also Read: ଆଜିର ରାଶିଫଳ: ବିଚଳିତ ରହିବ ମନ, ବିପଦପୂର୍ଣ୍ଣ ହୋଇପାରେ ଦୂରଯାତ୍ରା

 

ଛୋଟ ଲକ୍ଷ୍ୟ ସ୍ଥିର କରନ୍ତୁ

ଏକ ବଡ ଲକ୍ଷ୍ୟ ହାସଲ କରିବାକୁ, ଏହାକୁ ଛୋଟ ଲକ୍ଷ୍ୟରେ ଭାଙ୍ଗିବାର ଆବଶ୍ୟକତା ରହିଛି। ଆପଣ ଗୋଟିଏ ମାସରେ ୩୦ କିଲୋଗ୍ରାମ ହ୍ରାସ କରିପାରିବେ ନାହିଁ। ନିତ୍ୟକର୍ମ ଅନୁସାରେ ଓଜନ ହ୍ରାସ କରିପାରିବେ। କେବଳ ଛୋଟ ଲକ୍ଷ୍ୟ ହାସଲ କରି ଆପଣ ଭବିଷ୍ୟତ ପାଇଁ ପ୍ରେରଣା ପାଇବେ।

କେବଳ ଓଜନ ଉପରେ ଧ୍ୟାନ ଦିଅନ୍ତୁ ନାହିଁ

ଆରଣଙ୍କର ଲକ୍ଷ୍ୟ କେବଳ ଓଜନ ହ୍ରାସ କରିବା ନୁହେଁ ବରଂ ନିଜକୁ ସୁସ୍ଥ ରଖିବା ଉଚିତ୍। ତେଣୁ ଆରମ୍ଭରେ ଓଜନ ହ୍ରାସ କରିବାକୁ ନିଜକୁ ବାଧ୍ୟ କରନ୍ତୁ ନାହିଁ। ଉନ୍ନତ ମାନସିକ ସ୍ୱାସ୍ଥ୍ୟ, ମାଂସପେଶୀ ବୃଦ୍ଧି ଭଳି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ।