ବସିବା ସମୟରେ ଶାରିରୀକ ଶୈଳୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଅଧିକାଂଶ ବ୍ୟକ୍ତି ଦିନର ଏକତୃତୀୟାଂଶ ସମୟ ଏକପ୍ରକାର ଶୈଳୀରେ ବସିଥାନ୍ତି।
Trending Photos
ତପନ କର, ନୂଆଦିଲ୍ଲୀ: ବୟସ ବଢିବା ସହ ମେରୁଦଣ୍ଡ (Backbone) ରେ ଥିବା ଡିସ୍କାରେ ତରଳର ପରିମାଣ ହ୍ରାସ ପାଇଥାଏ। ଅନେକ ସମୟରେ ଏହା ଅନ୍ୟ ଅଂଶ ଠାରୁ ଅଲଗା ହୋଇଯାଇଥାଏ। ଡିସ୍କ ଅଲଗା ହେବା କିମ୍ବା ନିଜ ସ୍ଥାନରୁ ଖସିଯିବା ସମସ୍ୟାର ଉପଚାର ପାଇଁ ଔଷଧ (Medicine), ଫିଜିଓଥେରାପି (Physiotherapy) ଏବଂ ଆବଶ୍ୟକ ପଡିଲେ ସର୍ଜରୀ (Surgery) ମଧ୍ୟ କରାଯାଇଥାଏ। କେତେକ କ୍ଷେତ୍ରରେ ମେରୁଦଣ୍ଡ ସମ୍ପର୍କିତ ଆଶଙ୍କାକୃତ ସମସ୍ୟାର ନିରାକରଣ ନିଜ ମାଧ୍ୟମରେ ସମ୍ଭବ ହୋଇଥାଏ।
ସେଥିପାଇଁ ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ନିଜେ ନିଜର ମେରୁଦଣ୍ଡ ସୁରକ୍ଷିତ ରଖିପାରିବେ। ମେରୁଦଣ୍ଡକୁ ସୁରକ୍ଷିତ ରଖିବା ପାଇଁ ଶାରିରୀକ ଅବସ୍ଥା, କାର୍ଯ୍ୟ କରିବାର ଦକ୍ଷତା, ଶରୀରର ଓଜନ, ବ୍ୟାୟାମ ଏବଂ ସଠିକ ଓଜନ ଉଠାଇବା ଆଦି ୫ଟି ଗୁରୁତ୍ଵପୂର୍ଣ୍ଣ ଅଭ୍ୟାସ ଭାବରେ ଗ୍ରହଣ କରାଯାଇପାରେ। ଏହା ଦ୍ଵାରା ମେରୁଦଣ୍ଡ ଯନ୍ତ୍ରଣାର ବିଭିନ୍ନ ସମସ୍ୟାର ସଫଳ ନିରାକରଣ ସମ୍ଭବ। ଫଳରେ ଆପଣ ବିଭିନ୍ନ ମେରୁଦଣ୍ଡ ସମସ୍ୟା ଠାରୁ ସୁରକ୍ଷିତ ରହିପାରିବେ।
ଠିକରେ ଶାରିରୀକ ଅବସ୍ଥାକୁ ନିୟନ୍ତ୍ରିତ କରିବା ଫଳରେ ଅନେକାଂଶରେ ନିମ୍ନ ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି ମିଳେ। କେତେକ ବ୍ୟାୟାମରେ ଠିଆହେବା ଶାରିରୀକ ଅବସ୍ଥାକୁ ଗୁରୁତ୍ଵ ପ୍ରଦାନ କରାଯାଉଥିବାବେଳେ ବସିବା ଅବସ୍ଥା ମଧ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ସିଧା ଛିଡ଼ା ହେବା ବେଳେ ମୁଣ୍ଡ ଏବଂ ମେରୁଦଣ୍ଡ ଏକ ସରଳରେଖାରେ ରହିବା ଦରକାର। ଆପଣ ମୃଦୁ ଭାବରେ ଆପଣଙ୍କ ତଳି ପେଟର ମାଂସପେଶୀକୁ ସଂକୋଚନ କରି ନିମ୍ନ ମେରୁଦଣ୍ଡକୁ ମଜବୁତ କରିପାରିବେ।
ଆପଣଙ୍କ ଶାରିରୀକ ଅବସ୍ଥାରେ ସନ୍ତୁଳନ ଆଣିବା ସହିତ କାନ୍ଧ ଅତି ତଳକୁ ଝୁଲାଇବା ଅବା ନଇଁ ନଇଁ ଚାଲିବା ତଥା ବୟସାଧିକ କାରଣରୁ ଆଗକୁ ନଇଁ ଯିବା ସ୍ଥିତି ଠାରୁ ଦୂରେଇ ରହିବାକୁ ସର୍ବଦା ଚେଷ୍ଟା କରନ୍ତୁ। ବସିବା ସମୟରେ ଶାରିରୀକ ଶୈଳୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଅଧିକାଂଶ ବ୍ୟକ୍ତି ଦିନର ଏକତୃତୀୟାଂଶ ସମୟ ଏକପ୍ରକାର ଶୈଳୀରେ ବସିଥାନ୍ତି। ଆପଣ ପ୍ରାୟତଃ ଏହି ସମୟରେ ମେରୁଦଣ୍ଡକୁ ସିଧା ରଖି ବସିବା ଆବଶ୍ୟକ। ବସିବା ଅବସ୍ଥାରେ ତଳକୁ ଅଧିକ ଝୁଙ୍କି ହୋଇ ବସିବା ଦ୍ଵାର ମେରୁଦଣ୍ଡରେ ଯନ୍ତ୍ରଣା ହୋଇଥାଏ।
ସିଧା ହୋଇ ବସନ୍ତୁ ଯାହାଦ୍ଵାରା ଚେୟାରର କାନ୍ଧ ବ୍ଲେଡରେ ମେରୁଦଣ୍ଡ ସିଧା ରହିବା ସହିତ ଆପଣଙ୍କ ପାଦ ଚଟାଣରେ ରହିବ। ସେହିପରି ସିଧା ବସିବା ସମୟରେ ଆପଣ ପ୍ରତି ଏକ ଘଣ୍ଟା ଅନ୍ତରରେ ଆପଣଙ୍କ ବସିବା ଶୈଳୀରେ ପରିବର୍ତ୍ତନ କରନ୍ତୁ। କାର୍ଯ୍ୟାଳୟରେ ଅଧିକ ସମୟ ବସି କାର୍ଯ୍ୟ କରୁଥିବା ବ୍ୟକ୍ତି ପ୍ରତି ୯୦ ମିନିଟରେ, ୫ ମିନିଟର ଛୋଟ ବିଶ୍ରାମ ନେବା ଉଚିତ। ଏହି ବିଶ୍ରାମ ସମୟରେ ସେମାନେ ନିଜକୁ ସିଧା କରିବା ସହିତ ମେରୁଦଣ୍ଡକୁ ଆରାମ ଦେବା ଉଚିତ। ଏରୋବିକ ବ୍ୟାୟାମ (Aerobic Exercise) ସହିତ ମେରୁଦଣ୍ଡ ଯନ୍ତ୍ରଣାକୁ ଉପଶମ ତଥା ଦୂରଉଥିବା ବ୍ୟାୟାମ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।