Hair care: ଏହା ହେଉଛି ସେହି ୬ ଟି ଖାଦ୍ୟ; ଯାହା କେଶ ଝଡ଼ିବାର କାରଣ ହୋଇଥାଏ
Advertisement
Article Detail0/zeeodisha/odisha1055129

Hair care: ଏହା ହେଉଛି ସେହି ୬ ଟି ଖାଦ୍ୟ; ଯାହା କେଶ ଝଡ଼ିବାର କାରଣ ହୋଇଥାଏ

Hair care: ବଢୁଥିବା ପ୍ରଦୂଷଣ ଓ ଖରାପ ଜୀବନଶୈଳୀ ଯୋଗୁଁ କେବଳ ଚର୍ମ ନୁହେଁ କେଶରେ ମଧ୍ୟ ଅନେକ କ୍ଷତି ହୋଇଥାଏ । ଏହି କାରଣରୁ, କେଶ ଦୁର୍ବଳ ସହିତ ଏଥିରେ ଶୁଷ୍କତା ଦେଖାଯିବ ଯୋଗୁଁ ଏହାର ଅଭିବୃଦ୍ଧି ମଧ୍ୟ ମନ୍ଥର ହୋଇଯାଏ ଓ କେଶ ଝଡ଼ିବା ମଧ୍ୟ ଜାରି ରହିଥାଏ ।

Hair care: ଏହା ହେଉଛି ସେହି ୬ ଟି ଖାଦ୍ୟ; ଯାହା କେଶ ଝଡ଼ିବାର କାରଣ ହୋଇଥାଏ

Hair care: ବଢୁଥିବା ପ୍ରଦୂଷଣ ଓ ଖରାପ ଜୀବନଶୈଳୀ ଯୋଗୁଁ କେବଳ ଚର୍ମ ନୁହେଁ କେଶରେ ମଧ୍ୟ ଅନେକ କ୍ଷତି ହୋଇଥାଏ । ଏହି କାରଣରୁ, କେଶ ଦୁର୍ବଳ ସହିତ ଏଥିରେ ଶୁଷ୍କତା ଦେଖାଯିବ ଯୋଗୁଁ ଏହାର ଅଭିବୃଦ୍ଧି ମଧ୍ୟ ମନ୍ଥର ହୋଇଯାଏ ଓ କେଶ ଝଡ଼ିବା ମଧ୍ୟ ଜାରି ରହିଥାଏ । କେଶ ଝଡ଼ିବା ପାଇଁ ପାଣିପାଗ ମଧ୍ୟ ଏକ କାରଣ, କିନ୍ତୁ ଖରାପ ଜୀବନଶୈଳୀ ଏହାର ମୁଖ୍ୟ କାରଣ ଭାବରେ ବିବେଚନା କରାଯାଏ । ବାସ୍ତବରେ, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା । ଅନେକ ଥର ପାନିଆରେ କେଶକୁ କୁଣ୍ଢାଇବା ଓ କେଶ ଧୋଇବା ସମୟରେ ଏହା ବହୁତ ପରିମାଣରେ ଝଡିଥାଏ, ଯାହା ବହୁତ ଭୟାନକ ଅଟେ ।

କେଶ ଝଡ଼ିବା ସମୟରେ ଲୋକମାନେ ନିଜ ଜୀବନଶୈଳୀ ବଦଳାଇବା ପରିବର୍ତ୍ତେ ବଜାରରେ ଉପଲବ୍ଧ ଦ୍ରବ୍ୟ ବ୍ୟବହାର କରିବା ଆରମ୍ଭ କରନ୍ତି । ଏହି ଦ୍ରବ୍ୟରେ ଥିବା ରାସାୟନିକ ପଦାର୍ଥ କେଶ ପାଇଁ କ୍ଷତିକାରକ । ତଥାପି, ଏହା ବଦଳରେ ଘରୋଇ ଉପଚାର କରାଯାଇପାରିବ । ଏହି ସମୟରେ, ଲୋକମାନେ ପ୍ରାୟତଃ ଏପରି କିଛି ଖାଦ୍ୟ ଖାଇଥା’ନ୍ତି ଯାହା କେଶ ଝଡ଼ିବାର କାରଣ ମଧ୍ୟ ହୋଇପାରେ । ଜାଣନ୍ତୁ ଏହି ଖାଦ୍ୟଗୁଡିକ ବିଷୟରେ…

