Health Tips: କେବଳ ଯୌନ କ୍ଷମତା ନୁହେଁ ଶରୀରକୁ ଏହିସବୁ ଲାଭ ଦେଇଥାଏ ଶିଳାଜିତ୍!
Advertisement
Article Detail0/zeeodisha/odisha1846663

Health Tips: କେବଳ ଯୌନ କ୍ଷମତା ନୁହେଁ ଶରୀରକୁ ଏହିସବୁ ଲାଭ ଦେଇଥାଏ ଶିଳାଜିତ୍!

Benefits of Shilajit​: ହୃଦୟ ସମ୍ବନ୍ଧୀୟ ସମସ୍ୟାଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣି କ୍ଷେତ୍ରରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । ଆୟୁର୍ବେଦିକ ଔଷଧରେ ଶିଲାଜିତ୍ ଏକ ସପ୍ଲିମେଣ୍ଟ ଭାବେ ବ୍ୟବହୃତ ହୋଇଥାଏ । ଏଥିରେ ଭରପୂର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାକୁ ମଧ୍ଯ ଦୂର କରିଥାଏ । 

ସୌ(ସୋସିଆଲ ମିଡିଆ)

Shilajit Benefits​: ଆପଣମାନେ ଶିଳାଜିତ ନାମ ଶୁଣିଥିବେ ନିଶ୍ଚୟ । ଏହା କେବଳ ଯୌନ ଇଚ୍ଛା ବୃଦ୍ଧି ଲାଗି ବ୍ୟବହାର କରାଯାଏ ବୋଲି ଅଧିକାଂଶ ଲୋକେ ଭାବିଥାଆନ୍ତି । କିନ୍ତୁ ତାହା ନୁହେଁ, ଶିଳାଜିତ ହେଉଛି ଏକ ପଦାର୍ଥ ଯାହା ନିଜର ଔଷଧୀୟ ଗୁଣ ପାଇଁ ବର୍ଷ ବର୍ଷ ଧରି ଆୟୁର୍ବେଦରେ ବ୍ୟବହୃତ ହୋଇଆସୁଛି । ଏହା ଯୌନ ଇଚ୍ଛା ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟୀ ହୋଇଥାଏ । ହୃଦୟ ସମ୍ବନ୍ଧୀୟ ସମସ୍ୟାଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣି କ୍ଷେତ୍ରରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । ଆୟୁର୍ବେଦିକ ଔଷଧରେ ଶିଲାଜିତ୍ ଏକ ସପ୍ଲିମେଣ୍ଟ ଭାବେ ବ୍ୟବହୃତ ହୋଇଥାଏ । ଏଥିରେ ଭରପୂର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାକୁ ମଧ୍ଯ ଦୂର କରିଥାଏ । ଏହା ସାଧାରଣତଃ ପାର୍ବତ୍ୟ ଅଞ୍ଚଳରେ ତଥା ଆଫଗାନିସ୍ତାନ, ଗିଲଗିଟ-ବାଲ୍ଟିସ୍ତାନ, ପାକିସ୍ଥାନ, ନେପାଳ, ଭୁଟାନ, ଋଷ, ମଧ୍ୟ ଏସିଆ, ଇରାନରେ ଦେଖିବାକୁ ମିଳିଥାଏ ।

ରକ୍ତହୀନତା କ୍ଷେତ୍ରରେ ପ୍ରଭାବଶାଳୀ

ଶରୀରରେ ଲୌହ ଅଂଶର ଅଭାବ ରକ୍ତହୀନତାର ମୁଖ୍ୟ କାରଣ ଅଟେ । ରକ୍ତରେ ପର୍ଯ୍ୟାପ୍ତ ପରିମାଣର ହେମୋଗ୍ଲୋବିନ୍ ନ ରହିଲେ ଶରୀରରେ ରକ୍ତହୀନତା ସମସ୍ୟା ଦେଖାଦେଇଥାଏ । ଫଳରେ ଥକ୍କାପଣ, ମୁଣ୍ଡବିନ୍ଧା ଓ ଦୁର୍ବଳତା ଭଳି ସମସ୍ୟା ଦେଖାଦେଇଥାଏ । ଶିଳାଜିତ୍ ଲୌହ ଓ ହ୍ୟୁମିକ୍ ଏସିଡ୍ ଭରପୂର ଅଟେ, ଯାହା ରକ୍ତରେ ଲୌହର ସ୍ତରକୁ ବଜାୟ ରଖି୍ବାରେ ସାହାଯ୍ୟ କରିଥାଏ ।

ବୃଦ୍ଧି କରେ ମସ୍ତିଷ୍କ ଶକ୍ତି

ଶିଳାଜିତରେ ଥିବା ବିଭିନ୍ନ ପ୍ରକାରର ପଦାର୍ଥ ମସ୍ତିଷ୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏକ ଅଧ୍ୟୟନ ଅନୁଯାୟୀ, ଶିଳାଜିତ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିଥାଏ, ଯାହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଅଧିକ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ । ଶିଳାଜିତ୍ ଉପାଦାନଗୁଡ଼ିକ ଅଲଜାଇମର ପରି ସମସ୍ୟା ହ୍ରାସ କରିଥାଏ ।

 ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ

ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ- ମଧ୍ଯ ବେଶ ଲାଭଦାୟୀ ହୋଇଥାଏ । ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଶିଳାଜିତରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗ୍ଲୁଟାଥିଅନର ସ୍ତରକୁ ବଢାଇଥାଏ। ଏହା ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିରେ ଥିବା ହ୍ୟୁମିକ୍ ଏସିଡ୍ ବ୍ଲଡ଼ କୋଲେଷ୍ଟ୍ରୋଲ୍କୁ ହ୍ରାସ କରିଥାଏ, ଯାହାଦ୍ୱାରା ଷ୍ଟ୍ରୋକ ହେବାର ସମ୍ଭାବନା ମଧ୍ୟ କମ୍ ହୋଇଥାଏ ।

ଅନ୍ତନଳୀ ସ୍ୱାସ୍ଥ୍ୟକୁ ବଜାୟ ରଖେ

ଶିଳାଜିତ୍ ଆପଣଙ୍କ ଅନ୍ତନଳୀରେ ପ୍ରଦାହକୁ ହ୍ରାସ କରିବା ସହ ଅକ୍ସିଡେଟିଭ୍ ଚାପ ପରି ସମସ୍ୟାରୁ ରକ୍ଷା କରେ । ଏହା ଅନ୍ତନଳୀ ସଂକ୍ରମଣ ଓ ଅନ୍ୟାନ୍ୟ ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ ।

ଚାପ ହ୍ରାସ କରେ

ଶିଳାଜିତ୍ ମସ୍ତିଷ୍କରେ ଡୋପାମାଇନ୍ ର ସ୍ରୋତକୁ ବଢାଇଥାଏ ଯାହା ଚିନ୍ତା ଓ ଚାପ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଶିଳାଜିତ୍ ଆପଣଙ୍କ ଶରୀର ଉପରେ ଶାନ୍ତକାରୀ ପ୍ରଭାବ ପକାଇଥାଏ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଶିଳାଜିତ୍ ପୋଟାସିୟମ୍ ଓ ମ୍ୟାଗ୍ନେସିୟମର ଏକ ଉତ୍ତମ ଉତ୍ସ ଅଟେ । ଏହା ମାଂସପେଶୀକୁ ଆରାମ ଦେଇଥାଏ  । ଫଳରେ ଏହା ଚାପ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

​(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।