Diabetes: ଖାଦ୍ୟରେ ଏହି ତିନି ମସଲା ସାମଗ୍ରୀ ସାମିଲ କରନ୍ତୁ ମଧୁମେହ ରୋଗୀ, ବଢିବନି ସୁଗାର ଲେବୁଲ୍
Advertisement
Article Detail0/zeeodisha/odisha1532550

Diabetes: ଖାଦ୍ୟରେ ଏହି ତିନି ମସଲା ସାମଗ୍ରୀ ସାମିଲ କରନ୍ତୁ ମଧୁମେହ ରୋଗୀ, ବଢିବନି ସୁଗାର ଲେବୁଲ୍

Foods For Diabetes: ଆଜିକାଲି ଅନେକ ଲୋକେ ମଧୁମେହ ରୋଗରେ ପୀଡିତ ଅଛନ୍ତି । ଯଦି କେହି ମଧୁମେହରେ ପୀଡିତ ହୁଏ । ତେବେ ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ଏକ କଷ୍ଟସାଧ୍ୟ କାମ । ଖାସ କରି ବ୍ଲଡ ସୁଗାର ଲେବୁଲକୁ କଣ୍ଟ୍ରୋଲରେ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ମଧୁମେହ ରୋଗ ଶରୀର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ । ଯଦି ଆପଣ ମଧୁମେହ ରୋଗୀ ତେବେ, ଆପଣ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

Diabetes: ଖାଦ୍ୟରେ ଏହି ତିନି ମସଲା ସାମଗ୍ରୀ ସାମିଲ କରନ୍ତୁ ମଧୁମେହ ରୋଗୀ, ବଢିବନି ସୁଗାର ଲେବୁଲ୍

Foods For Diabetes: ଆଜିକାଲି ଅନେକ ଲୋକେ ମଧୁମେହ ରୋଗରେ ପୀଡିତ ଅଛନ୍ତି ।  ଯଦି କେହି ମଧୁମେହରେ ପୀଡିତ ହୁଏ । ତେବେ ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ଏକ କଷ୍ଟସାଧ୍ୟ କାମ । ଖାସ କରି ବ୍ଲଡ ସୁଗାର ଲେବୁଲକୁ କଣ୍ଟ୍ରୋଲରେ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।  ମଧୁମେହ ରୋଗ ଶରୀର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ । ଯଦି ଆପଣ ମଧୁମେହ ରୋଗୀ ତେବେ, ଆପଣ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଏହି ଖବର ଖାସ୍ ଆପଣଙ୍କ ପାଇଁ । ଏଠାରେ ଆମେ ଆପଣଙ୍କୁ ଏପରି କିଛି କଥା କହିବୁ, ଯାହା ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ଲେବୁଲ ନିୟନ୍ତ୍ରଣରେ ରଖିପାରିବେ।

ମଧୁମେହ ରୋଗୀମାନେ ଏହି ସୁପରଫୁଡକୁ ନିଜ ଡାଏଟରେ ସାମିଲ କରିବା ଉଚିତ ପାରିବେ -

ଡାଲଚିନି:
ଡାଲଚିନି,ବ୍ଲଡ ସୁଗାର ଲେବୁଲକୁ ସଠିକ୍ ଭାବରେ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।  ଏହାର କାରଣ ହେଉଛି ଭୋଜନ ପରେ ରକ୍ତରେ ଶର୍କରା ସ୍ତର ଶିଘ୍ର ବଢିଥାଏ । ଡାଲଚିନି ଏହାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଡାଲଚିନି ଖାଇବା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ସେଥିପାଇଁ ଆପଣ ନିଜ ଖାଦ୍ୟରେ ଡାଲଚିନି ଅନ୍ତର୍ଭୁକ୍ତ କରିପାରିବେ। ଏହାକୁ ବ୍ୟବହାର କରିବା ପାଇଁ,ଏକ ଚାମଚ ଡାଲଚିନି ଗୁଣ୍ତରେ ଅଧା ଚାମଚ ମେଥି ଗୁଣ୍ତ ଓ ହଳଦୀ ମିଶାଇ ଖାଲି ପେଟରେ ଖାଆନ୍ତୁ। ଏହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିପାରିବେ ।

Also Read: Diabetic Foot Care Tips: ମଧୁମେହ ରୋଗୀମାନେ ରାତିରେ କିଣନ୍ତୁ ଜୋତା ଓ ଚପଲ, ଜାଣନ୍ତୁ ଏହାରି ପଛରେ ରହିଛି କେଉଁ କାରଣ ?

ଗୋଲମରିଚ:
ଗୋଲମରିଚ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। କାରଣ ଏଥିରେ ପିପରାଇନ୍(piperine) ଥାଏ,ଯାହା ମଧୁମେହକୁ ବଢାଇବାକୁ ଦିଏ ନାହିଁ ।  ଏହାକୁ ବ୍ୟବହାର କରିବା ପାଇଁ ଗୋଟିଏ ଚାମଚରେ ଗୋଲମରିଚ ଗୁଣ୍ତ ସହ ଅଧା ଚାମଚ ହଳଦୀ ମିଶାଇ ଖାଲି ପେଟରେ ଖାଇପାରିବେ। ଯାହା ଦ୍ବାରା ଆପଣଙ୍କୁ ବିଶେଷ ଫାଇଦା ମିଳିବ ।

ମେଥି:
ମେଥିର ସ୍ବାଦ ପିତା ହୋଇପାରେ,କିନ୍ତୁ ସ୍ବାସ୍ଥ୍ୟ ପାଇଁ ଏହା ବେଶ ହିତକର । ମଧୁମେହ, ମୋଟାପଣ ଏବଂ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବାରେ ଏହା କୌଣସି ଔଷଧ ଠାରୁ କମ୍ ନୁହେଁ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। ତେଣୁ ଏହାକୁ ମଧୁମେହ ରୋଗୀମାନେ ନିଜ ଡାଏଟରେ ସାମିଲ କରିବା ଉଚିତ୍ ।  ସକାଳ ସମୟରେ ଗୋଟିଏ ଚାମଚ ମେଥି ଗୁଣ୍ତ ସହିତ ସହିତ ଗୋଟିଏ ଗ୍ଲାସ ଗରମ ପାଣି ଖାଲିପେଟରେ  ଖାଇପାରିବେ । ଯାହା ମୋଟାପଣ ଓ କୋଲଷ୍ଟ୍ରଲ ଓ ମଧୁମେହକୁ ରୋକିବାରେ ସାହାର୍ଯ୍ୟ କରିବ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)