ଅତ୍ୟଧିକ ମିଠା
ଅତ୍ୟଧିକ ମିଠା ଶରୀର ପାଇଁ ପ୍ରତ୍ୟେକ କ୍ଷେତ୍ରରେ କ୍ଷତିକାରକ ବୋଲି ବିବେଚନା କରାଯାଏ । ରିପୋର୍ଟ ଅନୁଯାୟୀ, ଯଦି ମିଠା ଅଧିକ ମାତ୍ରାରେ ଖିଆଯାଏ, ତେବେ ଏହା ଚନ୍ଦାର  କାରଣ ମଧ୍ୟ ହୋଇପାରେ । ବାସ୍ତବରେ, ଅଧିକ ମିଠା ଖାଇବା ଦ୍ୱାରା ଇନସୁଲିନ୍ ପ୍ରତିରୋଧ ସମସ୍ୟା ଦେଖାଦେଇଥାଏ । ଏପରି ପରିସ୍ଥିତିରେ କେଶ ଝଡ଼ିବା ମଧ୍ୟ ଆରମ୍ଭ ହୁଏ ।ଆଜି ଆପଣଙ୍କ ଖାଦ୍ୟରେ ମିଠା ହ୍ରାସ କରିବାର ରୁଟିନ୍ ଆରମ୍ଭ କରନ୍ତୁ ।

ଡାଏଟ୍ ସୋଡା
ଲୋକମାନେ ଫିଟନେସ୍ ଅନୁସରଣରେ ଡାଏଟ୍ ସୋଡା ଖାଇବା ଆରମ୍ଭ କରିଛନ୍ତି, କିନ୍ତୁ ଡାଏଟ୍ ସୋଡାର ଅତ୍ୟଧିକ ବ୍ୟବହାର ମଧ୍ୟ କେଶ ଝଡ଼ିବାର କାରଣ ହୋଇଯାଏ । କୁହାଯାଏ ଯେ ଏଥିରେ ଆସପାର୍ଟେମ୍ ନାମକ ଏକ ଆର୍ଟିଫିସିଆଲ ସୁଗାର ମିଶା ଯାଇଥାଏ ଏବଂ ଗବେଷଣାରୁ ଏହା ଜଣାପଡିଛି ଯେ ଏହା କେଶ ଝାଡ଼ିବାରେ କାରଣ ହୋଇଥାଏ ।

ମଦ
କେଶରେ କିରାଟିନ୍ ନାମକ ଏକ ପ୍ରୋଟିନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ମଦ୍ୟପାନ ପ୍ରୋଟିନ୍ ଉପରେ ପ୍ରଭାବ ପକାଇଥାଏ । ଏହା କେଶର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ଏବଂ ଏହାଦ୍ୱାରା କେଶ ଝଡ଼ିବା ଆରମ୍ଭ କରିଥାଏ । କେବଳ ଏତିକି ନୁହେଁ, ମଦ୍ୟପାନ ଯୋଗୁଁ ଶରୀରରେ ଅନେକ ପୁଷ୍ଟିକର ଖାଦ୍ୟର ଅଭାବ ରହିଥାଏ ।

ମାଛ 
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଜିକାଲି ମାଛରେ ମର୍କୁରି ପରିମାଣ ବୃଦ୍ଧି ପାଇଥିବା କୁହାଯାଉଛି । ମାଛ ମାଧ୍ୟମରେ ଏହି ମର୍କୁରି ଆମ ଶରୀର ଭିତରେ ପହଞ୍ଚିଥାଏ ଏବଂ ଏହି କାରଣରୁ, କେଶ ଝଡ଼ିବା ସମସ୍ୟା ଆରମ୍ଭ ହୋଇଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ମାଛକୁ ଅଧିକ ମାତ୍ରାରେ ଖାଇବା ଉଚିତ୍ ନୁହେଁ ।

ଏହା ବି ପଢ଼ନ୍ତୁ: ଇତିହାସରେ ସବୁଠାରୁ ବଡ଼ ରେଡ୍! ଖରାପ ହେଲା ଟଙ୍କାଗଣା ମେସିନ୍, ନୋଟ୍ ବଣ୍ଡଲ୍ ନେବାକୁ ଆସିଲା ଟ୍ରକ୍

ଏହା ବି ପଢ଼ନ୍ତୁ: Post Office ର ଏହି ସ୍କିମରେ ଜମା କରନ୍ତୁ କେବଳ ୧୫୦୦ ଟଙ୍କା, ବଦଳରେ ମିଳିବ ପୂରା ୩୫ ଲକ୍ଷ