Guru Shani Gochar: କୁମ୍ଭରେ ବୃହସ୍ପତି-ଶନିଙ୍କ ଗୋଚର, ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha1966841

Guru Shani Gochar: କୁମ୍ଭରେ ବୃହସ୍ପତି-ଶନିଙ୍କ ଗୋଚର, ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ

Guru Shani Gochar: ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଶନିଦେବ(Shani)କୁମ୍ଭ ରାଶିରେ ବର୍ତ୍ତମାନ ଥିବା ବେଳେ ଆସନ୍ତା ବର୍ଷ ମେ ମାସ ୧୨ ତାରିଖ ସକାଳ ୫ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ଦେବଗୁରୁ ବୃହସ୍ପତି ଚଳନ କରିବେ। ଗୋଟିଏ ରାଶିରେ ଦୁଇ ରାଶିଙ୍କ ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ।  

Guru Shani Gochar: କୁମ୍ଭରେ ବୃହସ୍ପତି-ଶନିଙ୍କ ଗୋଚର, ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ

Guru Shani Gochar: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଆଉ କିଛି ଦିନ ପରେ ବର୍ଷ ୨୦୨୩ ଶେଷ ହୋଇଯିବ। ୨୦୨୪ ମସିହାରେ ଅନେକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିବେ।  ଏହାର ପ୍ରଭାବ ରାଶି ଚକ୍ରରେ ଥିବା ସମସ୍ତ ରାଶି (zodiac signs) ଉପରେ ପଡିଥାଏ। ଏହି କ୍ରମରେ, ଶନିଦେବ(Shani)କୁମ୍ଭ ରାଶିରେ ବର୍ତ୍ତମାନ ଥିବା ବେଳେ ଆସନ୍ତା ବର୍ଷ ମେ ମାସ ୧୨ ତାରିଖ ସକାଳ ୫ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ଦେବଗୁରୁ ବୃହସ୍ପତି ଚଳନ କରିବେ। ଗୋଟିଏ ରାଶିରେ ଦୁଇ ରାଶିଙ୍କ ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଫଳରେ ଦେବଗୁରୁ ବୃହସ୍ପତି-ଶନିଙ୍କ ଏହି ଦୁର୍ଲଭ ସଂଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ।  ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Also Read: Today Horoscope: ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ମେଷ: ଦେବଗୁରୁ ବୃହସ୍ପତି-ଶନିଙ୍କ ଏହି ଦୁର୍ଲଭ ସଂଯୋଗ ମେଷ ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜଳ କରିବ।  ଆର୍ଥିକ ସ୍ଥିତି  ମଜବୁତ୍ ହେବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ଏହି ସମୟରେ ରୋଜଗାରର ନୂଆ ବାଟ ଖୋଲିବ।  ଅବିବାହିତ ଲୋକମାନଙ୍କର ବିବାହ ପ୍ରସ୍ତାବ ଠିକ୍ ହୋଇପାରେ। ଆତ୍ମବିଶ୍ୱାସ ଏବଂ ସମ୍ମାନ ବୃଦ୍ଧି ପାଇବ। ଚାକିରି କରୁଥିବା ଲୋକମାନେ ଅନେକ ନୂଆ ଚାକିରି ଅଫର ବି ପାଇବେ। 

କର୍କଟ:  ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି। କ୍ୟାରିୟର ସଫଳତା ପ୍ରାପ୍ତ ହେବ। ଆୟ ବଢିବ। ଦୂର ଯାତ୍ରାର ଯୋଗ ରହିଛି । ନିଜ ପିଲାମାନଙ୍କଠାରୁ ଭଲ ଖବର ପାଇପାରନ୍ତି। ରିସର୍ଚ୍ଚ କ୍ଷେତ୍ରରେ ଜଡିତ ଲୋକଙ୍କ ପାଇଁ ୨୦୨୪ ବର୍ଷ ଭଲ ହେବ। ବ୍ୟବସାୟୀଙ୍କ ପାଇଁ ଆସନ୍ତା ବର୍ଷ ବି ଭଲ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ପୁରୁଣା ବିନିଯୋଗରୁ ଆପଣଙ୍କୁ ଆଶାତିତ ଲାଭ ମିଳିବ।

ବିଛା: ବୃହସ୍ପତି-ଶନିଙ୍କ କୃପାରୁ ଏହି ରାଶିର ଭାଗ୍ୟର ବିରାଟ ପରିବର୍ତ୍ତନ ଆସିବ। ନୂତନ ଚାକିରି ଅଫର ବି ଆପଣଙ୍କୁ ମିଳିପାରେ। ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ବିତାଇବେ। ଯଦି ଆପଣ ଏକ ପ୍ରେମ ସମ୍ପର୍କରେ ଅଛନ୍ତୁ, ତେବେ ଆସନ୍ତା ବର୍ଷ ବିବାହ ହେବାର ସମ୍ଭାବନା ଅଛି। ଏହି ରାଶିର ଲୋକମାନେ ନୂଆ ଗାଡି କିମ୍ବା  ସମ୍ପତ୍ତି କିଣିବାର ସମ୍ଭାବନା ରହିଛି। ବ୍ୟବସାୟରେ ମଧ୍ୟ ଅନେକ ଲାଭ ମିଳିବା ସହ ଏକ ବଡ଼ ଡିଲ୍ ବି ଫାଇନାଲ ହୋଇପାରେ।

ମୀନ:  ଏହି ରାଶିର ଲୋକଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି । ଅର୍ଥିକ ପରିସ୍ଥିତିରେ ଆସିବ ସୁଧାର । ପାଇବାକୁ ଥିବା ଧନରାଶି ପାଇବେ । ଧନ ନିବେଶ କ୍ଷତ୍ରେରେ ରହିବ ଶୁଭ ସମୟ । ସମୟ ଅନୁକୂଳ ରହିବ । ବ୍ୟାପାରରେ ଲାଭ ମିଳିବ। ମନ ପସନ୍ଦର ଚାକିରି ଅଫର ବି ମିଳିବ।  ଅନେକ ଶୁଭ ସମାଚାର ପ୍ରାପ୍ତି ହେବ ।  ବିଶେଷ କରି, ସେୟାର ବଜାରରେ ନିବେଶ ପାଇଁ  ସମୟ ଭଲ ରହିଛି। ସ୍ୟାସ୍ଥ୍ୟ ସମ୍ବନ୍ଦିୟ ସମସ୍ୟା ଦୂର ହେବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)