ଭୟଙ୍କର ଦଣ୍ଡ! ଛାଡ଼ପତ୍ର ମାମଲାରେ ସ୍ୱାମୀକୁ ୮,୦୦୦ ବର୍ଷ ଜେଲ୍
Advertisement
Article Detail0/zeeodisha/odisha1055240

ଭୟଙ୍କର ଦଣ୍ଡ! ଛାଡ଼ପତ୍ର ମାମଲାରେ ସ୍ୱାମୀକୁ ୮,୦୦୦ ବର୍ଷ ଜେଲ୍

କୋର୍ଟ କହିଛନ୍ତି ଯେ, ଯଦି ଅଷ୍ଟ୍ରେଲୀୟ ନାଗରିକ ତିନି ମିଲିୟନ୍ ଡଲାର୍ ଦିଅନ୍ତି, ତେବେ ତାଙ୍କୁ ଦଣ୍ଡରୁ ମୁକ୍ତ କରାଯାଇପାରିବ, ନଚେତ୍ ତାଙ୍କୁ ଇସ୍ରାଏଲରେ ରହିବାକୁ ପଡ଼ିବ। 

ପ୍ରତିକାତ୍ମକ ଫଟୋ

ତେଲ ଅଭିବ: ଛାଡପତ୍ର ସହ ଜଡିତ ଏକ ମାମଲା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ଅଷ୍ଟ୍ରେଲିଆରେ ଇସ୍ରାଏଲ୍ ଏହି ପ୍ରସଙ୍ଗରେ ସମାଲୋଚିତ ହେଉଛି। ବାସ୍ତବରେ ଅଷ୍ଟ୍ରେଲୀୟ ନାଗରିକ ନୋଏମ ହୁପର୍ଟଙ୍କୁ ଇସ୍ରାଏଲ ଛାଡିବାକୁ ବାରଣ କରାଯାଇଛି। କାରଣ ତାଙ୍କ ପତ୍ନୀ ତାଙ୍କ ବିରୋଧରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ଇସ୍ରାଏଲ୍ କୋର୍ଟ ସ୍ଥିର କରିଥିବା ନିଷେଧାଦେଶର ଅବଧି ଏବଂ ପ୍ରତିପୋଷଣ ଭତ୍ତା ପରିମାଣକୁ ନେଇ ଆକ୍ରୋସ ଦେଖାଦେଇଛି।

ଆମର ଅନୁବନ୍ଧିତ ୱେବସାଇଟ୍ 'ଇଣ୍ଡିଆ ଡଟ୍ କମ୍'ରେ ପ୍ରକାଶିତ ଖବର ଅନୁଯାୟୀ, ଇସ୍ରାଏଲ୍ କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନୋଏମ୍ ହୁପର୍ଟ ୩୧ ଡିସେମ୍ବର ୯୯୯୯ ପର୍ଯ୍ୟନ୍ତ ଦେଶ ଛାଡି ପାରିବେ ନାହିଁ। ଅର୍ଥାତ ତାଙ୍କୁ ଆଗାମୀ ୮୦୦୦ ବର୍ଷ ପାଇଁ 'ବନ୍ଦୀ' ରହିବାକୁ ପଡ଼ିବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ହୁପର୍ଟ ଏହି ଦଣ୍ଡରୁ ବଞ୍ଚିବାକୁ ଚାହାଁନ୍ତି, ତେବେ ତାଙ୍କୁ ପ୍ରତିପୋଷଣ ଭତା ତଥା ପିଲାମାନଙ୍କୁ ବଂଚାଇବା ପାଇଁ ତାଙ୍କୁ ତିନି ମିଲିୟନ୍ ଡଲାର୍ (ପ୍ରାୟ ୪୭ କୋଟି ଟଙ୍କା) ଦେବାକୁ ପଡିବ।

Also Read: ଜୟନ୍ତୀ ବିଶେଷ: ଏଠାରେ ମିଳିବ Atal Bihari Vajpayeeଙ୍କ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର

କୋର୍ଟ କହିଛନ୍ତି ଯେ, ଯଦି ଅଷ୍ଟ୍ରେଲୀୟ ନାଗରିକ ତିନି ମିଲିୟନ୍ ଡଲାର୍ ଦିଅନ୍ତି, ତେବେ ତାଙ୍କୁ ଦଣ୍ଡରୁ ମୁକ୍ତ କରାଯାଇପାରିବ, ନଚେତ୍ ତାଙ୍କୁ ଇସ୍ରାଏଲରେ ରହିବାକୁ ପଡ଼ିବ। ବ୍ରିଟିଶ ସାମ୍ବାଦିକ ମାରିଆନେ ଅଜିଜି ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ଅନେକ ଅଷ୍ଟ୍ରେଲୀୟ ନାଗରିକଙ୍କ ପାଇଁ ଏହି ପ୍ରକାରର ସମସ୍ୟା ହୋଇପାରେ, ତେଣୁ ଏହା ବିଷୟରେ କିଛି କରିବା ଆବଶ୍ୟକ ରହିଛି। ତେବେ ଏ ସମ୍ପର୍କରେ ଦୂତାବାସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଅଷ୍ଟ୍ରେଲୀୟ ନାଗରିକ ନୋଏମ୍ ହୁପର୍ଟ ୨୦୧୨ରେ ତାଙ୍କର ଦୁଇ ପିଲାଙ୍କ ସହ ଇସ୍ରାଏଲ (Israel) ରେ ରହିବାକୁ ଆସିଥିଲେ। ତା’ପରେ ତାଙ୍କ ପତ୍ନୀ ଇସ୍ରାଏଲର ଏକ କୋର୍ଟରେ ତାଙ୍କ ବିରୋଧରେ ଛାଡପତ୍ର ମାମଲା ଦାୟର କରିଥିଲେ। ଅଦାଲତ ଦେଇଥିବା ରାୟ ଶୁଣିବା ପରେ ହୁପର୍ଟଙ୍କ ହୋସ ଉଡ଼ିଯାଇଛି। ଏଥି ସହିତ ମାନବାଧିକାର କର୍ମୀମାନେ ମଧ୍ୟ ଏହି ଦଣ୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତିରେ କୁହାଯାଇଛି ଯେ, ହୁପର୍ଟ ଛୁଟିଦିନ ଏବଂ କାମ ପାଇଁ ମଧ୍ୟ ବାହାରକୁ ଯାଇପାରିବେ ନାହିଁ।

Also Read: Baba Vanga 2022 Prediction:ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ଆସନ୍ତା ବର୍ଷ ଆସିବ ବିନାଶ!

ଅଷ୍ଟ୍ରେଲୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କରି ନୋଏମ ହୁପର୍ଟ (Noam Huppert) କହିଛନ୍ତି, 'ମୋ ଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ସ୍ଥାନୀୟ ଛାଡପତ୍ର (Divorce) ଆଇନ ବିଷୟରେ ଜ୍ଞାନ ଅଭାବରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିପରି କଠୋର ନିୟମ ବିଷୟରେ ଅଧିକରୁ ଅଧିକ ସଚେତନତା ବିସ୍ତାର କରିବାର ଆବଶ୍ୟକତା ଅଛି। ବର୍ତ୍ତମାନ ମୁଁ ମୋ ଦେଶର ଅନ୍ୟ ଲୋକଙ୍କୁ ଏହା ବିଷୟରେ କହିବି ଏବଂ ସେମାନଙ୍କୁ ଜାଲରେ ନ ପଡ଼ିବା ପାଇଁ କମ୍ କରିବି।'