couses of increasing divorce: ଜାଣନ୍ତୁ ଛାଡ଼ପତ୍ର ସଂଖ୍ୟା ବଢିବାର ୬ଟି ବଡ଼ କାରଣ
Advertisement
Article Detail0/zeeodisha/odisha2345092

couses of increasing divorce: ଜାଣନ୍ତୁ ଛାଡ଼ପତ୍ର ସଂଖ୍ୟା ବଢିବାର ୬ଟି ବଡ଼ କାରଣ

main reasons for divorce in India : ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ମଧ୍ୟରେ ଛାଡ଼ପତ୍ର ଖବର କ୍ରିକେଟ ପ୍ରେମୀଙ୍କୁ ଅନେକ କଷ୍ଟ ଦେଇଛି। କେବଳ କ୍ରିକେଟ ଜଗତରେ ନୁହଁ ବଲିଉଡ୍, ଅଲିଉଡ ଏମିତିକି ସମସ୍ତ କ୍ଷେତ୍ରରେ ଛାଡ଼ପତ୍ର ସମସ୍ୟା ବୃଦ୍ଧି ପାଉଛି। ଅଧିକାଂଶ ଛାଡ଼ପତ୍ର କାହିଁକି ହେଉଛି ଜାଣନ୍ତୁ ୬ ଟି ପ୍ରମୁଖ କାରଣ ସମ୍ପର୍କରେ...

 divorce

6 main causes of divorce: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ମଧ୍ୟରେ ଛାଡ଼ପତ୍ର ଖବର କ୍ରିକେଟ ପ୍ରେମୀଙ୍କୁ ଅନେକ କଷ୍ଟ ଦେଇଛି। କେବଳ କ୍ରିକେଟ ଜଗତରେ ନୁହଁ ବଲିଉଡ୍, ଅଲିଉଡ ଏମିତିକି ସମସ୍ତ କ୍ଷେତ୍ରରେ ଛାଡ଼ପତ୍ର ସମସ୍ୟା ବୃଦ୍ଧି ପାଉଛି।ତେବେ ସମ୍ପର୍କ ବର୍ଷ ବର୍ଷର ହେଉ କି ଦୁଇ ଦିନର କିଛି କିଛି ସମସ୍ୟାକୁ ନେଇ ଛାଡ଼ପତ୍ର ହେଉଛି।

ତେବେ ଅଧିକାଂଶ ଛାଡ଼ପତ୍ର କାହିଁକି ହେଉଛି ଜାଣନ୍ତୁ ଏହି ସମ୍ପର୍କରେ।

 ବୈବାହିକ ସମ୍ପର୍କ:- ଯେତେବେଳେ ଜଣେ ବ୍ୟକ୍ତି ସମ୍ପର୍କରୁ ବାହାରକୁ ଯାଏ ଏବଂ ତାଙ୍କର ଯୌନ କିମ୍ବା ଶାରୀରିକ ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ଜଣଙ୍କ ସହିତ ସମ୍ପର୍କ ରଖିଥାନ୍ତି। ଏହାକୁ ପରକୀୟା ପ୍ରୀତି ସମ୍ପର୍କ କୁହାଯାଏ। ଥରେ ଜୀବନସାଥୀ ବିଶ୍ୱାସଘାତକତା ଅନୁଭବ କଲେ, ତାଙ୍କ ପାଇଁ ବିଶ୍ୱାସ ଫେରାଇବା କଷ୍ଟକର ହୋଇଯାଏ।୨୦-୪୦% ଛାଡ଼ପତ୍ର ଏହି ସମ୍ପର୍କ ଯୋଗୁ ହୋଇଥାଏ।

 ଭାବପ୍ରବଣତା:- ଭାବପ୍ରବଣତାର ଅଭାବ ମଧ୍ୟ ଅତିରିକ୍ତ ବୈବାହିକ ସମ୍ପର୍କର ମୁଖ୍ୟ କାରଣ ବୋଲି କୁହାଯାଏ।

