Health Tips: ସବୁଦିନ ଦହି ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର କି? ଜାଣନ୍ତୁ କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ
Advertisement
Article Detail0/zeeodisha/odisha1921820

Health Tips: ସବୁଦିନ ଦହି ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର କି? ଜାଣନ୍ତୁ କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

Health Tips: ଦହି (Curd) ଏକ ସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥ । ଯାହା ଶରୀରରେ କ୍ୟାଲସିୟମ ଏବଂ ପ୍ରୋଟିନର ମାତ୍ରାରେ ବୃଦ୍ଧି ଘଟାଇଥାଏ । ଦହି ଖାଇବା ଦ୍ବାରା ପେଟ ଭଲ ରହିଥାଏ । ହେଲେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, କ'ଣ ସବୁଦିନ ଦହି ଖାଇବା ଠିକ୍ । ଆସନ୍ତୁ ଜାଣିବା ଏନେଇ  କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Health Tips: ଦହି (Curd) ଏକ ସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥ । ଯାହା ଶରୀରରେ କ୍ୟାଲସିୟମ ଏବଂ ପ୍ରୋଟିନର ମାତ୍ରାରେ ବୃଦ୍ଧି ଘଟାଇଥାଏ । ଦହି ଖାଇବା ଦ୍ବାରା ପେଟ ଭଲ ରହିଥାଏ । ହେଲେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, କ'ଣ ସବୁଦିନ ଦହି ଖାଇବା ଠିକ୍ । ଆସନ୍ତୁ ଜାଣିବା ଏନେଇ  କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। 

ଦହି ସ୍ବାସ୍ଥ୍ୟ ପାଇଁ ଅତି ଉତ୍ତମ । ଶରୀରରେ କ୍ୟାଲସିୟମ ଏବଂ ପ୍ରୋଟିନର ବୃଦ୍ଧି ଘଟାଇଥାଏ । ତେଣୁ କିଛି ଲୋକ ଏହାକୁ ଦ୍ବିପ୍ରହର ସମୟରେ ଖାଇଥାନ୍ତି ତ ଆଉ କିଛି ଲୋକ ସକାଳୁ ଖାଲି ପେଟରେ ଦହି ଖାଇଥାନ୍ତି । ଆମ ଶରୀରରେ ଅନେକ ଗୁଡ଼ିଏ ପୋଷକ ତତ୍ତ୍ବ ଆବଶ୍ୟକ କରେ । ଯାହା ଦହି ଖାଇବା ଦ୍ବାରା ପୂରଣ ହୋଇଥାଏ । ହେଲେ କଣ ସବୁଦିନ ଦହି ଖାଇବା ଠିକ୍ ? 

ପେଟ ପାଇଁ ଭଲ ଭାବି ସବୁଦିନ ଦହି ଖାଇବା ପୂର୍ବରୁ ଜାଣନ୍ତୁ ଏହା ଠିକ୍ ନା ଭୁଲ୍ । ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି ଆପଣ ସୁସ୍ଥ ଅଛନ୍ତି ଏବଂ ଆପଣ ପ୍ରତ୍ୟେକ ଦିନ ସାମାନ୍ୟ ପରିମାଣର ଦହି ଖାଉଛନ୍ତି  ତାହେଲେ ତାହା ଠିକ୍ । କିନ୍ତୁ ରାତିରେ ଏବଂ କଫ ଜମି ରହୁଥିବା ଲୋକଙ୍କ କ୍ଷେତ୍ରରେ ସବୁଦିନ ଦହି ଖାଇବା ପାଇଁ ଡ଼ାକ୍ତର ମନା କରୁଛନ୍ତି । ଆସନ୍ତୁ ଜାଣିବା ପ୍ରତ୍ୟେକ ଦିନ ଦହି ଖାଇବା ଦ୍ବାରା କଣ ଲାଭ ମିଳିଥାଏ ।  

