Gold Rate Today: ଆଜି ବଢ଼ିଛି ସୁନା ଦର, ଆପଣଙ୍କ ସହରରେ କେତେ ଅଛି ଦାମ୍, ଚେକ୍ କରି କିଣନ୍ତୁ ସୁନା..
Advertisement
Article Detail0/zeeodisha/odisha1941083

Gold Rate Today: ଆଜି ବଢ଼ିଛି ସୁନା ଦର, ଆପଣଙ୍କ ସହରରେ କେତେ ଅଛି ଦାମ୍, ଚେକ୍ କରି କିଣନ୍ତୁ ସୁନା..

Gold Rate Today: ଆଗକୁ ଆସୁଛି ଦୀପାବଳି(Diwali) ଓ ଧନତେରାଶ। ଧନତେରାଶ(Dhanteras) ପୂର୍ବରୁ ସୁନା-ରୂପା ଦର କେତେବେଳେ କମୁଛି ତ କେତେବେଳେ ବଢ଼ୁଛି। ଆଉ କିଛି ଦିନ ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)। ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି । ତେବେ, ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର (Gold Rate in India)।

Gold Rate Today: ଆଜି ବଢ଼ିଛି ସୁନା ଦର, ଆପଣଙ୍କ ସହରରେ କେତେ ଅଛି ଦାମ୍, ଚେକ୍ କରି କିଣନ୍ତୁ ସୁନା..

Gold Rate Today: ଆଗକୁ ଆସୁଛି ଦୀପାବଳି(Diwali) ଓ ଧନତେରାଶ। ଧନତେରାଶ(Dhanteras) ପୂର୍ବରୁ ସୁନା-ରୂପା ଦର କେତେବେଳେ କମୁଛି ତ କେତେବେଳେ ବଢ଼ୁଛି। ଆଉ କିଛି ଦିନ ପରେ ଆରମ୍ଭ ହେବ ବିବାହ ସିଜିନ୍ (Wedding Season)। ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି । ତେବେ,  ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର (Gold Rate in India)। ଗତ କାଲି ଅପେକ୍ଷା ଆଜି ଦେଶରେ ବଢ଼ିଛି ସୁନା ଦର। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬ ହଜାର ୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୧ ହଜାର ୬୪୦ ଟଙ୍କା, ଯାହାକି ଗତ କାଲି ଏହି ଦର ଥିଲା ୫୬ ହଜାର ୪୦୦ ଓ ୬୧ ହଜାର ୫୩୦।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୬ ହଜାର ୫୦୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୧ ହଜାର ୬୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୬,୨୩୦ ଟଙ୍କା। ସେହିପରି ମାୟାନଗରୀ ମୁମ୍ବାଇରେ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୬,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୧,୬୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୬,୨୩୦ ଟଙ୍କା।

ସେହିପରି ଚେନ୍ନାଇରେ(Chennai) ୨୨ କ୍ୟାରେଟର ଦାମ୍ ୫୬,୯୫୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ୬୨,୧୩୦ ଟଙ୍କା ରହିଛି, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୫୯୫ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୬,୬୫୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୧,୭୯୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୩୫୦ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୬,୫୦୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୧,୬୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୩୫୦ ଟଙ୍କା ରହିଛି ।

Also Read: Gold Rate Today: ସୁନା ଦରରେ ବୃହତ ହ୍ରାସ, ୫୦ ହଜାର ତଳେ ଭରି ପିଛା ସୁନା ଦର..