Friday Remedies: ଶୁକ୍ରବାର ଦିନ କରନ୍ତୁ ଏହି ସବୁ ଉପାୟ, ଚମକି ଉଠିବ ଆପଣଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha1923174

Friday Remedies: ଶୁକ୍ରବାର ଦିନ କରନ୍ତୁ ଏହି ସବୁ ଉପାୟ, ଚମକି ଉଠିବ ଆପଣଙ୍କ ଭାଗ୍ୟ

Friday Remedies:  ଶୁକ୍ରବାର ଦିନ ପ୍ରାତଃ ସମୟରେ ମାଆ ଲକ୍ଷ୍ମୀଙ୍କୁ ଶୁଦ୍ଧ ମନରେ ପୂଜା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ। ଘରେ କେବେବି ଧନର ଅଭାବ ହୋଇନଥାଏ। ଯଦି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଲାଗି ରହିଛି ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ରହିଛି, ତେବେ ଶୁକ୍ରବାର ଦିନ ଆପଣ ଏହି ଉପାୟ କରନ୍ତୁ। ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଲାଘବ ହେବା ସହ ଧନର ବର୍ଷା କରିବେ ମାଆ ଲକ୍ଷ୍ମୀ।

Friday Remedies: ଶୁକ୍ରବାର ଦିନ କରନ୍ତୁ ଏହି ସବୁ ଉପାୟ, ଚମକି ଉଠିବ ଆପଣଙ୍କ ଭାଗ୍ୟ

Friday Remedies: ସପ୍ତାହର ପ୍ରତ୍ୟେକ ଦିନ ପ୍ରତ୍ୟେକ ଦେବାଦେବୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ହିନ୍ଦୁ ଧର୍ମ ଅନୁସାରେ, ଗୁରୁବାର ପରି ଶୁକ୍ରବାର (Friday) ମଧ୍ୟ ମାଆ ଲକ୍ଷ୍ମୀଙ୍କ (maa lakshmi) ପାଇଁ ସମର୍ପିତ କରାଯାଇଛି। କାହିଁ କେଉଁ କାଳରୁ ବିଶ୍ବାସ ରହିଛି ଯେ, ଶୁକ୍ରବାର ଦିନ ପ୍ରାତଃ ସମୟରେ ମାଆ ଲକ୍ଷ୍ମୀଙ୍କୁ ଶୁଦ୍ଧ ମନରେ ପୂଜା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ। ଘରେ କେବେବି ଧନର ଅଭାବ ହୋଇନଥାଏ।  ଯଦି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଲାଗି ରହିଛି ଏବଂ ଆର୍ଥିକ ସ୍ଥିତି ଦୁର୍ବଳ ରହିଛି, ତେବେ ଶୁକ୍ରବାର ଦିନ ଆପଣ ଏହି ଉପାୟ କରନ୍ତୁ। ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଲାଘବ ହେବା ସହ ଧନର ବର୍ଷା କରିବେ ମାଆ ଲକ୍ଷ୍ମୀ। 

Also Read: Budha Gochar 2023: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧଙ୍କ ଚଳନ, ମାଟି ଧରିଲେ ହେବ ସୁନା!

Also Read: Today Horoscope: ଯାତ୍ରା ସମୟରେ ସତର୍କ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ଶୁକ୍ରବାର କରନ୍ତୁ ଏହି ସବୁ ଉପାୟ:

- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ପ୍ରାତଃ ସମୟରେ ଧଳା ରଙ୍ଗର ଫୁଲ ବା ପଦ୍ମଫୁଲ ମାଆ ଲକ୍ଷ୍ମୀଙ୍କୁ ଚଢାନ୍ତୁ। ଦୀପ, ଧୂପ ସହ ଶୁଦ୍ଧ ମନରେ ପୂଜା କରନ୍ତୁ। ଏହା କରିବା ଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। 

- ଶୁକ୍ରବାର ପ୍ରାତଃ ସମୟରେ ଏକ ଗୋଲାପି ରଙ୍ଗର କପଡ଼ାରେ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କ ଫଟୋ ରଖି ପୂଜା କରନ୍ତୁ। ଏହି ପ୍ରତିକାର କରିବା ଦ୍ବାରା ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ। 