ପ୍ରୋଟିନ୍ :

ପ୍ରତ୍ୟେକ ସେଲ୍ ବଢ଼ିବା ପାଇଁ ଶରୀରରେ ଏମିନୋ ଏସିଡ଼ର ଆବଶ୍ୟକତା ରହିଛି, ଯାହା ପ୍ରୋଟିନରୁ ମିଳିଥାଏ । ଆପଣଙ୍କ ମସଲ୍ସ, ସ୍କିନ, ବାଳ, ନଖ, ଏସବୁ ପ୍ରୋଟିନରୁ ତିଆରି ହୁଏ । ଏଥିପାଇଁ ସବୁଦିନ ପ୍ରୋଟିନ ନେବା ଆବଶ୍ୟକ ।  USDA ଅନୁସାରେ ୧୦୦ ଗ୍ରାମର ଦହିରେ ୧୧.୧ ଗ୍ରାମର ପ୍ରୋଟିନ ଥାଏ ।  

ପ୍ରୋବାୟୋଟିନ୍ :

ଆମ ଶରୀରରେ ଅନେକ ଗୁଡ଼ିଏ ବ୍ୟାକ୍ଟେରିଆ ଜୀବିତ ଅବସ୍ଥାରେ ଥାଆନ୍ତି । ଯାହା ଖାଇବା ହଜମ କରିବା ଠାରୁ ଆରମ୍ଭ କରି ପୋଷଣ ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି । ତେବେ ଦହି ଖାଇବା ଦ୍ବାରା ଗ୍ୟାସ ସମସ୍ୟା, କୋଷ୍ଠକାଠିନ୍ୟ ଏବଂ ପେଟ ଗରମରୁ ମୁକ୍ତି ମିଳିଥାଏ ।  

କ୍ୟାଲସିୟମ୍ :

ହାଡ଼ ପାଇଁ କ୍ୟାଲସିୟମର ଆବଶ୍ୟକତା ଅଧିକ । କ୍ୟାଲସିୟମ କମ ହେଲେ ହାଡ଼ରେ ସମସ୍ୟା ଆସେ । ଏଥିରୁ ମୁକ୍ତି ପାଇବା ପାଇଁ ଦହି ଖାଇବା ଆବଶ୍ୟକ । ଏଥିରୁ ଅନେକ ପରିମାଣର କ୍ୟାଲସିୟମ ଆମକୁ ମିଳିଥାଏ ।  

ଭିଟାମିନ୍ ବି ୧୨ :

ଭିଟାମିନ୍ ବି ୧୨ ଶିରା, ମସ୍ତିଷ୍କ ଏବଂ ରକ୍ତ ପାଇଁ ଜରୁରୀ । ଏହି ଭିଟାମିନ୍ ବହୁତ କମ୍ ଖାଦ୍ୟ ପଦାର୍ଥରୁ ମିଳିଥାଏ । ଏବଂ ଏହାର ଅଭାବ ମଧ୍ୟ ଅନେକ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । କ୍ଷୀରରୁ ଦହି ପ୍ରସ୍ତୁତ ହେଉଥିବାରୁ କିଛି ମାତ୍ରାରେ ଭିଟାମିନ୍ ବି ୧୨ ମଧ୍ୟ ଦହିରୁ ମିଳେ ।  

ଏନର୍ଜି :

ଯଦି ଆପଣ ଦୁର୍ବଳ ବା ଥକ୍କା ମନେ କରୁଛନ୍ତି ତାହେଲେ ଦହି ଖାଆନ୍ତୁ । ଏହାକୁ ଖାଇବା ଦ୍ବାରା ଶରୀର ସତେଜ ଲାଗେ । ଆପଣ ପ୍ରତ୍ୟେକ ଦିନ ସୀମିତ ପରିମାଣର ଦହି ଖାଇ ଏଭଳି ଲାଭ ପାଇ ପାରିବେ ।  

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)