ସୁନା କିଣିବାକୁ ପ୍ଲାନ୍ ଅଛି କି? ରହି ଯାଆନ୍ତୁ ୧୫ ଦିନ
Advertisement

ସୁନା କିଣିବାକୁ ପ୍ଲାନ୍ ଅଛି କି? ରହି ଯାଆନ୍ତୁ ୧୫ ଦିନ

ଗତ କିଛି ଦିନ ହେବ ସୁନା ଦର ହ୍ରାସ ପାଇବାରେ ଲାଗିଛି। ଏହି ମୂଲ୍ୟ ହ୍ରାସକୁ ଦେଖି ଅନେକ ଲୋକ ସୁନା କିଣିବାକୁ ଚିନ୍ତା କରୁଛନ୍ତି। 
ଯଦି ଆପଣ ମଧ୍ୟ ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଟିକିଏ ରହି ଯାଆନ୍ତୁ। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବଜାରରେ ସୁନାର ଚାହିଦା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯେଉଁ କାରଣରୁ ଗତ କିଛି ଦିନ ହେବ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଥଲା। କିନ୍ତୁ ଗତ କିଛି ଦିନ ହେବ ସୁନା ଦର ହ୍ରାସ ପାଇବାରେ ଲାଗିଛି। ଏହି ମୂଲ୍ୟ ହ୍ରାସକୁ ଦେଖି ଅନେକ ଲୋକ ସୁନା କିଣିବାକୁ ଚିନ୍ତା କରୁଛନ୍ତି। 
ଯଦି ଆପଣ ମଧ୍ୟ ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଟିକିଏ ରହି ଯାଆନ୍ତୁ। କାରଣ ମାର୍ଚ୍ଚ ପରେ ଆପଣଙ୍କୁ ଏକ ସ୍ୱତନ୍ତ୍ର ଅଫର ମିଳିବାକୁ ଯାଉଛି।

ଜୁନ ପହିଲା ଠାରୁ ସରକରା, ସୁନା ଅଳଙ୍କାର (Gold Ornaments) ଏବଂ କଳାକୃତ୍ତି ଉପରେ ହଲମାର୍କିଂ (ଶୁଦ୍ଧତାର ଟ୍ୟାଗ୍) ବାଧ୍ୟତାମୂଳକ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବର୍ତ୍ତମାନ ଏହି ହଲମାର୍କିଂ ସ୍ବେଚ୍ଛାକୃତ ଅଟେ। ଚଳିତବର୍ଷ ଜାନୁୟାରୀ ୧୫ରୁ ସୁନା ଅଳଙ୍କାର ଏବଂ କଳାକୃତ୍ତି ପାଇଁ ହଲମାର୍କିଂ (Hallmarking) ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ନଭେମ୍ବର ୨୦୧୯ରେ ଘୋଷଣା କରିଥିଲା। ଆଉ ବଣିକଙ୍କୁ ହଲମାର୍କିଂ ପାଇଁ ପ୍ରସ୍ତୁତ ହେବା ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS)ରେ ପଞ୍ଜିକରଣ କରିବାକୁ ଏକ ବର୍ଷରୁ ଅଧିକ ସମୟ ଦିଆଯାଇଥିଲା।

Also Read: ରାଜଧାନୀରେ ଖସିଲା ସୁନା ଦର, ଜାଣି ନିଅନ୍ତୁ କ'ଣ ରହିଛି ରୁପା ରେଟ୍

କୋଭିଡ-୧୯ ମହାମାରୀ (Coronavirus) ମଧ୍ୟରେ ଅଳଙ୍କାର ବ୍ୟବସାୟୀଙ୍କ ଡିମାଣ୍ଡ ଅନୁଯାୟୀ ହଲମାର୍କିଂ ସମୟସୀମା ଜୁନ୍ ୨୦୨୧କୁ ଧାର୍ଯ୍ୟ କରାଯାଇଥିଲା। BIS ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀ କହିଛନ୍ତି, 'ଜୁନ୍ ଠାରୁ ଆମେ ହଲମାର୍କିଂକୁ ବାଧ୍ୟତାମୂଳକ କରିବାକୁ ପ୍ରସ୍ତୁତ। ଏହି ତାରିଖ ବଢାଇବାକୁ ଆମେ ଆଉ କୈଣସି ପ୍ରସ୍ତାବ ଗ୍ରହଣ କରିନାହିଁ।' 

ସେ ପୁଣି କହିଛନ୍ତି, 'ଏପର୍ଯ୍ୟନ୍ତ, ପ୍ରାୟ ୩୫ ହଜାର ଗହଣା ବ୍ୟବସୟୀ BISରେ ପଞ୍ଜିକୃତ ହୋଇଛନ୍ତି। ଆମେ ଆଶା କରୁଛୁ ଆସନ୍ତା ମାସେ କିମ୍ବା ଦୁଇ ମାସ ମଧ୍ୟରେ ଏହି ସଂଖ୍ୟା ଏକ ଲକ୍ଷରେ ପହଞ୍ଚିବ। ଜୁନ୍ ୧ରୁ, ବ୍ୟବସାୟୀଙ୍କୁ କେବଳ ୧୪, ୧୮ ଏବଂ ୨୨ କ୍ୟାରେଟ୍ ସୁନା ଅଳଙ୍କାର ବିକ୍ରୟ କରିବାକୁ ଅନୁମତି ଦିଆଯିବ।'