Kidney Disease: କିଡନୀ ଖରାପ ହେବା ସମୟରେ ଦେଖାଯାଏ ଶରୀର ଦେଖାଇଥାଏ ଏହିସବୁ ଲକ୍ଷଣ, ଜାଣି ରଖନ୍ତୁ ବଞ୍ଚିଯିବ ଜୀବନ
Advertisement
Article Detail0/zeeodisha/odisha1539844

Kidney Disease: କିଡନୀ ଖରାପ ହେବା ସମୟରେ ଦେଖାଯାଏ ଶରୀର ଦେଖାଇଥାଏ ଏହିସବୁ ଲକ୍ଷଣ, ଜାଣି ରଖନ୍ତୁ ବଞ୍ଚିଯିବ ଜୀବନ

Kidney Problem Symptoms: କିଡନୀ ଖରାପ ହେବା ସମୟରେ ଶରୀରରେ ଅନେକ ପ୍ରକାରର ଲକ୍ଷଣ ଦେଖାଯାଏ । ଆପଣ ସେଗୁଡିକୁ ଅଣଦେଖା କରିବା ଉଚିତ୍ ନୁହେଁ । ଜାଣନ୍ତୁ କିଡନୀ ରୋଗର ଲକ୍ଷଣ ଏବଂ ଚିକିତ୍ସା ସମୟରେ...

ସୌ: ସୋସିଆଲ ମିଡିଆ

Kidney Problem Symptoms: ମଣିଷ ଶରୀରରେ ୨ଟି କିଡନୀ ଥାଏ, ଯାହା ରକ୍ତ ସଫା କରିବାଠାରୁ ଆରମ୍ଭ କରି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କାମ କରେ । ଯଦି କିଡନୀରେ କୌଣସି ସମସ୍ୟା ଥାଏ, ତେବେ ଏହା ସମଗ୍ର ଶରୀରକୁ ପ୍ରଭାବିତ କରିଥାଏ । ଯଦିଓ, ସବୁଠାରୁ ବଡ ସମସ୍ୟା ହେଉଛି କିଡନୀ ରୋଗ ପ୍ରାୟତଃ ବିଳମ୍ବରେ ଚିହ୍ନଟ ହୋଇଥାଏ । ବିଭିନ୍ନ ପ୍ରକାରର କିଡନୀ ସମ୍ବନ୍ଧୀୟ ରୋଗ ଦ୍ୱାରା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଅସୁବିଧାରେ ପଡ଼ନ୍ତି । ସେଥିପାଇଁ କିଡନୀ ରୋଗକୁ 'ସାଇଲେଣ୍ଟ କିଲର' କୁହାଯାଏ । ଅନେକ ଥର ଲୋକମାନେ କିଡନୀ ଫେଲର ଲକ୍ଷଣ ଗୁଡିକୁ ବୁଝନ୍ତି ନାହିଁ ଓ କିଛି ଲୋକ ଏହି ଲକ୍ଷଣକୁ ଅଣଦେଖା କରନ୍ତି । ଜାଣନ୍ତୁ କିଡନୀ ଖରାପ ଥିଲେ ଶରୀରରେ କେଉଁ କେଉଁ ଲକ୍ଷଣଗୁଡ଼ିକ ଦେଖାଯାଏ ...

କିଡନୀ ଖରାପର ଲକ୍ଷଣ 

  1. ଯଦି କିଡନୀରେ କୌଣସି ଅସୁବିଧା ଥାଏ, ତେବେ ଆପଣଙ୍କ ଗୋଡ, ପାଦ ଓ ଗୋଇଠିରେ ପ୍ରଥମ ଲକ୍ଷଣ ଦେଖାଯାଏ । ଆପଣଙ୍କ ଏହି ଅଂଶଗୁଡ଼ିକ ଫୁଲାବା ଆରମ୍ଭ କରେ ।
  2. କିଡନୀରେ ଖରାପ ହେଲେ ଏଡିମା ଦେଖାଯାଏ । ଏହା ଯୋଗୁଁ ଆଖିର ଚାରିପାଖ ଫୁଲିଯାଏ ।
  3. କିଡନୀରେ ଖରାପ ହେଲେ ପ୍ରାରମ୍ଭରେ ଦୁର୍ବଳତା ଓ ଥକାପଣ ଦେଖାଯାଏ । ଅଧିକ କାମ କରିବା କଷ୍ଟକର ହୋଇଯାଏ  ।
  4. କିଡନୀ ଫେଲ୍ ମଧ୍ୟ ଭୋକକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ଭୋକକୁ ହ୍ରାସ କରିଥାଏ ଓ ସ୍ୱାଦକୁ ପରିବର୍ତ୍ତନ କରିଥାଏ । 
  5. କିଡନୀ ଫେଲ୍ ଲକ୍ଷଣ ମଧ୍ୟରେ ସକାଳେ ବାନ୍ତି ଲାଗିବା ଓ ବାନ୍ତି ହେବା ଜଡିତ । ସକାଳେ ଦାନ୍ତ ଘଷିବାବେଳେ ଏହା ହୋଇପାରେ ।

ଏହିପରି ସୁସ୍ଥ ରଖନ୍ତୁ କିଡନୀ

  1. କିଡନୀକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ । ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ, ଯେଉଁ କାରଣରୁ କିଡନୀ ଶରୀରରୁ ସୋଡିୟମ୍, ୟୁରିଆ ଓ ବିଷାକ୍ତ ପଦାର୍ଥ ବାହାର କରି ଦେଇଥାଏ ।
  2. କିଡନୀକୁ ସୁସ୍ଥ ରଖିବା ପାଇଁ କମ୍ ଲୁଣ ଖାଆନ୍ତୁ । ଏଥିପାଇଁ ପ୍ୟାକେଟ ଏବଂ ରେସ୍ତୋରାଁ ଖାଦ୍ୟରୁ ଦୂରେଇ ରୁହନ୍ତୁ ।
  3. କିଡନୀକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ଆପଣଙ୍କର ଓଜନକୁ ନିୟନ୍ତ୍ରଣ ରଖନ୍ତୁ ।
  4. କିଡନୀକୁ ସୁସ୍ଥ ରଖିବା ପାଇଁ ସମୟ ସମୟରେ ଆପଣଙ୍କ କୋଲେଷ୍ଟ୍ରଲ ସ୍ତର ଯାଞ୍ଚ କରନ୍ତୁ ।
  5. କିଡନୀକୁ ସୁସ୍ଥ ରଖିବା ପାଇଁ ଭଜା ଓ ମିଠା ଖାଦ୍ୟଠାରୁ ଦୂରରେ ରୁହନ୍ତୁ ଏବଂ ପ୍ରଚୁର ଫଳ ଓ ପନିପରିବା ଖାଆନ୍ତୁ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଓ ଦାବିକୁ ଜି ଓଡ଼ିଶା ନ୍ୟୁଜ ନିଶ୍ଚିତ କରେ ନାହିଁ । ଏହାକୁ କେବଳ ପରାମର୍ଶ ଭାବରେ ନିଅନ୍ତୁ । ଏହିପରି କୌଣସି ଚିକିତ୍ସା / ଔଷଧ / ଡାଏଟ୍ ଅନୁସରଣ କରିବା ପୂର୍ବରୁ ସମ୍ପୃକ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)