Sunstroke Treatment: ଅଂଶୁଘାତର ଘରୋଇ ଚିକିତ୍ସା
Advertisement
Article Detail0/zeeodisha/odisha2273211

Sunstroke Treatment: ଅଂଶୁଘାତର ଘରୋଇ ଚିକିତ୍ସା

Sunstroke Treatment: ଯଦି ଆପଣ କିମ୍ବା ଆପଣଙ୍କ ନିକଟସ୍ଥଙ୍କୁ ହଠାତ୍ ଅତ୍ୟଧିକ ଝାଳ ବାହାରି ଜ୍ବର ହେଉଛି ଏହା ହିଟଷ୍ଟ୍ରୋକର ଲକ୍ଷଣ  । ତତଲା କଡେଇରେ ଭାଜି ହେଉଛି ଦେଶର ଅଧିକାଂଶ ରାଜ୍ୟ  ।

Sunstroke Treatment: ଅଂଶୁଘାତର ଘରୋଇ ଚିକିତ୍ସା

Sunstroke Treatment: ଯଦି ଆପଣ କିମ୍ବା ଆପଣଙ୍କ ନିକଟସ୍ଥଙ୍କୁ ହଠାତ୍ ଅତ୍ୟଧିକ ଝାଳ ବାହାରି ଜ୍ବର ହେଉଛି ଏହା ହିଟଷ୍ଟ୍ରୋକର ଲକ୍ଷଣ  । ତତଲା କଡେଇରେ ଭାଜି ହେଉଛି ଦେଶର ଅଧିକାଂଶ ରାଜ୍ୟ  । ଏଥିଯୋଗୁଁ ଅସହ୍ୟ ତାତି ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ  । ଅଧିକାଂଶ ଲୋକ ହିଟଷ୍ଟ୍ରୋକର ଲକ୍ଷଣ ନ ଜାଣି ପାରି ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି  । ହିଟ୍‌ ଷ୍ଟ୍ରୋକ କାହିଁକି ହୁଏ ଏବଂ ଏହାର ଲକ୍ଷଣ କ’ଣ ଜାଣି ରଖନ୍ତୁ।

-୧୦୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଜ୍ୱର
-ଅତ୍ୟଧିକ ଝାଳ ବୋହିବା
-ଝାଡାବାନ୍ତି ଲାଗି ରହିବା 
-ଦ୍ରୁତ ନିଶ୍ୱାସ ବା ଅଣନିଶ୍ୱାସୀ ଲାଗିବା 
-ମୁଣ୍ଡବିନ୍ଧା ବା ଥକ୍କାପଣ ଲାଗି ରହିବା 
-ଦୁର୍ବଳ ଲାଗିବା ସହିତ ଚେତାଶୂନ୍ୟ ହୋଇଯିବା 

ଉପରୋକ୍ତ ଏହି ଲକ୍ଷଣ ଦେଖାଗଲେ ଅଂଶୁଘାତ ବୋଲି ଅନୁମାନ କରିପାରିବା।ଏବଂ ଚାଲନ୍ତୁ ଜାଣିବା ଏହାର ପ୍ରାଥମିକ ଚିକିତ୍ସା ବିଷୟରେ

-ତେବେ ଯଦି ଜଣେ ବ୍ୟକ୍ତି ହଠାତ୍ ବାନ୍ତି କରେ ଏବଂ ଶରୀରର ତାପମାତ୍ରା ୧୦୪ ଡିଗ୍ରୀ ଅତିକ୍ରମ କରେ ତେବେ ସର୍ବପ୍ରଥମେ, ବ୍ୟକ୍ତିଙ୍କ ମୁଣ୍ଡରେ ଥଣ୍ଡା ପାଣି ଛିଞ୍ଚନ୍ତୁ ।

-ତାଙ୍କୁ ଫ୍ୟାନ୍ ତଳେ ବସାନ୍ତୁ । ଏହି ସମୟରେ ପିଡିତ ବ୍ୟକ୍ତିଙ୍କୁ ସୂର୍ଯ୍ୟକିରଣରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ  ।

-ବେକ, ବାହୁ ଏବଂ ଅଣ୍ଟାରେ ଏକ ବରଫ ପ୍ୟାକ୍ କିମ୍ବା ଥଣ୍ଡା ଏବଂ ଓଦା ଟାୱେଲ୍ କିମ୍ବା କପଡା ରଖନ୍ତୁ  ।

-ଯଦି ବ୍ୟକ୍ତି ଅଚେତ ନାହାନ୍ତି ତାଙ୍କୁ ପିଇବା ପାଇଁ ପାଣି ଦିଅନ୍ତୁ । ଏହାସହିତ ଆପଣ ନଡ଼ିଆ ପାଣି କିମ୍ବା ଘୋଳଦହି ମଧ୍ୟ ଦେଇପାରିବେ  ।

-ଯଦି ବ୍ୟକ୍ତି ଚେତାଶୂନ୍ୟ ହୋଇଯାଇଛନ୍ତି ତେବେ ଥରେ କିମ୍ବା ଦୁଇଥର ଡାକନ୍ତୁ  । ଦୁଇ ଦାନ୍ତ ମଧ୍ୟରେ ହାତ ଦେଇ ପାଣି ଆସ୍ତେ ଆସ୍ତେ ପୁରାନ୍ତୁ ଏବଂ ହାତ ନାଡିକୁ ମଧ୍ୟ ଯାଞ୍ଚ କରନ୍ତୁ  । ଯଦି ପ୍ରତିକ୍ରିୟା ମିଳେ ତେବେ ବ୍ୟକ୍ତି ବିପଦମୁକ୍ତ  ।

-ଯଦି କୌଣସି ପ୍ରତିକ୍ରିୟା ମିଳୁ ନାହିଁ ତେବେ ତୁରନ୍ତ CPR ଦିଅନ୍ତୁ  । ଏହି ସମୟ ମଧ୍ୟରେ ଆମ୍ବୁଲାନ୍ସକୁ ମଧ୍ୟ ଡାକନ୍ତୁ  ।

Writing By- Tapasa gyanadarsini samal

Also Read- ପୁରୀ ଭଉଁରୀଯାତ୍ରା ବାଣ ବିସ୍ଫୋରଣ: ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି