ସାବଧାନ୍! ଗ୍ରୀନ ଟି' ପିଉଥିଲେ ବଢ଼ିପାରେ ଏସବୁ ଶାରୀରିକ ସମସ୍ୟା
Advertisement

ସାବଧାନ୍! ଗ୍ରୀନ ଟି' ପିଉଥିଲେ ବଢ଼ିପାରେ ଏସବୁ ଶାରୀରିକ ସମସ୍ୟା

Green Tea Side Effects: ଲୋକେ ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗ୍ରୀନ ଟି  (Green Tea) ପିଇଥାନ୍ତି । କିନ୍ତୁ ଦିନରେ ୩ ଥରରୁ ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିବା ବଦଳରେ ସମସ୍ୟା ବହୁ ଗୁଣିତ ହୋଇଥାଏ । ଏପରିକି ଯଦି ଆପଣ ଗ୍ରୀନ୍ ଟି ଆବଶ୍ୟକତା ଠାରୁ ଅଧିକ ପିଉଥାନ୍ତି ତେବେ ମାଇଗ୍ରେନ ସମସ୍ୟା ଦେଖାଦେଇପାରେ । ଏହାଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ଅଧିକ ବଢ଼ିଯାଇଥାଏ ।

ସାବଧାନ୍! ଗ୍ରୀନ ଟି' ପିଉଥିଲେ ବଢ଼ିପାରେ ଏସବୁ ଶାରୀରିକ ସମସ୍ୟା

ପ୍ରକାଶ ପରିଡା, ନୂଆଦିଲ୍ଲୀ: Green Tea Side Effects: ଗ୍ରୀନ ଟି (Green Tea)  ପିଉଛନ୍ତି କି? ଦିନରେ ୩ ଥରରୁ ଅଧିକ ଥର ଗ୍ରୀନ ଟି ପିଉଥିଲେ ଏହା ପରବର୍ତ୍ତୀ ସମୟରେ ସୃଷ୍ଟି କରିପାରେ ବଡ଼ ସମସ୍ୟା । ସାଧାରଣତଃ ଲୋକେ ଗ୍ରୀନ ଟି ଓଜନ ହ୍ରାସ ପାଇଁ ପିଇଥାନ୍ତି । ବାସ୍ତବରେ ଗ୍ରୀନ୍ ଟି' ଓଜନ କମାଇବା ସହିତ ଶରୀରର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବାରେ ସାହାଯ୍ୟ କରେ । କିନ୍ତୁ ମାତ୍ରାଧିକ ଅର୍ଥାତ ଗୋଟିଏ ଦିନରେ ୩ ଥରରୁ ଅଧିକ ଥର ଗ୍ରୀନ ଟି ପିଉଥିଲେ ଶରୀରରେ ଅନେକ କ୍ଷତି ହୋଇଥାଏ । ଅଧିକ ଗ୍ରୀନ ଟି ପିଇବା ଦ୍ୱାରା କ'ଣ କ୍ଷତି ହୋଇଥାଏ, ଆସନ୍ତୁ ଜାଣିବା ।

ମୁଣ୍ଡବିନ୍ଧା

ଲୋକେ ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗ୍ରୀନ ଟି  (Green Tea) ପିଇଥାନ୍ତି । କିନ୍ତୁ ଦିନରେ ୩ ଥରରୁ ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିବା ବଦଳରେ ସମସ୍ୟା ବହୁ ଗୁଣିତ ହୋଇଥାଏ । ଏପରିକି ଯଦି ଆପଣ ଗ୍ରୀନ୍ ଟି ଆବଶ୍ୟକତା ଠାରୁ ଅଧିକ ପିଉଥାନ୍ତି ତେବେ ମାଇଗ୍ରେନ ସମସ୍ୟା ଦେଖାଦେଇପାରେ । ଏହାଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ଅଧିକ ବଢ଼ିଯାଇଥାଏ ।

ପେଟ ସମସ୍ୟା

ଗ୍ରୀନ୍ ଟି'  (Green Tea)  ଅଧିକ ମାତ୍ରାରେ ପିଇବା ଦ୍ୱାରା ପେଟ ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ ।  ଅଧିକ ଗ୍ରୀନ ଟି ପିଇବା ପରେ ଗ୍ୟାସ ସମସ୍ୟା ମଧ୍ୟ ଦେଖାଯାଏ । ଗ୍ରୀନ୍ ଟି'ରେ ଟେନିନ୍ ନାମକ ଉପାଦାନ ଥିବାରୁ ଅଧିକ ମାତ୍ରାରେ ପିଇବା ଯୋଗୁଁ ଏସିଡିଟି ସମସ୍ୟା ସୃଷ୍ଟି ହୁଏ ।

ଏହା ବି ପଢ଼ନ୍ତୁ:-ଭୁଷୁଡ଼ିଛି ମାଓଗଡ଼, ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

ଏହା ବି ପଢ଼ନ୍ତୁ:-ମୋବାଇଲ ଫୋନରେ ଷ୍ଟୋରେଜ୍ ଫୁଲ୍ ହୋଇଯାଇଛି କି? ଜାଣନ୍ତୁ କେମିତି କରିବେ ଖାଲି...

ଏହା ବି ପଢ଼ନ୍ତୁ:-ଓଡ଼ିଶା ଆସୁଛନ୍ତି ୧୦ କେନ୍ଦ୍ର ମନ୍ତ୍ରୀ, ଆକାଂକ୍ଷୀ ଜିଲ୍ଳାର ପରଖିବେ ସ୍ଥିତି

 

ହାଡ଼ ଦୁର୍ବଳ

ସବୁଠାରୁ ବଡ଼ ସମସ୍ୟା ହେଉଛି ଗ୍ରୀନ ଟି  (Green Tea)  ପିଇବା ଦ୍ୱାରା କ୍ୟାଲସିୟମ ପ୍ରଭାବିତ ହୋଇଥାଏ । ଗ୍ରୀନ ଟି ପିଇବା ଦ୍ୱାରା ଶରୀରରେ ହାଡ଼ ଦୁର୍ବଳ ହୋଇଯାଏ । କାରଣ ଗ୍ରୀନ ଟିରେ ଥିବା ଯୌଗିକ କ୍ୟାଲସିୟମ୍ ଅବଶୋଷଣକୁ ହ୍ରାସ କରିବା ଆଶଙ୍କା ରହିଥାଏ । ଯାହା ହାଡକୁ ଦୁର୍ବଳ କରିଦିଏ ।