ରାତି ପାହିଲେ ରଜ : ଉତ୍ସବ ମୁଖର ଗାଁ ଠୁ ସହର
Advertisement
Article Detail0/zeeodisha/odisha2291939

ରାତି ପାହିଲେ ରଜ : ଉତ୍ସବ ମୁଖର ଗାଁ ଠୁ ସହର

ରାତି ପାହିଲେ ପହିଲି ରଜ।ଆଉ ଆଜି ରଜ ସଜବାଜ । ଘରେ ଘରେ କୁଆଁରୀ ଝିଅ ଓ ନୂଆ ବୋହୂମାନେ ସଜବାଜ ହେଲେଣି ।ଅଧିକ ପଢନ୍ତୁ

raja festival

Raja festival : 

ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ... ଵେଗି ହୁଅ ସଜବାଜ.. ବଉଳଲୋ ବେଗି ହୁଅ ସଜବା
ଜ..

ଏହା ଯେ କେବଳ ଏକ ଗୀତ ତା ନୁହେଁ, ଏହା ପ୍ରକୃତି ଓ ମନୁଷ୍ୟ ସହିତ କେଉଁ ଆବାହମାନ କାଳରୁ ଜଡିତ ଥିବା ଏକ ଗାଢ ସମ୍ପର୍କ।ବନସ୍ତରେ ଡାକୁଥିବା ଗଜର ଡାକ କିଏ ଶୁଣିପାରେ? ଯିଏ ଶୁଣିପାରେ ସିଏ ପ୍ରକୃତିମନସ୍କ । ସିଏ ବୁଝେ ରଜର ମହାତ୍ମ୍ୟ, 

ରାତି ପାହିଲେ ପହିଲି ରଜ । ଆଉ ଆଜି ରଜ ସଜବାଜ । ଘରେ ଘରେ କୁଆଁରୀ ଝିଅ ଓ ନୂଆ ବୋହୂମାନେ ସଜବାଜ ହେଲେଣି । ନିଜକୁ ସଜେଇବାରେ ସମସ୍ତେ ବ୍ୟସ୍ତ । ରଜପର୍ବ ନିଜକୁ ସଜେଇ ହେବାର ପର୍ବ। ହାତରେ ମେହେନ୍ଦି, ଦେହରେ ହଳଦୀ,ପାଦରେ ସରୁ ଅଳତାର ଗାର ଟାଣି ସଜେଇ ହୁଅନ୍ତି ନାରୀମାନେ ।କିଏ ଅଳତା ଲଗାଉଛି ତ କିଏ କୁଙ୍କୁମ। ସେପଟେ ପୋଡପିଠାକୁ ରଜ ପାନର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଖାଲି ଗାଁ ନୁହେଁ ସହରରେ ମଧ୍ୟ ପ୍ରସ୍ତୁତି ଜୋରସୋର୍ ରେ ଚାଲିଛି । 

ଆଗରୁ ରଜ କହିଲେ ଗାଁର ପର୍ବ ବୋଲି କୁହାଯାଉଥିଲା।କିନ୍ତୁ ଏବେ ସହରରେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ପ୍ରକାରେ ରଜ ପାଇଁ ପ୍ରସ୍ତୁତି ହେଉଛି।ଆଧୁନିକ ଢାଞ୍ଚାରେ ସଜବାଜ ସହିତ ପିଠାପଣା ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରୁଛି।ସମସ୍ତେ ମିଳିମିଶି ଏହି ପର୍ବକୁ ବେଶ୍ ଧୂମଧାମ୍ ରେ ପାଳନ କରୁଛନ୍ତି।ସମସ୍ତଙ୍କ ପାଇଁ ମନରେ ରହିଛି ଅପୂର୍ବ ଆନନ୍ଦ ଉଲ୍ଲାସ ।

ବଡ ବଡ ହୋଟେଲ, ରେଷ୍ଟୁରାଣ୍ଟ ସପିଂ ମଲ୍ ରେ ମଧ୍ୟ ରଜ ପାଇଁ ସ୍ପେଶାଲ ପ୍ରସ୍ତୁତି ସ୍ପେଶାଲ୍ ଅଫର୍ ରହିଛି । 

ସାଧାରଣତଃ ରଜ 5 ଦିନ ଧରି ପାଳନ କରାଯାଏ । ରଜ ସଜବାଜ, ପହିଲି ଲଜ, ରଜ ସଂକ୍ରାନ୍ତି , ଭୂମି ଦହନ ଓ ବସୁମତୀ ସ୍ନାନ ।  ରଜ ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।

ଆମେ ଆଧୁନିକ ଯୁଗରେ ବଞ୍ଚୁଥିବାବେଳେ ଏବେ ବି ଏହି ଓଡିଆ ପରମ୍ପରା ବଞ୍ଚି ରହିଛି । ରଜ ଆସିଲେ ସମସ୍ତଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଖେଳିଯାଉଛି । ସମସ୍ତେ ଏକାଠି ହେବା, ବିଭିନ୍ନ ପ୍ରକାରର ଖେଳ, ମଜାମସ୍ତି, ବୁଲାବୁଲି ଆଦି କରୁଛନ୍ତି । ଯାହା ଆମ ପରମ୍ପରାକୁ ବଜାୟ ରଖିଛି ।

ବର୍ଷଯାକର ପାରିବାରିକ ଜଞ୍ଜାଳ ଓ ଜୀବିକା ନିର୍ବାହରେ ବ୍ୟସ୍ତତା ଭିତରେ ମନରେ ଭରିଥିବା ଶୋକ ଓ ଯନ୍ତ୍ରଣା ସବୁକୁ ଏହି ଦିନରେ ଦୂର କରିଦେବାର ନାରୀମାନେ ସମୟ ପାଇଥାନ୍ତି । ଘରେ ଘରେ ପିଠା, ମିଠା, ଆମ୍ବ ଓ ପଣସ ଆଦିର ପସରା ଜମେ । ପିଲାଠୁ ବୁଢ଼ାଯାଏ ସମସ୍ତେ ରଜ ପାନ ଖାଇ ଦୋଳିରେ ଝୁଲି , ଲୁଡୁ, ତାସ, ପସା, କବାଡ଼ି, ଆଦି ଖେଳରେ ମସଗୁଲ ହୋଇଯାଆନ୍ତି। ବିଶେଷକରି କୁମାରୀ ଓ ଭୂଆସୁଣୀ ମାନଙ୍କ ପାଇଁ ଏହି ପର୍ବ ଅତି ଆନନ୍ଦର ପର୍ବ ।