ଆଜିର ରାଶିଫଳ: ଏହି ରାଶିରେ ଘାତଚନ୍ଦ୍ର, ଅକାରଣେ ହୋଇପାରନ୍ତି ଖର୍ଚ୍ଚାନ୍ତ
Advertisement
Article Detail0/zeeodisha/odisha1071816

ଆଜିର ରାଶିଫଳ: ଏହି ରାଶିରେ ଘାତଚନ୍ଦ୍ର, ଅକାରଣେ ହୋଇପାରନ୍ତି ଖର୍ଚ୍ଚାନ୍ତ

ଆଧ୍ୟାତ୍ମିକ ପରିବେଶରେ ଦିନଟି କଟିବ । କର୍ମସ୍ଥଳୀରେ ସାମାନ୍ୟ ବିବାଦ ଉପୁଜିପାରେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ସ୍ୱଛଳ ରହିବେ । ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବେ ।

ଡିଜାଇନ୍ ଫଟୋ

ମେଷ: ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ। ଦାନ ଧର୍ମ କରି ଆତ୍ମସନ୍ତୋଷ ପାଇବେ । ପାରିବାରିକ ବିବାଦ ଦୂରେଇଯିବ । କର୍ମସ୍ଥଳୀରେ ମନନିବେଶ କରିବେ । ସମସ୍ତ କ୍ଷେତ୍ରରେ ଜଗିରଖି ଚଳନ୍ତୁ ।

ବୃଷ: ଦାନ ଧର୍ମ ପ୍ରତି ମନ ବଳିବ। ବନ୍ଧୁଙ୍କ ସହଯୋଗ ମିଳିବ । କର୍ମସ୍ଥଳୀରେ ପରିବର୍ତ୍ତନର ଆଶଙ୍କା ରହୁଛି । ମନ ପ୍ରସନ୍ନ ରହିବ । ଜଗିରଖି ନଚଳିଲେ ଅସୁବିଧାରେ ପଡ଼ିବେ ।

ମିଥୁନ: ଆଧ୍ୟାତ୍ମିକ ପରିବେଶରେ ଦିନଟି କଟିବ । କର୍ମସ୍ଥଳୀରେ ସାମାନ୍ୟ ବିବାଦ ଉପୁଜିପାରେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ସ୍ୱଛଳ ରହିବେ । ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବେ ।

କର୍କଟ: ବ୍ୟସ୍ତତାର ସହ ଦିନଟି କଟିବ । କର୍ମସ୍ଥଳୀରେ ପ୍ରଶଂସାର ପାତ୍ର ହେବେ । ଖର୍ଚ୍ଚ ବୃଦ୍ଧି ପାଇବ । ଅନ୍ୟ ବ୍ୟକ୍ତିଙ୍କ ଇର୍ଷାର ଶିକାର ହେବେ । ସନ୍ଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟରେ ମନନିବେଶ କରିପାରନ୍ତି ।

Also Read: Coronavirus Updates: ଅନିୟନ୍ତ୍ରୀତ ହେଲାଣି ସଂକ୍ରମଣ, ଦେଶ ଓ ରାଜ୍ୟରେ ସ୍ଥିତି ସମାନ

ସିଂହ: ଅନ୍ୟ ଅପେକ୍ଷା ନିଜକୁ ଅଧିକ ପ୍ରାଧାନ୍ୟ ଦେବାରୁ ଅସୁବିଧାରେ ପଡ଼ିବେ । ଜଗିରଖି ଖର୍ଚ୍ଚ ନକଲେ ଆର୍ଥିକ ସଂକଟର ସାମ୍ନା କରିବେ । ଅନ୍ୟର ଇର୍ଷାଭାବ ଆପଣଙ୍କୁ ମାନସିକ ଆଘାତ ଦେଇପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା: ଧର୍ମ କାର୍ଯ୍ୟରୁ ଦିନର ଆରମ୍ଭ ହେବ । ବ୍ୟବସାୟରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଅସୁସ୍ଥତା ଚିନ୍ତାର କାରଣ ହୋଇପାରେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହିଛି ।

ତୁଳା: ଆଜି ଆପଣଙ୍କର ଘାତବାର । ବିଳମ୍ୱ ହେଲେ ମଧ୍ୟ ସଫଳତା ପ୍ରାପ୍ତି ହେବ । ସେବାକାର୍ଯ୍ୟ  କରିବାକୁ ମନ ବଳାଇବେ। ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି । ସାମାନ୍ୟ ଶାରୀରିକ ପିଡ଼ା ଭୋଗି ପାରନ୍ତି । ଦୂରଯାତ୍ରା ନକରିବା ଭଲ। 

ବିଛା: ସୁସ୍ୱାଦୁ ଭୋଜନର ଯୋଗ ରହିଛି । କୌଣସୀ ବିବାଦ କାରଣରୁ ପଡ଼ୋଶୀଙ୍କ ସହ ସାମାନ୍ୟ କଳହ ସୃଷ୍ଟି ହୋଇପାରେ । ଜଗିରଖି ଚଳିବାର ଦିନଟିଏ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଦିଅଁ ଦର୍ଶନ ପାଇଁ ଦୂରଯାତ୍ରା କରିପାରନ୍ତି ।

Also Read: ଲୀନା ଖାନ କିଏ? ଯିଏ ଫେସବୁକକୁ କଲେ ଚ୍ୟାଲେଞ୍ଜ, ବିକି ଯିବ ଇନଷ୍ଟା ଓ ହ୍ୱାଟସଆପ୍!

ଧନୁ: ଘାତଚନ୍ଦ୍ର ଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଅନ୍ୟମାନଙ୍କ ସହଯୋଗରେ ଆଧ୍ୟାତ୍ମିକ କାର୍ଯ୍ୟ କରିବାରେ ସଫଳ ହେବେ । ମାନ ସମ୍ମାନ ବୃଦ୍ଧି ଘଟିବ । ଆର୍ଥିକ ଦୃଷ୍ଟିରୁ ଭଲ ଫଳ ମିଳିବ । ଛାତ୍ରଛାତ୍ରୀ ମାନେ ଖେଳକୁଦରେ ମନନିବେଶ କରିବେ ।

ମକର: ଦେବାଦେବୀଙ୍କ ଦର୍ଶନର ଯୋଗ ରହିଛି । ମନରେ ଆତ୍ମିୟତା ଭାବ ଜାଗ୍ରତ ହେବ । ନିଜ ପ୍ରିୟଜନଙ୍କ ସହ ଦିନଟି କଟିବ । ନୂତନ ଗୃହ କିମ୍ୱା ଜମିବାଡ଼ି କିଣା କିଣି ପାଇଁ ଇଛା ପ୍ରକାଶ କରିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

କୁମ୍ଭ: ଘାତବାର ହୋଇଥିବାରୁ ସାବଧାନତା ଅବଲମ୍ୱନ କରନ୍ତୁ ।  ପ୍ରଭୁଙ୍କ ପ୍ରସାଦ ସେବନର ଯୋଗ ରହିଛି । କ୍ରିଡ଼ାବିତ୍ ମାନେ ପଛେଇଯିବେ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ମଧୁରତା ଭରିଯିବ ।

ମୀନ: ଆଜି ଆପଣଙ୍କ ପାଇଁ ଶୁଭ ଦିନ । ପୂଜାର୍ଚ୍ଚନା ପ୍ରତି ମନ ବଳିବ । ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ ।