Garlic Side Effects: ଏହି ୭ ଟି ରୋଗରେ ଆକ୍ରାନ୍ତ ଥିବା ବେଳେ ଖାଆନ୍ତୁ ନାହିଁ ରସୁଣ, ନଚେତ୍...
Advertisement
Article Detail0/zeeodisha/odisha1514345

Garlic Side Effects: ଏହି ୭ ଟି ରୋଗରେ ଆକ୍ରାନ୍ତ ଥିବା ବେଳେ ଖାଆନ୍ତୁ ନାହିଁ ରସୁଣ, ନଚେତ୍...

Garlic Side Effects News: ରସୁଣ ରୋଷେଇ ଘରର ଏକ ମୁଖ୍ୟ ସାମଗ୍ରୀ । ତରକାରୀ ଠାରୁ ଆରମ୍ଭ କରି ଶରୀରରେ ଥଣ୍ଡା ଓ କାଶ ପାଇଁ ଔଷଧ ଭଳି କାମରେ ଲାଗିଥାଏ ରସୁଣ । କିଛି ଲୋକ ଏହାକୁ କଞ୍ଚା ମଧ୍ୟ ଖାଇବାକୁ ଭଲ ପାଇଥାନ୍ତି। ତେବେ ଜାଣି ରଖନ୍ତୁ ଏହି ସବୁ ରୋଗ ସମୟରେ ଆପଣଙ୍କୁ କଞ୍ଚା ରସୁଣ ଖାଇବା ବିଲକୁଲ ଉଚିତ୍ ନୁହେଁ।

Garlic Side Effects: ଏହି ୭ ଟି ରୋଗରେ ଆକ୍ରାନ୍ତ ଥିବା ବେଳେ ଖାଆନ୍ତୁ ନାହିଁ ରସୁଣ, ନଚେତ୍...

Garlic Side Effects: ଥଣ୍ଡା ସମୟରେ ରସୁଣ ଖାଇବା ଅତ୍ୟନ୍ତ ଭଲ। କାରଣ ରସୁଣ ଶରୀରକୁ ଗରମ ରଖିଥାଏ। ଥଣ୍ଡା କିମ୍ବା କାଶ ହେଲେ ରସୁଣ ଖାଇବା ଦ୍ୱାରା ଏହା ଭଲ ହୋଇଯାଏ । ତେବେ କିଛି କିଛି ସମସ୍ୟା ସମୟରେ ରସୁଣକୁ ଅଣଦେଖା କରିବା ଉଚିତ୍ । ବ୍ଲଡ଼ରେ ଅତ୍ୟଧିକ ମୋଟା ବା ହାଇ କୋଲେଷ୍ଟ୍ରଲ ସମୟରେ ରସୁଣ ଔଷଧ ଭାବେ କାମ କରିଥାଏ । ସାଧାରଣତଃ ଖାଦ୍ୟପେୟରେ ଦୈନନ୍ଦିନ ଭାବେ ଆମେ ରସୁଣକୁ ବ୍ୟବହାର କରିଥାଉ । ସେହିପରି କିଛି ଲୋକ ଏହାକୁ କଞ୍ଚା ମଧ୍ୟ ଖାଇବାକୁ ଭଲ ପାଇଥାନ୍ତି। ତେବେ ଜାଣି ରଖନ୍ତୁ ଏହି ସବୁ ରୋଗ ସମୟରେ ଆପଣଙ୍କୁ କଞ୍ଚା ରସୁଣ ଖାଇବା ଜରୁରୀ ନା ନାହିଁ। 

ଯଦି ଆପଣଙ୍କ ରକ୍ତ ପତଳା ଓ ଏଥପାଇଁ ଆପଣ ମେଡିସିନ ଖାଉଛନ୍ତି ତେବେ ସାବଧାନ ଆପଣ ରସୁଣ ଠାରୁ ଦୂରେଇ ରୁହନ୍ତୁ। ରସୁଣ ଖାଇବା ଦ୍ୱାରା ପ୍ରଥମେ ତ ଆପଣ ଖାଉଥିବା ମେଡିସିନର ପ୍ରଭାବକୁ ଏହା ଦୁର୍ବଳ କରିଥାଏ । ତେବେ ରସୁଣ ଖାଇବା ଦ୍ୱାରା ଏହା ରକ୍ତକୁ ଆହୁରି ପତଳା କରିଦେଇଥାଏ । ଏହି ରୋଗରେ ପୀଡ଼ିତ ଥିବା ଲୋକମାନେ ରସୁଣ ଖାଇବା ଆଦୌ ଉଚିତ୍ ନୁହେଁ। ମାତ୍ର ଏହାକୁ ତରକାରୀ କିମ୍ବା ସନ୍ତୁଳାରେ ବ୍ୟବହାର କରି ଖାଇପାରିବେ। 