- ଧନ ଲାଭ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କୁ ଚନ୍ଦନ ଲଗାଇ ଜଳରେ ଅଭିଷେକ କରନ୍ତୁ। ଏହି ପ୍ରତିକାର କରିବା ଦ୍ବାରା ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ।

- ଯଦି ଆପଣଙ୍କ ବୈବାହିକ ଜୀବନ ଅଶାନ୍ତିରେ ବିତୁଛି। ତେବେ ଆପଣ ଶୁକ୍ରବାର ଦିନ ଲକ୍ଷ୍ମୀ ମାତାଙ୍କ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରନ୍ତୁ। ଭୋଗ ସ୍ବରୂପ କିଛି କଦଳୀ ମାଆଙ୍କୁ ଚଢାନ୍ତୁ। କିଛି ଅସହାୟ ଲୋକଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ। 

-ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି। ତେବେ ଶୁକ୍ରବାର ଦିନ ସୂର୍ଯ୍ୟ ଭଗବାନଙ୍କ ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଉଚିତ୍। ସୂର୍ଯ୍ୟ ଦେବଙ୍କ ମନ୍ତ୍ର -ଓମ୍ ଘ୍ରିନ୍- ସୂର୍ଯ୍ୟୟା ନମଃ ଜପ କରନ୍ତୁ । ଯାହା ଆପଣଙ୍କୁ ଆରୋଗ୍ୟ ରଖିବା ସହ ଦୀର୍ଘାୟୁ ମଧ୍ୟ କରିବ। 

-ଯଦି ଆପଣଙ୍କ ଶତୃମାନେ ଆପଣଙ୍କ ପଛରେ ଲାଗିଛନ୍ତି ଏବଂ ଆପଣଙ୍କୁ ବିଭିନ୍ନ ସମସ୍ୟାରେ ପକାଉଛନ୍ତି । ଆପଣଙ୍କ କାମ ବିଗାଡୁଛନ୍ତି । ତେବେ ଆପଣ ଶୁକ୍ରବାର ଦିନ ସୂର୍ଯ୍ୟ ଭଗବାନଙ୍କୁ ସ୍ନାନ ପରେ ନାଲି ଫୁଲ ସହ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ଶତୃ ଆପଣଙ୍କର କୌଣସି କାମକୁ ବିଗାଡି଼ ପାରିବେ ନାହିଁ। 

- ଯଦି ଆପଣଙ୍କର ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି । ତେବେ ଆପଣ ଶୁକ୍ରବାର ଦିନ ସୂର୍ଯ୍ୟ ଦେବଙ୍କୁ ପ୍ରାତଃ ସମୟରେ ଜଳ ଅର୍ପଣ କରିବା ସହ ଓମ୍ ହ୍ରାନ୍ ହରିନ୍ ହ୍ରୋନ୍ ସୂର୍ଯ୍ୟୟା ନମଃ ମନ୍ତ୍ର ଜପନ୍ତୁ। ଦେଖିବେ ଆପଣଙ୍କ ସମସ୍ୟା କିଛି ଦିନ ମଧ୍ୟରେ ଦୂର ହୋଇଯିବ।

-ଯଦି ଆପଣଙ୍କ କଷ୍ଟ ଉପାର୍ଜିତ ଧନ ଆପଣଙ୍କ ପାଖରେ ରହୁ ନାହିଁ। ତେବେ ଆପଣ ଶୁକ୍ରବାର ଦିନ ସନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କୁ ୪ରୁ ୫ଟି ଗୁଜୁରାତି ଭୋଗ ଚଢାନ୍ତୁ। ଗୁଜୁରାତି ମାଆ ଲକ୍ଷ୍ମୀଙ୍କ ପ୍ରିୟ ଭୋଗ ବୋଲି ବିବେଚନା କରାଯାଏ। ଏହି ଭୋଗ ମାତା ଲକ୍ଷ୍ମୀଙ୍କୁ ଚଢାଇବା ପରେ ସେହି ଗୁଜୁରାତିକୁ ଆପଣ ନିଜ ପର୍ସରେ ରଖନ୍ତୁ। ଦେଖିବେ ଆପଣଙ୍କ ପକେଟରେ ସବୁବେଳେ ଟଙ୍କା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହେବ। ଏପରିକି, ଏ-ହି ସରଳ ଉପାୟ କରିବା ଦ୍ବାରା ଆପଣଙ୍କ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। 

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।