ଆର୍ଥିକ ସମସ୍ୟା:- ଆର୍ଥିକ ସମସ୍ୟା ମଧ୍ୟ ଛାଡ଼ପତ୍ରର ଆଉ ଏକ କାରଣ ହୋଇଥାଏ। ତେବେ ଏହା ମଧ୍ୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରେ। ପରିସଂଖ୍ୟାନ ଅନୁଯାୟୀ, ୪୦% ଛାଡ଼ପତ୍ର ଆର୍ଥିକ ସମସ୍ୟା ଯୋଗୁ ହୋଇଥାଏ। ବେଳେବେଳେ ସ୍ତ୍ରୀ-ସ୍ବାମୀଙ୍କଠାରୁ ଅଧିକ ରୋଜଗାର କରନ୍ତି, ଏ କ୍ଷେତ୍ରରେ ମଧ୍ୟ ଝଗଡ଼ା ଲାଗିଥାଏ। ତେଣୁ ପାର୍ଟନରଙ୍କ ମଧ୍ୟରେ ଆର୍ଥିକ ସୁସଙ୍ଗତତା ରହିବା ଜରୁରୀ ଅଟେ। ଅନେକ କ୍ଷେତ୍ରରେ ଏହି କାରଣରୁ ମଧ୍ୟ ଛାଡ଼ପତ୍ର ହୁଏ।

ଏକାନ୍ତ ଅତିବାହିତ:- ଅନେକ ଥର ଦମ୍ପତିଙ୍କ ମଧ୍ୟରେ ଯୋଗାଯୋଗ ଅଭାବ ହେତୁ ଛାଡ଼ପତ୍ର ହୁଏ। ଯେକୌଣସି ସମ୍ପର୍କରେ ସମସ୍ତ ପ୍ରକାରର କଥା ଏବଂ ପରସ୍ପର ସହ କଥାବାର୍ତ୍ତା କରିବାକୁ ସମୟ ଦେବା ଜରୁରୀ ଅଟେ। କଥାବାର୍ତ୍ତା ବା ଯୋଗାଯୋଗରେ ଗ୍ୟାପ୍‌ ରହିଲେ ୬୫% ଛାଡ଼ପତ୍ର ହୁଏ। ଏହି କାରଣରୁ ସମ୍ପର୍କକୁ ବଞ୍ଚାଇବା ପାଇଁ ବାର୍ତ୍ତାଳାପ କରିବା ଜରୁରୀ ଅଟେ। ନଚେତ୍‌ ଏହା ଛାଡ଼ପତ୍ରର ଅନ୍ୟତମ କାରଣ ହୋଇଥାଏ।

ପାରସ୍ପରିକ ସମ୍ମାନ:- କୌଣସି ସମ୍ପର୍କକୁ ବଜାୟ ରଖିବା ପାଇଁ ପରସ୍ପରର ମତକୁ ସମ୍ମାନ ଦେବା ଜରୁରୀ ଅଟେ। ଯଦି ଏହା ନ ହୁଏ ତେବେ ଏହା ଛାଡ଼ପତ୍ରର ଏକ କାରଣ ହୋଇଯାଏ। ବାସ୍ତବରେ ଏହା ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ, ଯେତେବେଳେ କିଛି ବିଷୟ ଉପରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥାଏ, ଏହା ବଢ଼ିବାରେ ଲାଗେ ଏବଂ ବେଳେବେଳେ ଏହା ଛାଡ଼ପତ୍ରର କାରଣ ହୋଇଯାଏ। ପ୍ରାୟ ୫୭.୭% ଛାଡ଼ପତ୍ର ମାମଲା କ୍ରମାଗତ ଯୁକ୍ତି କାରଣରୁ ହୋଇଥାଏ।

ଅଧିକ ଆଶା ରଖିବା : ଅଧିକ ଆଶା ରଖିବା ଛାଡ଼ପତ୍ରର ଅନ୍ୟତମ କାରଣ ବି ହୋଇପାରେ। ବିବାହରେ ସ୍ବାମୀ ଏବଂ ସ୍ତ୍ରୀ ଅନ୍ୟ ସାଥୀଙ୍କଠାରୁ କିଛି ଆଶା କରନ୍ତି। ବେଳେବେଳେ ଜଣେ ସାଥୀ ଅନ୍ୟ ସାଥୀଠାରୁ ଅବାସ୍ତବ ଆଶା ରଖିଥାନ୍ତି ଏବଂ ଏହା ଦୁଇ ଜଣଙ୍କ ମଧ୍ୟରେ ବହୁତ ଟେନ୍‌ସନ୍‌ ସୃଷ୍ଟି କରିଥାଏ। ଉଭୟଙ୍କ ମଧ୍ୟରେ ଅଯୌକ୍ତିକ ଏବଂ ଅବାସ୍ତବ ଆଶା ରହିବା ଛାଡ଼ପତ୍ରର ଏକ ପ୍ରମୁଖ କାରଣ ହୋଇପାରେ।