ଲିଭର ସମସ୍ୟା ଥିଲେ 
ଯଦି ଆପଣ ଲିଭର ସମସ୍ୟା ସହିତ ଜଡ଼ିତ ଅଛନ୍ତି ତେବେ ରସୁଣ ଖାଇବା ଠୁ ଦୂରରେ ରୁହନ୍ତୁ । କାରଣ ରସୁଣରେ ଏଲିସିନ ନାମକ ପୋଷକ ତତ୍ତ୍ୱ ଥାଏ ଯାହା ଆପଣଙ୍କ ଲିଭର ସମସ୍ୟାକୁ ଆହୁରି ବଢାଇଦେଇପାରେ । 

ପେଟ ଖରାପ ସମୟରେ
ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ ଏଫ ୟୁଏସର ଏକ ରିପୋର୍ଟ ଅନୁସାରେ, ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଅମ୍ଳ ବାନ୍ତି ବା ଖାଲି ବାନ୍ତିର କାରଣ ହୋଇପାରେ । ଯଦି ଆପଣ ପେଟ ଖରାପ ବା ଡାଏରିଆରେ ପୀଡ଼ିତ ଅଛନ୍ତି ତେବେ ବି ରସୁଣ ଖାଇବା କଥା ନୁହେଁ। ଏହାଦ୍ୱାରା ସମସ୍ୟା ଆହୁରି ବଢିଯାଇପାରେ।

ପାଚନକ୍ରିୟା ସଠିକ୍ ନଥିବା ବେଳେ
କିଛି ଲୋକଙ୍କ ପେଟ ଅତ୍ୟନ୍ତ କୋମଳ ଅର୍ଥାତ୍ ଭିତରୁ ବହୁ ସେନସିଟିଭ୍ ହୋଇଥାଏ । ଯାହାଦ୍ୱାରା କିଛି ଭାରି ବା ମସାଲା ଜାତୀୟ ଖାଦ୍ୟ ଖାଇଦେଲେ ପେଟ ଶୀଘ୍ର ଖରାପ ହୋଇଯାଇପାରେ। ଏମିତି ଲୋକଙ୍କୁ ମଧ୍ୟ ରସୁଣ ଖାଇବା ଉଚିତ୍ ନୁହେଁ। କାରଣ ରସୁଣ ପେଟକୁ ଗରମ ରଖିଥାଏ। ଏହାର ସେବନ ଦ୍ୱାରା ପେଟ ଆହୁରି ଖରାପ ହୋଇଯାଇପାରେ। 

ନିମ୍ନ ରକ୍ତଚାପ 
ଯଦି ଆପଣ ନିମ୍ନ ରକ୍ତଚାପ ରୋଗରେ ପୀଡ଼ିତ ତେବେ କଞ୍ଚା ରସୁଣ ବହୁତ କମ ଖାଇବା ଉଚିତ୍। ଅଧିକ ମାତ୍ରାରେ ରସୁଣ ଖାଇବା ଦ୍ୱାରା ରକ୍ତଚାପ କମିଯାଇପାରେ। ଏମିତି ହେଲେ ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହେବାର ମଧ୍ୟ ଆଶଙ୍କା ଖୁବ ଅଧିକ ରହିଛି। 

ଝାଳରୁ ଦୁର୍ଗନ୍ଧ
କିଛି ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ଶରୀରର ଝାଳ ଓ ଶ୍ୱାସକ୍ରିୟା ଦୁର୍ଗନ୍ଧ ଛାଡିଥାଏ। ଏମିତି ଏହି ଲୋକ ରସୁଣ ସେବନ କଲେ ଏହି ଦୁର୍ଗନ୍ଧ ସମସ୍ୟା ତାଙ୍କର ବଢି ବଢି ଚାଲେ। ଯଦି ଆପଣଙ୍କର ଏହି ସମସ୍ୟା ଅଛି ତେବେ ରସୁଣ ଖାଆନ୍ତୁ ନାହିଁ। ରସୁଣ ସେବନ ଆପଣଙ୍କର ଏହି ସମସ୍ୟାକୁ ବଢାଇଦେଇପାରେ।

ଏସିଡିଟି
ଯେଉଁ ଲୋକଙ୍କର ଏସିଡିଟି ସମସ୍ୟା ରହିଛି ସେମାନଙ୍କୁ ମଧ୍ୟ ରସୁଣ ଠାରୁ ଦୂରେଇ ରହିବା ଉଚିତ୍ । ଏସିଡିଟି ସମସ୍ୟା ଥିଲେ ରସୁଣ ଖାଇଲେ ଛାତି ପୋଡ଼ିବା ସହ ପେଟ ମଧ୍ୟ ଫମ୍ପେଇଥାଏ। ସେଥିପାଇଁ ଏସିଡିଟି ସମସ୍ୟା ଥିଲେ ରସୁଣ ଖାଇବା ଉଚିତ ନୁହେଁ। 

Also Read: IRCTC Tour Package: ମାତ୍ର ୧୩ ହଜାରରେ ବୁଲନ୍ତୁ ୯ ଦିନ, ଖାଇବା ପିଇବା ପୁରା ଫ୍ରି

Also Read: Chanakya Niti: ଦୈନିକ କରନ୍ତୁ ଏହି ତିନି କାମ, ଘରେ ହେବନି କେବେ ଧନର ଅଭାବ!