ଶନିବାରରେ ସ୍ୱାସ୍ଥ୍ୟ ଓ କର୍ମହାନି ଯୋଗ, ବନ୍ଧୁ ବଦଳାଇବେ ଜୀବନ
Advertisement
Article Detail0/zeeodisha/odisha998069

ଶନିବାରରେ ସ୍ୱାସ୍ଥ୍ୟ ଓ କର୍ମହାନି ଯୋଗ, ବନ୍ଧୁ ବଦଳାଇବେ ଜୀବନ

ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ । ଏଣେ ଯାହା ପାଇବା କଥା ତାହା ଠିକ୍ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି 

ପ୍ରତିକାତ୍ମକ ଫଟୋ

ମେଷ: ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ । ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି । ସମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।

ବୃଷ: ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ । ଏଣେ ଯାହା ପାଇବା କଥା ତାହା ଠିକ୍ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ । ମିତ୍ର, ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।

ମିଥୁନ: ଆଜି ସୁସ୍ଥତା ଅକ୍ଷୁର୍ଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ । ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ । ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ ।

କର୍କଟ: ଶାରୀରିକ ସୁସ୍ଥତା ଲାଭ  କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ଆୟ ବୃଦ୍ଧି ପାଇବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ ।

Also Read: ବିପର୍ଯ୍ୟୟ ମୁକାବଲାର ମାଷ୍ଟର ଓଡ଼ିଶା; ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳକୁ ଦେଉଛି ଶିକ୍ଷା

ସିଂହ: ଆଜି ସ୍ୱାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି । ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ । ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ ।

କନ୍ୟା: ଆଜି ପରିବାରେ ସମସ୍ୟା ବଢିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।

ତୁଳା: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ବ୍ୟବସାୟରେ ଲାଭବାନ ହେବେ । ପରିବାରରେ ହସଖୁସିର ଲହରୀ ଲାଗି ରହିବ । ପଡୋଶୀଙ୍କ ସହ ସମ୍ପର୍କ ସୁଦୃଢ ହେବ ।

ବିଛା: ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ । କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପରରେ ନିବେଶ ଶୁଭ ରହିବ । ପରିବାରରେ ସୁଖଆନନ୍ଦରେ ସମୟ କାଟିବେ ।  

Also Read: ଦଶହରା ରଙ୍ଗକୁ ରଙ୍ଗହୀନ କରିବ ମହାମାରୀ; ଲାଗୁ ହେବ ନାଇଟକର୍ଫ୍ୟୁ

ଧନୁ: ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।

ମକର: ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ । କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍ ବୁଝାମଣା ହିଁ  ପ୍ରାଧନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ ।

କୁମ୍ଭ: ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ବ୍ୟସ୍ତତା ମଧ୍ୟେ ଦିନ କାଟିବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟବସାୟ ଲାଭପ୍ରଦ ହେବ ।

ମୀନ: ଆକସ୍ମିକ ଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ପାରସ୍ପରିକ ଉତ୍ତମ ବୁଝାବଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍ ରହିବ । ବାଣିଜ୍ୟରେ ଆଶା କରୁଥିବା ଫଳ ଅବଶ୍ୟ ପାଇବେ ।